ନିଆଁରେ ପୋଡି ବିବାହିତା ମହିଳା ଗୁରୁତର

ଢେଙ୍କାନାଳ, (ତାପସ ଦାସ) : ନିଆଁରେ ପୋଡିହୋଇ ବିବାହିତା ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ସୁଭଦ୍ରା ଦେହୁରୀ । ସୂଚନା ଅନୁସାରେ ସକାଳେ ଘରେ ଚୁଲି ଲଗାଇ ଚା’ ତିଆରି କରୁଥିବା ବେଳେ ଅସାବଧାନତା ବସତ ପ୍ରଥମେ ଲୁଗା ଓ ପରେ ହାତ, ଗୋଡରେ ନିଆଁ ଲାଗିଯାଇଥିଲା ।ଫଳରେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନସ୍‌ରେ ପରିବାର ଲୋକେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଢେଙ୍କାନାଳ ସ୍ଥାନାନ୍ତର କରାଯିବା ନେଇ କୁହାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ମଧ୍ୟ ଜଣାପଡିଛି । ଶରୀରର ପ୍ରାୟ ୩୦ଭାଗ ପୋଡିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.