ରୁଷ-ୟୁକ୍ରେନ ମହାଯୁଦ୍ଧର ଆଜି ସପ୍ତମ ଦିନ, ୟୁକ୍ରେନ୍‌ରେ ଧ୍ୱଂସର ତାଣ୍ଡବ ଲୀଳା, ରୁଷର ଆର୍ଥିକ ସ୍ଥିତି ଦୋହଳିଲା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । କିନ୍ତୁ ତାୱଡ଼ତୋଡ଼ ଆକ୍ରମଣ ପରେ ବି ରୁଷ ଏପର୍ୟ୍ୟନ୍ତ ୟୁକ୍ରେନକୁ କାବୁ କରିନାହିଁ । କିନ୍ତୁ ଏହି ଯୁଦ୍ଧରେ ରୁଷ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବାରେ ଲାଗିଛି । ରୁଷର ଅର୍ଥନୀତିରେ ପତନ ବର୍ତ୍ତମାନ ଜଳ ଜଳ ହୋଇ ଦିଶୁଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ପୁଣି ଥରେ ‘ଷ୍ଟେଟ ଅଫ ୟୁନିଅନ’ରେ ସ୍ପଷ୍ଟ କରିଛନ୍ତି ଯେ, ରୁଷ ସହ ଲଢ଼ିବା ପାଇଁ ଆମେରିକା ନିଜର ସୈନ୍ୟ ୟୁକ୍ରେନକୁ ପଠାଇବ ନାହିଁ । କିନ୍ତୁ ୟୁକ୍ରେନକୁ ଅନ୍ୟ ସମସ୍ତ ସହଯୋଗ କରିବ ।

ଅନ୍ୟପଟେ ଗତକାଲି ରୁଷର ଭୟଙ୍କର ମିସାଇଲ୍‌ ଆକ୍ରମଣରେ ୟୁକ୍ରେନର ସୈନ୍ୟ ଶିବିର ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଏକା ସାଂଗରେ ୭୦ ଜଣ ୟୁକ୍ରେନୀ ସୈନିକ ମୃତ୍ୟୁବରଣ କରିଛନ୍ତି । ୟୁକ୍ରେନ୍‌ ରାଜଧାନୀ କିଭ୍‌ର ତୈଳ ଡ଼ିପୋ, ଗ୍ୟାସ୍‌ ପାଇପ୍‌ ଲାଇନ୍‌, ପିଇବା ପାଣି ସପ୍ଲାଏ ବ୍ୟବସ୍ଥା, ଟିଭି ଟାୱାର, ବଡ଼ ବଡ଼ ଅଟ୍ଟାଳିକା ଉପରେ ରୁଷ୍‌ ପ୍ରଚଣ୍ଡ ବୋମା ଓ ମିଶାଇଲ୍‌ ମାଡ଼ କରି ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି । ତଥାପି ୟୁକ୍ରେନ୍‌ ନିଜ ଦେଶକୁ ରକ୍ଷା କରିା ପାଇଁ ସଂଗ୍ରାମ ଜାରି ରଖିଛି ।

Leave A Reply

Your email address will not be published.