om academy

କରୋନା ସଂକ୍ରମଣର ଅସଂଭାଳ ରେକର୍ଡ : ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୪ ଲକ୍ଷରୁ ଅଧିକ ନୂଆ ମାମଲା, ୨୧୦୪ ଲୋକ ପ୍ରାଣ ହରାଇଲେ

jsm

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଯାଇଛି, କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭୂତାଣୁର ଅସମ୍‌ମ୍ଭାଳ ନୂତନ ମାମଲା ରିପୋର୍ଟ ହୋଇଛି । ଏହା ପୂର୍ବରୁ କୌଣସି ଦେଶରେ ବି ଏହି ରେକଡର଼୍ ନଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୩,୧୪,୮୩୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ବର୍ତ୍ତମାନ ଦେଶରେ ସମୁଦାୟ କରୋନା ସଂକ୍ରମିତ ସଂଖ୍ୟା ୧୫୯୩୦୯୬୫କୁ ବୃଦ୍ଧି ପାଇଛି ଏବଂ ଦେଶରେ ସକ୍ରିୟ କରୋନା ରୋଗ ସଂଖ୍ୟା ୨୨,୯୧,୪୨୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କରୋନା ଯୋଗୁଁ ୨୧୦୪ ଜଣଙ୍କର ମୃତ୍ୟୁ ଘଟିଛି । କେବଳ ମହାରାଷ୍ଟ୍ର ଗୋଟିଏ ଦିନରେ ୫୧୯ ମୃତ୍ୟୁ ରେକର୍ଡ କରିଛି । ଏହା ବ୍ୟତୀତ ଦିଲ୍ଲୀରେ ୨୭୭, ଛତିଶଗଡରେ ୧୯୧, ଉତ୍ତରପ୍ରଦେଶରେ ୧୬୨, କର୍ଣ୍ଣାଟକରେ ୧୪୯ ଏବଂ ଗୁଜୁରାଟରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.