jayashree

ମାର୍ଗଶିର ପୂର୍ଣ୍ଣିମାରେ ପାଳିତ ହୁଏ ମା’ ଦୁର୍ଗାଙ୍କ ଦୁର୍ଗେଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଏବଂ ପାହାଡମାନଙ୍କରେ ରହିଛି ବିଭିନ୍ନ ଐତିହ ଏବଂ ମାନ୍ୟତା । ବିଭିନ୍ନ ରୂପରେ ଦେବା ଦେବୀମାନେ ଆସ୍ଥିନ ଥିବା ବେଳେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗେଇ ଖୋଲ ଅଞ୍ଚଳରେ ଥିବା ମା’ ଦୁର୍ଗାଙ୍କର ରହିଛି ସ୍ୱତନ୍ତ୍ର ମାନ୍ୟତା । ପଦ୍ମପୁର ଉପଖଣ୍ଡ ପାଇକମାଲଠାରୁ ନୁଆପଡା ରାସ୍ତାରେ ପ୍ରାୟ ୧୫ କିଲୋମିଟର ମନଭଙ୍ଗ ଡେମ୍‌ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟ ସହ କୁଳୁ କୁଳୁ ନାଦରେ ବୋହି ଆସୁଥିବା ମା’ଙ୍କ ନାମରେ ନାମିତ ଝରଣା ଦୁର୍ଗେ ଝରନ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ପ୍ରକୃତିର ଗନ୍ତା ଘର ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ଏହି ସ୍ଥାନ ଏଠାରୁ ପ୍ରାୟ ୧୨ କିଲୋମିଟର ଏବଂ ୨ ଘଣ୍ଟାର ଜଙ୍ଗଲ ଏବଂ ପଥୁରିଆ ରାସ୍ତା ଚଢିବା ପରେ ଆସିଥାଏ ମା’ ଦୁର୍ଗାଙ୍କର ପ୍ରାକୃତିକ ପୀଠ । ଏକ ଗୁମ୍ଫା ପରି ସ୍ଥାନରେ ପୂଜା ପାଇଥାନ୍ତି ମା’ ଦୁର୍ଗେ ଦେବୀ । ବର୍ଷକୁ ଥାରେ ମା’ଙ୍କ ଦର୍ଶନର ସୁଯୋଗ ମିଳୁଥିବାରୁ ମା’ଙ୍କର ଦର୍ଶନ ପାଇଁ ପ୍ରତିବର୍ଷ ମାର୍ଗଶୀର ପୁର୍ଣ୍ଣିମା ଦିନ ପ୍ରତି ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଧାଇଁ ଆସିଥାନ୍ତି ହଜାର ହଜାର ସଂଖ୍ୟାରେ ଭକ୍ତ । ମାନ୍ୟତା ଅନୁଯାୟୀ ଏହି ସ୍ଥାନରେ ମାଗିଲେ ଭକ୍ତଙ୍କ ସବୁ କାମନା ମା’ ପୁରଣ କରୁଥିବାରୁ ଭକ୍ତଙ୍କ ମନରେ ଏହି ସ୍ଥାନ ପ୍ରତି ଆସ୍ଥା ଏବଂ ବିଶ୍ୱାସ ରହିଛି । କେବଳ ଯେ ଏତିକି ନୁହଁ ବରଂ ଦୁର୍ଗେଖୋଲ ଯିବା ବାଟରେ ପଡେ ଐତିହାସିକ ହୁମେରଗଡର ଦ୍ୱାର ଏବଂ ଭଗ୍ନାବଶେଷ । ପୂର୍ବ ସମୟରେ ପାଟଣା ମାହାରାଜା ଏହି ସ୍ଥାନରେ ଗଡ ନିର୍ମାଣ ସହ ପାହାଡ ଉପରେ କାନ୍ଥ ଏବଂ ସୈନିକଙ୍କ ପାଇଁ ଛାଉଣି ତିଆରି କରାଇ ଥିବାର ଲୋକ କଥା ରହିଛି । ଏହି ସ୍ଥାନରୁ ପ୍ରାୟ ୧.୫ କିଲୋମିଟର ଆଗକୁ ଯିବା ପରେ ଆସେ ମା’ ଦୁର୍ଗାଙ୍କର ପୀଠ । ହେଲେ ଗଡର ଭଗ୍ନାବଶେଷ ହେଉ କି ପାହାଡ ଭିତରେ ଥିବା ମା’ଙ୍କର ପୀଠ ହେଉ ପ୍ରଶାସନ ଏବଂ ସରକାରଙ୍କ ବିକାଶ ଏବଂ ରକ୍ଷଣା ବେକ୍ଷଣରୁ ବହୁ ଦୂରରେ । ଶୀଘ୍ର ଏହି ହୁମେରଗଡର ବସ୍ଥିତ ଭଗ୍ନା ବଶେଷମାନଙ୍କୁ ସୁରକ୍ଷା ନ ଦିଆଗଲେ ଏକ ଇତିହାସର ପୃଷ୍ଠା ଲୁପ୍ତ ପ୍ରାୟ ହୋଇ ଯିବାର ସମ୍ଭାବନା ଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ରାତିରେ ପୂଜା ସରିବା ପର୍ଯ୍ୟନ୍ତ ମନ୍ଦିର ଆଖ ପାଖରେ ବିଶ୍ରମ ପାଇଁ କି ଆଲୋକର କୌଣସି ବ୍ୟବସ୍ଥା ନଥିବାରୁ ନିଆଁ ଟର୍ଚ୍ଚ ଆଦି ଜାଳି ଗଛ ମୂଳେ ଆଶ୍ରୟ ନେଇଥାନ୍ତି । ଏଣୁ ସରକାର ଏହି ପୀଠର ଐତିହ ରକ୍ଷା ଏବଂ ବିକାଶ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଜନସାଧାରଣଙ୍କ ମଧ୍ୟରେ ଦାବୀ ହେଉଛି । ଐତିହ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠକୁ ଅତିଶୀଘ୍ର ରକ୍ଷା କରାନଗଲେ ଆଗାମୀ ପିଢି ପାଇଁ ଏହା ଏକ କାହାଣୀ ମାତ୍ର ହୋଇ ରହିଯିବ ।

Leave A Reply

Your email address will not be published.