ଦାର୍ ଇ ସଲାମ୍ : ତାଞ୍ଜାନିଆରେ ଏକ ରହସ୍ୟମୟ ରୋଗ ବ୍ୟାପିବାର ଖବର ଆସିଛି । ଏହି ଅଜ୍ଞାତ ରୋଗରେ ପୀଡିତ ଲୋକମାନେ ରକ୍ତ ବାନ୍ତି ପରେ ମୃତ୍ୟୁବରଣ କରିଥିଲେ ଏବଂ ଏପର୍ୟ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କୁହାଯାଉଛି ଯେ, ଏପର୍ୟ୍ୟନ୍ତ ୫୦ ଜଣ ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ଏହି ସମୟରେ, ତାଞ୍ଜାନିଆ ସରକାର ରହସ୍ୟମୟ ରୋଗ ବିଷୟରେ ପ୍ରକାଶ କରିଥିବା ଚୁନିଆ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଫେଲିକ୍ସ କିସାଣ୍ଡୁଙ୍କୁ ନିଲମ୍ବିତ କରିଛନ୍ତି ।
କିସାନ୍ଦୁ କହିଥିଲେ ଯେ, ପୋେ ସଂକ୍ରମଣ ଯାଞ୍ଚ ପାଇଁ ରକ୍ତ ନମୁନା ପଠାଯାଇଛି । କିନ୍ତୁ ତାଞ୍ଜାନିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୌସି ବିଶେଷ ଲକ୍ଷଣ ନାହିଁ । ଅନାବଶ୍ୟକ ଭୟ ସୃଷ୍ଟି କରିଥିବାରୁ କିସାଣ୍ଡୁଙ୍କୁ ନିଲମ୍ବିତ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି । ଏହାପୂର୍ବରୁ କିସାଣ୍ଡୁ ତୁର୍କୀ ଆନାଡୋଲୁ ଏଜେନ୍ସିକୁ କହିଥିଲେ ଯେ, ଅଧିକାଂଶ ରୋଗୀମାନଙ୍କର ପେଟରେ ଅଲସର ସମସ୍ୟା ଦେଖାଦେଉଛି । ଏଣୁ ସିଗାରେଟ ଏବଂ ହାର୍ଡ ପାନୀୟ ବ୍ୟବହାର ନକରିବାକୁ କୁହାଯାଇଛି ।