oom

ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ପୋଲିସ

jsmm

ବଲାଙ୍ଗିର, (କେପିନ୍‌ଏସ୍‌) : ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଜଣଙ୍କୁ ଟାଉନ୍‌ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରୁ ଗତ ୧ ତାରିଖ ରାତିରେ ୫୫ ଗୋଟି ଏସି କେବୁଲ୍‌ ଚୋରି ହୋଇଥିବା ନେଇ ଗତକାଲି ଜିଲ୍ଲା ଦୌରା ଜଜ୍‌ ବଲାଙ୍ଗିର ଆଦର୍ଶ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କେସ ନଂ.୪୯ ଦଫା ୩୭୯ ଆଇପିସି ଆଧାରରେ ପୋଲିସ ତଦନ୍ତ କରି ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସିଭିଲ କୋର୍ଟର କର୍ମଚାରୀ ଆନନ୍ଦନଗରର ଭୀମସେନ ଓରଫ ଭୀମସେନ ବାରିକଙ୍କୁ ଗିରଫ କରିଥିବା ବେଳେ ଚୋରି ହୋଇଥିବା ଏସି କେବୁଲ ୧୫ କେଜି ୪୫୦ ଗ୍ରାମ ତମ୍ବା ତାର ଜବତ ହୋଇଥିବା ମଧ୍ୟ ସୂଚନା ଦିଆଯାଇଛି । ତେବେ ଚୋରା ଏସି କେବୁଲ୍‌କୁ ଭୀମସେନ ପାଖରୁ କିଣିଥିବା ବ୍ୟକ୍ତି ବେହେରାପାଲିର ଅମିତ ମହାଣା(୩୭)ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଏସ୍‌ଡ଼ିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.