ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ତାଲିମ ଶିବିରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ତାଲିମ ଶିବିର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ତିନି ଦିନ ଧରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ତରଫରୁ ନେତୃତ୍ୱ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଡିଗ୍ରୀ ମହାବିଦ୍ୟାଳୟ, କୁଶଙ୍ଗ ତରଫରୁ ସୁରଜ ପ୍ରତାପ ସିଂ ଦେଓ, ରଞ୍ଜନ ସାହୁ, ଅକ୍ଷୟ ସାହୁ, ଚିନ୍ତାମଣି ଦାଶ, ଜାଗୃତି ଗଡ଼ତ୍ୟା, ରୋଜି ସାହୁ, ହରିପ୍ରିୟା ନାଏକ, ଅନିତା ବିଶ୍ୱାଳ ପ୍ରଭୃତି ଆଠ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବାରୁ ଶିବିରୁ ଫେରିବା ପରେ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଧ୍ୟକ୍ଷ ବିଜୟ କୁମାର କଲେତ, ଡ. ଅଜିତ ଭୋଇ, ଡ. ଲକ୍ଷ୍ମଣ ମେହେର, ଅଧ୍ୟାପିକା ବିଜ୍ଞଶ୍ରୀ ଗୁରୁ, ଅଧ୍ୟାପିକା ବାରିଧି ତ୍ରିପାଠୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଆଠଜଣ ଯାକ ଛାତ୍ରଛାତ୍ରୀଙ୍କୁ ଫୁଲତୋଡ଼ା ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ କଲେଜର ଶେଷ ବର୍ଷର ଛାତ୍ର ଶିବାଶିଷ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.