ପଞ୍ଜାବର ଅମୃତସରରେ ଭୂମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ : ଆଜି ଭୋର ପ୍ରାୟ ୩ଟା ୪୨ ମିନିଟ୍‌ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂମିକମ୍ପର ଗଭୀରତା ଭୂମି ଭିତରେ ୧୨୦ କିମି ଯାଏ ବ୍ୟାପିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମୃତସର ଠାରୁ ୧୪୫ କିଲୋମିଟର ଉତ୍ତର-ଦକ୍ଷିଣରେ ରହିଛି । ଭାରତୀୟ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ସୋମବାର ଭୋରରୁ ୩.୪୨ ମିନିଟରେ ପଞ୍ଜାବର ଅମୃତସର ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମୃତସର ଠାରୁ ୧୪୫ କିଲୋମିଟର ଦୂରରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠରୁ ୧୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ରହିଛି । ତେବେ ଏହି ଭୂମିକମ୍ପରେ କାହାର ଜୀବନ ଯାଇଥିବା ସୂଚନା ମିଳିନାହିଁ ।

Leave A Reply

Your email address will not be published.