ବିହାରରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ

ବିହାର : ଶିଶୁ ଦିବସ ଉପଲକ୍ଷେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ସର୍ବଭାରତୀୟ ସମ୍ମିଳନୀ ବିହାର ରାଜ୍ୟର ବୋଧଗୟା ସ୍ଥିତ ସଂଘପ୍ରିୟ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ରାମ ପାଳ ସିଂ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପଦକ କମଳାକାନ୍ତ ତ୍ରିପାଠୀ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିହାର ଜାହାନବାଦର ପୂର୍ବତନ ସାଂସଦ ଅରୁଣ କୁମାର ଯୋଗ ଦାନ କରିଥିଲେ । ଓଡିଶା ରାଜ୍ୟରୁ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ କାହ୍ନୁ ଚରଣ ମହାନ୍ତିଙ୍କ ସମେତ ୧୨ ଜଣ ସଦସ୍ୟ ଉପସ୍ଥିତ ଥିଲେ । ସେଥିରୁ ସବିତା ମହରା, ହରେକୃଷ୍ଣ ରଥ ବଲାଙ୍ଗିର ଜିଲ୍ଲାର ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାର ବାବୁବହନ ଭୋଇ ଝାରସୁଗୁଡ଼ାର ପ୍ରମୋଦ ନାୟକ ପ୍ରଭୃତି ଯୋଗଦାନ କରିଥିଲେ । ସମଗ୍ର ବିଶ୍ୱରେ ୬ ଟି ଦେଶରେ ବାଳ ଶ୍ରମ କଥା ଉପରେ ଭାରତ ବି ଗୋଟିଏ ଦେଶ । ଏହି ଦେଶର ରାଜସ୍ଥାନ, ହରିୟାଣା ଓ ବିହାର ରାଜ୍ୟରେ ଶିଶୁ ଶ୍ରମିକ କଥା ଅତ୍ୟନ୍ତ ଉତ୍କଟ । ଏହି ସାଙ୍ଘାତିକ ସମସ୍ୟାକୁ ପ୍ରତିରୋଧ କରିବା ପାଇଁ ପଦକ୍ଷେପ ନେବାକୁ ଶିକ୍ଷକ ପ୍ରତିନିଧି ମାନଙ୍କ ଜରିଆରେ ତାଲିମ ଦିଆଯାଇଥିଲା । ଓଡିଶାରୁ ସ୍ଵର୍ଣପ୍ରଭା ମେକାପକୁ ବାଳ ଶ୍ରମ ସଚିବ ଭାବେ ନିଯୁକ୍ତ କରାଯାଇଥିବା ସହ ତାଙ୍କୁ ବିଦେଶ ଗସ୍ଥର ବ୍ୟବସ୍ଥା କରାଯାଇଥିବା ବେଳେ ପୁରୁଣା ପେନ୍‌ସନ୍‌ ସ୍କିମ୍‌ ଓଗ୍ରାଚ୍ୟୁଇଟି ତଥା ସମାନ ଦରମା ଉପରେ ପୁନଃ ଆନ୍ଦୋଳନ ପାଇଁ ସଭାପତି ରାମପଲ ସିଂଙ୍କ ଦ୍ଵାରା ପ୍ରସ୍ତାବ ଆଗତ କରାଯାଇଥିଲା । ପାରା ଶିକ୍ଷକ ନିଯୁକ୍ତି ଓ ଶିକ୍ଷାର ଘରୋଇକରଣ ପ୍ରତିବନ୍ଧ ଲଗାଯିବା ପାଇଁ ପୁନଃ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି ।

jittmm
Leave A Reply

Your email address will not be published.