ଏସ୍‌ଏନ୍ ମେଡିକାଲ୍ କଲେଜର ନୂତନ ସର୍ଜରୀ ବିଲଡ଼ିଂରେ ଭୀଷଣ ଅଗ୍ନିକାଣ୍ଡ

ଆଗ୍ରା : ଏସ୍‌ଏନ୍ ମେଡିକାଲ୍ କଲେଜର ନୂତନ ସର୍ଜରୀ ବିଲଡ଼ିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି । ନିଆଁ ଓ ଧୂଆଁ ଦେଖି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ସେମାନଂକ ସେବକମାନଙ୍କ ମଧ୍ୟରେ ପ୍ରବଳ ଆଶଂକା ଦେଖାଦେଇଥିଲା । ତରବରିଆ ଭାବେ, ସେବକମାନେ ସେମାନଙ୍କର ରୋଗୀଙ୍କୁ କୋଳରେ ନେଇ ୱାର୍ଡରୁ ଦୌଡ଼ି ପଳାଇବାକୁ ଲାଗିଥିଲେ । ଅନ୍ୟପକ୍ଷରେ ଏସ୍‌ଏନ୍ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବିଭାଗର ଅନେକ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା ।

ଏହି ଘଟଣା ଆଗ୍ରା ଜିଲ୍ଲାରେ ଅବସ୍ଥିତ ସରୋଜିନୀ ନାଇଡୁ ମେଡିକାଲ କଲେଜର ନୂତନ ଅସ୍ତ୍ରୋପଚାର ଭବନରୁ ଆସିଛି । ଅସ୍ତ୍ରୋପଚାର ବିଲଡିଂର ଆଠ ମହଲା କୋଠରୀରୁ ଧୂଆଁ ବାହାରୁଥିବାର ଦେଖି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ସେବକମାନଙ୍କ ହୋସ୍‌ ଉଡ଼ି ଯାଇଥିଲା । ତୁରଂତ ସେବକ ଓ କର୍ମଚାରୀମାନେ ରୋଗୀମାନଙ୍କୁ ବାହାର କରିବା ଆରମ୍ଭ କରିଥିଲେ । କିଂତୁ ଆବଶ୍ୟକ ପରିମାଣର ଷ୍ଟ୍ରେଚର ମିଳିନଥିବା ଯୋଗୁଁ ନିଜ ନିଜ ରୋଗୀଙ୍କୁ କୋଳରେ ଉଠାଇ ବିଲଡିଂ ବାହାରକୁ ସେବକମାନେ ବୋହି ଆଣୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.