om academy

ସାଇବର କ୍ରାଇମର ଶିକାର ହେଲେ ଯୁବକ

jsm
  • ବିଶ୍ୱାସ ଜନ୍ମାଇ ମେଡିକାଲ ଚିକିତ୍ସା ପାଇଁ କହି ୧୦ହଜାର ଟଙ୍କା ଠକି ନେଲେ ଦୁର୍ବୁତ୍ତ
    ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ସରଳ ବ୍ୟକ୍ତି ବିଶେଷ ସାଇବର କ୍ରାଇମ ଜାଲରେ ଫଶି ଯାଉଥିବା ଠକାମୀର ଶିକାର ହେଉଥିବା ଲକ୍ଷ କରାଯାଉଛି ।ଗଞ୍ଜାମ ଥାନା ଅଧିନସ୍ଥ ଗଞ୍ଜାମ ସହରାଞ୍ଚଳ ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଜୈନେକ ସରଳ ଯୁବକ ସାଇବର କ୍ରାଇମର ଶିକାର ହୋଇ ୧୦ ହଜାର ଟଙ୍କା ଠକାମୀର ଶିକାର ହୋଇଛନ୍ତି । ଯୁବକ ଜଣକୁ ମେଡିକାଲରେ ଚିକିତ୍ସା ନିମନ୍ତେ ଜରୁରୀ ରହିଥିବା କହି ବିଶ୍ୱାସ ଜନ୍ମାଇ ଦୁର୍ବୁତ୍ତମାନେ ଠକି ନେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଗ୍ରାମର ଜୈନେକ ଯୁବକ ପି.ମୋହନ ରେଡ୍‌ଡ୍ଡି ଫେସବୁକ ଦେଖୁଥିବା ବେଳେ ତାଙ୍କ ଫେସବୁକ ଆଡ଼ ୱାଟସପ ନମ୍ବରକୁ ୧୨ ତାରିଖରେ ଗ୍ରାମର ଜୈନେକ ସାଙ୍ଗ ୱାଟସପରେ ରହିଥିବା ପରିବାର ଚିତ୍ରଥିବା ୭୪୦୮୬୫୮୩୭୬ ନମ୍ବର ବିଶିଷ୍ଟ ୱାଟସପରୁ ମେସେଜ୍‌ ଆସିଥିଲା । ‘ମୋହନ ଭାଇ, ମୁଁ ମେଡିକାଲ ଚିକିତ୍ସା ପାଇଁ ଆସିଛି । ମୋତେ ୧୦ ହଜାର ଟଙ୍କା ଜରୁରୀ ହୋଇପଡିଛି । ମୋର ଫୋନପେରେ ପଠାଅ ମୁଁ ଆସନ୍ତା କାଲି ତୁମ ଟଙ୍କା ଫେରସ୍ତ କରିଦେବି ।’ ବିଶ୍ୱାସରେ ଯୁବକ ଜଣକ ସେ ପଠାଇଥିବା ୮୦୫୯୨୪୧୯୪୦ ନମ୍ବର ବିଶିଷ୍ଟ ଫୋନପେ ୧୦ ହଜାର ଟଙ୍କା ପଠାଇ ଦେଇଥିଲେ । ତା’ପରଦିନ ଅର୍ଥାତ ୧୩ ତାରିଖରେ ଟଙ୍କା ପଠାଇବାକୁ ଚାଟିଂ କରି ଅନୁରୋଧ କରିଥିଲେ ଯୁବକ । ଏହାପରେ ୱାଟସପ ନମ୍ବରଟି ବ୍ଲକ ହୋଇଯାଇଥିଲା ।
    ୬୮୯୩୦୧୫୦୦୯୭୦ ଏସ ବି ଆଇ ଏକାଉଣ୍ଟ ନମ୍ବର ରହିଥିବା ବେଳେ ଆଇସିଆଇସି ୦୦୦୬୮୯୩ ବିଶିଷ୍ଠ ଆଇଏଫସି କୋର୍ଡ଼ ରହିଥିବା ଯୁବକ ଜଣକ ପ୍ରକାଶ କରିଛନ୍ତି । ପୂର୍ବରୁ ସାଂଗର ପରିବାର ଫୋଟଚିତ୍ର ବଦଳରେ ଆସିଥିବା ୱାଟସପ ନମ୍ବରରେ ଅନ୍ୟବ୍ୟକ୍ତିର ଫୋଟଚିତ୍ର ରହିଥିବା ଦେଖିବାକୁ ମିଳିଥିଲା । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବାରମ୍ବାର ବିଭିନ୍ନ ସମୟରେ ସାଧାରଣ ଜନତା ସାଇବର କ୍ରାଇମର ଶିକାର ହୋଇଥିବା ଯୋଗୁଁ ଏ ନେଇ ଜନସଚେତନତା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
Leave A Reply

Your email address will not be published.