୯୩୪୬ ଶିଶୁ କୋଭିଡ କାରଣରୁ ଅନାଥ ହୋଇଗଲେ : ସୁପ୍ରିମକୋର୍ଟଙ୍କୁ କହିଲେ ଏନସିପିସିଆର

ନୂଆଦିଲ୍ଲୀ : ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ରାଜ୍ୟ ଗୁଡ଼ିକ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ୯୩୪୬ ଜଣ ଶିଶୁ କରୋନା ମହାମାରୀ ହେତୁ ଅନାଥ ତଥା ବେସାହାରା ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ କିଏ କିଏ ନିଜ ମାତାପିତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି । ଜଷ୍ଟିସ୍ ଏଲ୍.ଏନ୍ ରାଓ ଏବଂ ଅନିରୁଦ୍ଧ ବୋଷଙ୍କ ଏକ ବେଞ୍ଚ ଆଗରେ ରଖାଯାଇଥିବା ଏକ ପୃଥକ ନୋଟରେ ମହାରାଷ୍ଟ୍ର ସରକାର କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରୁ ମିଳିଥିବା ସୂଚନା ଅନୁଯାୟୀ ମେ ୩୦ ସୁଦ୍ଧା ୪,୪୫୧ ପିଲା ସେମାନଙ୍କ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ଏବଂ ୧୪୧ ଜଣ ପିଲା ସଂପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି ।

ଏନସିପିସିଆର ଓକିଲ ସ୍ୱରୂପମା ଚତୁର୍ବେଦୀଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏକ ଆଫିଡେଭିଟ୍‌ରେ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ସର୍ବାଧିକ ସଂଖ୍ୟାରେ ୨୧୧୦ ପିଲାଙ୍କ ସହିତ ବିହାରରେ ୧୩୨୭ ପିଲା, କେରଳରେ ୯୫୨ ଏବଂ ମଧ୍ୟପ୍ରଦେଶରେ ୭୧୨ ପିଲା ଅନାଥ ହୋଇଗଲେ କିମ୍ବା କରୋନା ମହାମାରୀ ହେତୁ ସେମାନଙ୍କ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଲେ । ଦେଶର ସର୍ବୋଚ୍ଚ କୋର୍ଟ ରାଜ୍ୟ ସରକାର ମାନଙ୍କୁ ଏନସିପିସିଆର ୱେବସାଇଟ ‘ବାଲ ସ୍ୱରାଜ’ରେ ଜୁନ ୭ ସୁଦ୍ଧା ଅପଲୋଡ୍ କରିବାକୁ ଏବଂ କରୋନା ଭୂତାଣୁ ସଂକ୍ରମଣ ହେତୁ ପ୍ରଭାବିତ ପିଲାମାନଙ୍କ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି ।

Leave A Reply

Your email address will not be published.