ଅଙ୍ଗଦାନ ନିଷ୍ପତ୍ତି ନେଇ ନୂଆବର୍ଷ ଆରମ୍ଭ କଲେ ବରଗଡ଼ର ଦୁଇଜଣ ସମାଜସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୧ । ଏହି ଦିନଟିକୁ ଅନେକ ଲୋକେ ଭୋଜି ଭାତ ସହିତ ମୌଜ ମଜଲିସରେ କଟେଇବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଅନେକ ଲୋକ ଏହି ଦିନରେ ଅସହାୟ ଗରିବ ଲୋକଙ୍କ ସହିତ ପାଳନ କରିବାକୁ ପସନ୍ଦ କରୁଛନ୍ତି ନୂଆବର୍ଷ । ବରଗଡ଼ର ଦୁଇଜଣ ସମାଜସେବୀ ଏହି ନୂତନ ବର୍ଷ ଅବସରରେ ଏକ ଅଭିନବ କାର୍ୟ୍ୟ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ମିଳିଥିବା ଖବର ମୁତାବକ ବରଗଡ଼ ସହର ମଧ୍ୟରେ ରହୁଥିବା ଜଣାଶୁଣା ସମାଜସେବୀ ଗୀତା ମିଶ୍ର ଏବଂ ଅମ୍ବାପାଲିରେ ରହୁଥିବା ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ ମୃତ୍ୟୁ ପରେ ନିଜ ନିଜ ଚକ୍ଷୁ ସହିତ ସମସ୍ତ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆଜି ଉଭୟ ସମାଜସେବୀ ବୁର୍ଲା ବଡ଼ ମେଡ଼ିକାଲକୁ ପହଞ୍ଚିଥିଲେ । ଏଠାରେ ବୁର୍ଲାର ସିନିୟର ଡାକ୍ତର ଶଙ୍କର ରାମଚନ୍ଦାନି ଆବଶ୍ୟକ ଥିବା ସମସ୍ତ କାଗଜପତ୍ର ପ୍ରସ୍ତୁତ କରିଥିଲେ । ଏହାପରେ ଡାକ୍ତର ରାମଚନ୍ଦାନିଙ୍କ ଉପସ୍ଥିତିରେ ସୁବ୍ରତ କୁମାର ବିର୍ତ୍ତିଆ ଏବଂ ଗୀତା ମିଶ୍ର‌ଙ୍କ ଆବେଦନକୁ ବୁର୍ଲା ମେଡ଼ିକାଲ ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ଗ୍ରହଣ କରିବା ସହିତ ଉଭୟଙ୍କୁ ଏହି ମହତ କାର୍ୟ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.