କରୋନା ଉପରେ ବିଶେଷଜ୍ଞଙ୍କ ଆଲୋଚନା : ରେମ୍‌ଡିସିଭିର ‘ରାମବାଣ’ ନୁହେଁ, ଯଦି ଲକ୍ଷଣ ଦେଖାଯାଏ, ତେବେ ନିଶ୍ଚିତ ଭାବରେ ଯାଞ୍ଚ କରନ୍ତୁ

ନୂଆଦି‌ଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏଥି ସହିତ, ଆଜି ସନ୍ଧ୍ୟାରେ ଡାକ୍ତରୀ ବିଶେଷଜ୍ଞଙ୍କ ‌ଦ୍ୱାରା ଏହି ମହାମାରୀ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ଲୋକମାନେ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ତାହା ଆଲୋଚନା ହୋଇଥିଲା। ଏଆଇଏମ୍ଏସ୍ ଦିଲ୍ଲୀର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଦେବୀ ସେଟ୍ଟୀ ଏବଂ ମେଦା ‌ନ୍ତର ଚେୟାରମ୍ୟାନ୍ ଡକ୍ଟର ନରେଶ ତ୍ରେହାନ୍ ଦେଶରେ କୋଭିଡ -୧୯ ସହ ଜଡିତ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ ।

ନାରାୟଣ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଦେବୀ ସେଟ୍ଟୀ କହିଛନ୍ତି ଯେ, ଯଦି ଆପଣ ଶରୀରରେ ଯନ୍ତ୍ରଣା, ଥଣ୍ଡା, କାଶ, ଣ୍ୱଦ୍‌ହଜମ୍‌, ବାନ୍ତି ଭଳି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ମୋର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଅଛି, ଆପଣଙ୍କର କୋଭିଡ -୧୯ ଯାଞ୍ଚ କରନ୍ତୁ । ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏପରି ପରିସ୍ଥିତିରେ ଡାକ୍ତର ଆପଣଙ୍କୁ ଘରେ ରହିବାକୁ, ନିଜକୁ ଅଲଗା କରିବାକୁ, ମାସ୍କ ପିନ୍ଧିବାକୁ ଏବଂ ପ୍ରତି ଛଅ ଘଣ୍ଟାରେ ଅମ୍ଳଜାନ ଯାଞ୍ଚ କରିବାକୁ କହିବେ । ଏହାକୁ ମାନି ଚଳନ୍‌ନ୍ତୁ । ଡକ୍ଟର ସେଟ୍ଟୀ କହିଛନ୍ତି, ଯଦି ଆପଣଙ୍କର ଅମ୍ଳଜାନ ସାଚୁରେଚର ୯୪ ପ୍ରତିଶତରୁ ଅଧିକ, ତେବେ କୌଣସି ଅସୁବିଧା ନାହିଁ । କିନ୍ତୁ ଯଦି କଠିନ ପରିଶ୍ରମ ପରେ ଏହା ହ୍ରାସ ପାଉଛି, ତେବେ ଆପଣଙ୍କୁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ । ଆପଣ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ପାଇବା ଜରୁରୀ ।

ଏଆଇଏମ୍ଏସ୍ ଦିଲ୍ଲୀର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ରେମ୍‌ଡିସଭିର ଭଳି କୌଣସି ବିଶେଷ ଚିକିତ୍ସା ବିନା କରୋନାରେ ୮୫%ରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିବେ । ସାଧାରଣତଃ ସାଧାରଣ ଥଣ୍ଡା, ଗଳା ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯିବ । ସିମୋମେଟିକ୍ ଚିକିତ୍ସା ସହିତ ପାଞ୍ଚ-ସାତ ଦିନ ପରେ ସେମାନେ ଆରୋଗ୍ୟ ହେବେ । ସେଠାରେ କେବଳ ୧୫ ପ୍ରତିଶତ ରହିବେ ଯାହାର ଅବସ୍ଥା ଗୁରୁତର ହେବ । ସେ କହିଛନ୍ତି ଯେ, ରେମ୍‌ଡିସିଭିରକୁ ଏକ ‘ମ୍ୟାଜିକ୍ ବୁଲେଟ୍’ ବୋଲି ଭାବନ୍ତୁ ନାହିଁ ।

ତେବେ ଏହି ଆଲୋଚନା ଅବସରରେ କୁହାଯାଇଛି ଯେ, ରେମ୍‌ଡିସିଭିର ‘ରାମବାଣ’ ନୁହେଁ, ଯଦି ଲକ୍ଷଣ ଦେଖାଯାଏ, ତେବେ ନିଶ୍ଚିତ ଭାବରେ ଯାଞ୍ଚ କରନ୍ତୁ ।

Leave A Reply

Your email address will not be published.