ମମତା ବାନାର୍ଜୀଙ୍କ ଗଡ଼ରେ ବିଜେପିର ଦବ୍‌ଦବା : ଶାହା ଆଜି କରିବେ ରୋଡ଼ ସୋ’

କୋଲକାତା : ମମତା ବାନାର୍ଜୀଙ୍କ ଗଡ଼ରେ ବିଜେପିର ଦବ୍‌ଦବା ବଢ଼ି ବଢ଼ି ଚାଲିଛି । ତୃଣମୂଳ କଂଗ୍ରେସର ବିଧାୟକମାନେ ଧୀରେ ଧୀରେ ବିଜେପି. ମୁହାଁ ହେଉଥିବା ବେଳେ ମମତା ସରକାରକୁ ବିଶେଷ ଝଟ୍‌କା ଲାଗିଥିବା ଜଣାପଡ଼ିଛି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଜି ଦ୍ୱିତୀୟ ଦିନ । ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବିଶେଷ ଗୁରୁତ୍ବପୂର୍ଣ ରହିଛି । ଶନିବାର ସେ ରାଜ୍ୟରେ ଏକ ରାଲି କରିଥିଲେ, ଯେଉଁଥିରେ ଶାସକ ଦଳ ଟିଏମସିର ବିଦ୍ରୋହୀ ନେତାମାନେ ବିଜେପିରେ ଯୋଗ ଦେଇଥିଲେ । ଆଜି ଶାହା ବୀରଭୂମ ଜିଲ୍ଲାର ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ । ସେଠାରେ ସେ ରବୀନ୍ଦ୍ରନାଥ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ପରେ ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେଇ କାର୍ୟ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ । ପରେ ଶାହା ହନୁମାନ ମାନ୍ଦିର ଠାରୁ ଷ୍ଟାଡିୟମ ରୋଡରେ ବୋଲପୁର ସର୍କଲ ପର୍ୟ୍ୟନ୍ତ ବୋଲପୁରରେ ଏକ ରୋଡ଼ ସୋ’ କରିବେ । ଶେଷରେ ବୀରଭୂମର ମୋହର କୁଟୀରରେ ଏକ ସାମ୍ବାଦିକ ସମ୍ମିଳନୀ ସହ ଯାତ୍ରା ଶେଷ କରି ଦିଲ୍ଲୀ ଫେରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.