ସରକାରୀ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ

ଶ୍ରୀନଗର : ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଗତକାଲି ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଡାକ୍ତରଖାନାରେ ଫସି ରହିଥିବା ଶତାଧିକ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା କାହାରି ମୃତ୍ୟୁ ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.