ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବ ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଦିନକୁ ଦିନ ବଢୁଥିବା ଅପରାଧକୁ ନେଇ ଚାଞ୍ଚଲ୍ୟ ସୃ‌ଷ୍ଟି ହୋଇଛି । ଆଜି ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ଆସିଛି । ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯୋଜନାବଦ୍ଧ ଭାବରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ବି ଘନୀଭୂତ ହେବାରେ ଲାଗିଛି । ଆଜି ଟିଟିଲାଗଡ଼ ସହର ସର୍ଗିଗୁଡା ସ୍ଥିତ ଆନନ୍ଦ ଅଗ୍ରୱାଲଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲଙ୍କ ଶବ ତାଙ୍କ ଘର ଅଗଣାରେ ଥିବା କୂଅରେ ଭାସୁଥିବା ବେଳେ କେହି ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସ୍ୱାମୀ ଅଭିଯୋଗ କରିଛନ୍ତି । ଏମିତି କି ଘରେ କିଛି ଟଂକା ଏବଂ ସୁନାଗହଣା ବି ନଥିବା ବେଳେ ଡକାୟତି ବା ଲୁଟ୍‌ର ଶିକାର ହେବା ସହ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ମାରିଥିବା ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ପ୍ରାୟ ଏଗାରଟା ସମୟରେ ଟିଟିଲାଗଡ ପୋଲିସ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କଲା ପରେ ଘରକୁ ସିଲ୍ କରି ଘର ସାମ୍ନାରେ ପୋଲିସ ମୁତୟନ କରି ଚାଲି ଯାଇଥିଲା । ଆଜି ଟିଟିଲାଗଡ଼ ପୋଲିସ ଏସଆଇ ସାବିତ୍ରୀ ଖାକା, ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥି ତଥା ବଲାଙ୍ଗିରର ଫରେନ୍‌ସିକ ଟିମ ଓ ଟିଟିଲାଗଡ ଅଗ୍ନିଶମ ବିଭାଗ ଆଜି ଘରର ସିଲ୍‌ ଖୋଲି ଶବକୁ କୂଅରୁ କାଢି ତଦନ୍ତ ଆରମ୍ଭ କରିଛନ୍ତି । କୂଅ ନିକଟରୁ କେତେକ ଚୁଡ଼ି ଖଂଡ, ଘର ଭିତରେ କେତେକ ଭଙ୍ଗା ଚୁଡ଼ି ସହ ମହିଳାଙ୍କୁ ଘୋଷାରି ଘୋଷାରି ଆଣି କୂଅରେ ଫିଙ୍ଗିଥିବା ଚିହ୍ନ ରହିଥିବା ଫରେନ୍‌ସିକ୍‌ ଟିମ୍‌ ଅନୁମାନ କରୁଛି । ଏମିତିକି କେତେକ ସ୍ଥାନରେ ପ୍ରମାଣ ହଟାଇବାକୁ ଚି଼ହ୍ନ ଲିଭା ଯାଇଥିବା ପ୍ରୟାସ କରାଯାଇଥିବା ସନ୍ଦେହ କରୁଛି ଫରେନସିକ ଟିମ୍‌। ତେବେ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଅଧିକ ଘନୀଭୂତ ହେଉଛି । ତେବେ ପୋଲିସ ତଦନ୍ତ ଜାରି ରଖିଛି । ଶବ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରହିଛି । ଏବେ ହତ୍ୟା ହୋଇଥିବା ଅନୁମାନ କରାଯାଉଛି । ତେବେ ମୃତ୍ୟର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ପୋଲିସ କହିଛି । ଏହି ଘଟଣା ଉପରେ ଏବେ ସସ୍‌ପେନ୍‌ସ୍‌ ଲାଗି ରହିଛି ସାରା ସହରରେ ।

Leave A Reply

Your email address will not be published.

error: Content is protected !!