ବନ୍ଧୁକଧାରୀମାନେ ସ୍କୁଲ ଉପରେ ଆକ୍ରମଣ କଲେ, ୩୦୦ରୁ ଅଧିକ ଛାତ୍ରୀ ଅପହରଣ ଆଶଂକା

ନାଇଜେରିଆ: ନାଇଜେରିଆର ଜାମଫ୍ରା ଠାରେ ଶହ ଶହ ସ୍କୁଲ ଛାତ୍ରୀଙ୍କୁ ଅପହରଣ ହୋଇଥିବା ଆଶଂକା କରାଯାଉଛି । ଜଣେ ଶିକ୍ଷକ ବିସିସିଆଇକୁ କହିଛନ୍ତି ଯେ, ଶୁକ୍ରବାର ସକାଳେ ବନ୍ଧୁକଧାରୀ‌ଙ୍କ ଆକ୍ରମଣ ପରେ ପ୍ରାୟ ୩୦୦ ବାଳିକାଙ୍କ ଏପର୍ୟ୍ୟନ୍ତ ଖୋଜ୍‌ଖବର ମିଳିନାହିଁ ।

ସରକାରୀ ମୁଖପାତ୍ର ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି, କିନ୍ତୁ ଏ ସମ୍ପର୍କରେ ଅଧିକ ସୂଚନା ଦେଇନାହାଁନ୍ତି । ଗତ କିଛି ସପ୍ତାହ ମଧ୍ୟରେ ଅପହରଣ ଘଟଣାର ଏହା ହେଉଛି ସବୁଠାରୁ ବଡ ଘଟଣା । ନାଇଜେରିଆରେ ସଶସ୍ତ୍ର ଗୋଷ୍ଠୀ ପ୍ରାୟତଃ ଲୋକଙ୍କୁ ଅପହରଣ କରୁଛନ୍ତି ।

ଗତ ସପ୍ତାହରେ ପଡୋଶୀ ଦେଶ ନିଜେରରେ ୨୭ ଜଣ ଛାତ୍ରଙ୍କ ସମେତ ଅତି କମରେ ୪୨ ଜଣଙ୍କୁ ଅପହରଣ କରାଯାଇଥିଲା । ଏପର୍ୟ୍ୟନ୍ତ ସେମାନଙ୍କ ବିଷୟରେ ଅଧିକ ସୂଚନା ନାହିଁ । ଗତ ବର୍ଷ ଡିସେମ୍ବରରେ ୩୦୦ରୁ ଅଧିକ ଛାତ୍ର ଅପହରଣ ହୋଇଥିଲେ, ବୁଝାମଣା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା ।

ସ୍ଥାନୀୟ ସମୟ ଅନୁଯାୟୀ ଶୁକ୍ରବାର ଦିନ ରାତି ପ୍ରାୟ ୧ ଟାରେ ଏହି ଆକ୍ରମଣ ହୋଇଥିଲା । ପଞ୍ଚ ନାମକ ଏକ ନ୍ୟୁଜ୍ ୱେବ୍‌ସାଇଟକୁ ଜଣେ ଶିକ୍ଷକ କହିଛନ୍ତି ଯେ, ଜାଙ୍ଗବେ ଅଞ୍ଚଳର ଏକ ସ୍କୁଲକୁ ମୋଟର୍‌ ସାଇକେଲ ଓ ଗାଡିରେ ଆସି ବନ୍ଧୁକଧାରୀ ଦଳ ଆକ୍ରମଣ କରିଥିଲେ ।

ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀମାନେ ସରକାରୀ ସୁରକ୍ଷା ଅଧିକାରୀଙ୍କ ପରି ପୋଷାକ ପିନ୍ଧି ଛାତ୍ରୀ ମାନଙ୍କୁ ସେମାନଙ୍କ ଗାଡିରେ ବସିବାକୁ ବାଧ୍ୟ କରିଥିଲେ ।

ରାଜଧାନୀ ଆବୁଜାରେ ଉପସ୍ଥିତ ଥିବା ବିସିସିଆଇର ଇଶାଦ୍ ଖାଲିଦ କହିଛନ୍ତି ଯେ, ପିଲାମାନଙ୍କର ପିତାମାତା ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ସ୍କୁଲ ବାହାରେ ଏକାଠି ହୋଇଛନ୍ତି ଏବଂ କେହି କେହି ନିଜ ପିଲାମାନଙ୍କୁ ଜଙ୍ଗଲରେ ଖୋଜୁଛନ୍ତି ।

ଜଣେ ଶିକ୍ଷକ ବିସିସିଆଇକୁ କହିଛନ୍ତି ଯେ, ଏହି ବିଦ୍ୟାଳୟରେ ମୋଟ ୪୨୧ ଜଣ ଛାତ୍ର ଅଛନ୍ତି, ସେମାନଙ୍କ ମଧ୍ୟରୁ ୫୫ ଜଣ ସୁରକ୍ଷିତ ଅଛନ୍ତି ଏବଂ ୩୦୦ ଛାତ୍ରୀ ଅପହରଣ ହୋଇଥିବାର ଆଶଙ୍କା ରହିଛି ।

Leave A Reply

Your email address will not be published.