ଡ୍ରଗ୍ସ ର‍୍ୟାକେଟ୍‌ ମାମଲା : ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ତାଙ୍କ ୟୁରିନ୍‌ ସାମ୍‌ପଲ୍‌ରେ ମିଶେଇଥିଲେ ପାଣି, ଯାଂଚ ବେଳେ ଧରାପଡ଼ିଲା

ବେଙ୍ଗାଲୁରୁ : ଡ୍ରଗ୍ସ ପରୀକ୍ଷା ପାଇଁ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ଙ୍କୁ ବେଙ୍ଗାଲୁରୁର କେସି ହସ୍‌ପିଟାଲ୍‌କୁ ଅଣା ଯାଇଥିବା ବେଳେ ସେଠାରେ ତାଙ୍କୁ ୟୁରିନ୍‌ ସାମ୍‌ପଲ୍‌ ଦେବାର ଥିଲା । କିନ୍ତୁ ତାଙ୍କ ୟୁରିନ୍‌ ସାମ୍‌ପଲ୍‌ରେ ପାଣି ମିଶେଇ ରାଗିନୀ ଟେମ୍ପରିଙ୍ଗ୍‌ କରିବାକୁ ଚେଷ୍ଟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଡ୍ରଗ୍ସ ଟେଷ୍ଟ ପାଇଁ ୟୁରିନ୍‌ ସାମ୍‌ପଲ୍‌ ନିଆ ଯାଇଥାଏ । ତେବେ ତାଙ୍କ ୟୁରିନ୍‌ ସାମ୍‌ପଲ୍‌ ଖରାପ ଥିବା ରିପୋର୍ଟ ପୁଲିସ ଜାଣିବା ପରେ ଆଉ ଥରେ ସାମ୍‌ପଲ୍‌ ଦେବାକୁ ତାଙ୍କୁ କୁହାଯାଇଥିଲା । ତେବେ ଦ୍ୱିତୀୟ ଥର ତାଙ୍କ ୟୁରିନ୍‌ ସାମ୍‌ପଲ୍‌ ନେବାବେଳେ ପୋଲିସ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଥିଲା । ତେବେ ଏହି ଟେଷ୍ଟ ବଳରେ ଗତ ୪/୫ ମାସ ଭିତରେ ସନ୍ଦିଗ୍ଧ ଜଣକ ଡ୍ରଗ୍ସ ଗ୍ରହଣ କରିଛନ୍ତି କି ନା ଜଣା ପଡ଼ିଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.