ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ଆଜି ଗାନ୍ଧୀଦାମ-ପୁରୀ ଏକ୍ସପ୍ରେସରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢେ଼ ୧୦ଟା ବେଳେ ଏକ୍ସପ୍ରେସ ଟ୍ରେନର ପ୍ୟାଣ୍ଟ୍ରି କାରରେ ନିଆଁ ଲାଗିଯାଇଥିଲା । ପ୍ୟାଣ୍ଟ୍ରିରେ ଧୂଆଁ ବାହାରିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଅନେକ ଯାତ୍ରୀ ଚଳନ୍ତା ଗାଡିରୁ ଡେଇଁ ପଡିଥିଲେ । ସୌଭାଗ୍ୟବଶତଃ ନିଆଁ ଲାଗିବା ସମୟରେ ଟ୍ରେନ୍ ମହାରାଷ୍ଟ୍ରର ନନ୍ଦୁରବାର ରେଳ ଷ୍ଟେସନରେ ପହଞ୍ଚିଥିଲା, ଯେଉଁ କାରଣରୁ ଏହାର ଗତି ଅତ୍ୟନ୍ତ କମ୍‌ ଥିଲା । ନିଆଁ ଲାଗିବା ମାତ୍ରେ କର୍ତ୍ତୃପକ୍ଷ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲେ, ଯେଉଁଥିପାଇଁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Leave A Reply

Your email address will not be published.