oom

ଅମରନାଥରେ ଫାଟିଲା ବାଦଲ : କିଛି ଲୋକେ ତମ୍ବୁ ଓ ପଥରରେ ପୋତି ହୋଇଗଲେ, ଆଉ କିଛି ଆକସ୍ମିକ ପାଣି ସୁଅରେ ଭାସି ଗଲେ, ୧୫ରୁ ଅଧିକ ମୃତ, ୪୦ରୁ ଅଧିକ ନିଖୋଜ୍‌

jsmm

ଅମରନାଥ : ଶୁକ୍ରବାର ସଂଧ୍ୟା ପ୍ରାୟ ୫.୩୦ ସମୟରେ ଅମରନାଥ ଗୁମ୍ଫା ନିକଟରେ ମେଘ ବିସ୍ଫୋରଣ ହୋଇଥିଲା । ଏହି କାରଣରୁ ଶିବିର ମଧ୍ୟଭାଗରୁ ହଠାତ୍ ପ୍ରବାହିତ ହେଲା ପାଣି ସୁଅ । ବିପର୍ଯ୍ୟୟ ସମୟରେ ଗୁମ୍ଫା ନିକଟରେ ୧୦-୧୫ ହଜାର ଭକ୍ତ ଉପସ୍ଥିତ ଥିଲେ । ଅନେକ ଲୋକ ତମ୍ବୁ ଓ ପଥରରେ ପୋତି ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୫ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥି ସହିତ, ୩୫ରୁ ୪୦ ତୀର୍ଥଯାତ୍ରୀ ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଖବରରେ କୁହାଯାଇଛି ।

ପବିତ୍ର ଗୁମ୍ଫାଠାରୁ ଏକରୁ ଦୁଇ କିଲୋମିଟର ଦୂରତା ମଧ୍ୟରେ ବାଦଲ ଫାଟିଥିବା ବେଳେ ଭକ୍ତମାନଙ୍କ ପାଇଁ ସ୍ଥାପିତ ପ୍ରାୟ ୨୫ ତମ୍ବୁ ଏବଂ ଦୁଇରୁ ତିନୋଟି ଲଙ୍ଗର ପର୍ବତରୁ ଏକ ପ୍ରବଳ ସ୍ରୋତ ସହିତ ଆସିଥିବା ପାଣି ସୁଅରେ ଧୋଇ ହୋଇ ଯାଇଥିଲା । ବିପର୍ଯ୍ୟୟ ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ, ଏନ୍‌ଡ଼ିଆର୍‌ଏଫ୍‌, ଏଡ଼ିଆର୍‌ଏଫ୍‌, ଆଇଟିବିପି କର୍ମଚାରୀ ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ ଅଛନ୍ତି ।

jittmm
Leave A Reply

Your email address will not be published.