om academy

ପରେଶ ରାୱଲ ହେଲେ ଏନ୍‌ଏସ୍‌ଡ଼ି ଅଧ୍ୟକ୍ଷ

jsm

ନୂଆଦିଲ୍ଲୀ : ବଲିଉଡ୍‌ର ବଳିଷ୍ଠ ପ୍ରତିଭାବାନ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ପରେଶ ରାୱଲ୍‌ଙ୍କୁ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡ଼ି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏହି ସୂଚନା ଦେଇଥିବା ବେଳେ ସେ ଟ୍ୱିଟ୍‌ କରି ଏହା ଜଣାଇଥିବା ଖବରରେ ପ୍ରକାଶ । ସେ ଲେଖିଛନ୍ତି ଯେ, ପରେଶଙ୍କ ବହୁମୁଖୀ ପ୍ରତିଭା ଏବେ ଦେଶର କଳାକାର ଓ ଛାତ୍ରଛାତ୍ରୀ ମଧ୍ୟ ପାଇପାରିବେ । ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନ୍‌ଏସ୍‌ଡ଼ିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି ପରେଶ ରାୱାଲଙ୍କୁ । ତେବେ ଦର୍ଶକଙ୍କୁ ବିମୋହିତ କରି ପାରିଥିବା ଭଳି ଜଣେ କଳାକାର ପରେଶ ରାୱାଲ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିବା ବେଳେ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି । ଅନେକ ସମ୍ମାନର ଅଧିକାରୀ ପରେଶ ରାୱାଲ ଏବେ କଳାକାର ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭାର ଶିକ୍ଷା ପ୍ରଦାନ କରିବେ ।

Leave A Reply

Your email address will not be published.