ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

• ଗଞ୍ଜାମ ଜିଲ୍ଲାର ୨୬ଲକ୍ଷ ୭୬ ହଜାର ଲୋକ ପାଇବେ ମୌଳିକ ସୁବିଧା
• ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁରର ପିଲିବନ୍ଧପାର୍କ ଲୋକାର୍ପଣ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ, ଲୋକାର୍ପଣ ହେଲା
• ମା’ ତାରାତାରିଣୀଙ୍କ ଦର୍ଶନରେ ନବୀନ ଆତ୍ମବିଭୋର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମରେ ଗତକାଲି ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ପୀଠର ପରିଦର୍ଶନ ସାଂଗକୁ ଦେବୀଙ୍କ ଦର୍ଶନକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭୂକୃପା ଲାଭକରି ଚରମାନନ୍ଦ ଅନୁଭବ କରିଛନ୍ତି । ଆୟୋଜିତ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ଗଞ୍ଜାମବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଭିତ୍ତିସ୍ଥାପନ, ଶିଳାନ୍ୟାସ, ଅନୁଷ୍ଠାନିକ ଉଦ୍‌ଘାଟନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ତହିଁରେ ମା’ତାରାତାରିଣୀଙ୍କ ପାଦଦେଶରୁ ଭର୍‌ର୍ଚୁଆଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁରର ପିଲିବନ୍ଧପାର୍କ ମଧ୍ୟ ଲୋକାର୍ପଣ ହୋଇଛି । ସୂଚନାଯୋଗ୍ୟ ଯେ, ବହୁପ୍ରତୀକ୍ଷିତ ଛତ୍ରପୁରର ପୂରାତନ ପାର୍କ ବ୍ରିଟୀଶ ଶାସନ ସମୟରେ ବ୍ରିଟୀଶ ସାହେବ ଜୋହାନ ବିଲ୍‌ଙ୍କ ଦ୍ୱାରା ଖନନ ହୋଇଥିବା ଏକ ଆଦର୍ଶ ପୁଷ୍କରିଣୀ, ଯାହାର ନାମ ପିଲିବନ୍ଧ ବୋଲି ପରବର୍ତ୍ତୀ ସମୟରେ ନାମକରଣ ହୋଇଥିବା ଏହି ପିଲିବନ୍ଧ ପାର୍କର ୧ କୋଟି ୭୬ ଲକ୍ଷଟଙ୍କାର ଖର୍ଚ୍ଚରେ ନିର୍ମିତ ନୂତନ ପାର୍କର ଲୋକାର୍ପଣ ହୋଇଯାଇଛି । ଆଜି ପିଲିବନ୍ଧ ପାର୍କ ପରିସରରେ ସୁନ୍ଦର ଆଲୋକୀକରଣ ହୋଇ ଦର୍ଶକଙ୍କ ମନକୁ ହରଣ କରିଛି ତଥା ଛତ୍ରପୁରବାସୀଙ୍କ ମନରେ ଅନେକ ଆନନ୍ଦ ସଞ୍ଚାର କରିଛି । ନୂତନ ସୌନ୍ଦର୍ଯ୍ୟକରଣ ସହ ଜଳକ୍ରୀଡା-ଉଦ୍ୟାନଭରା ସୁନ୍ଦର ଆଲୋକୀକରଣ ଏହି ପ୍ରକଳ୍ପର ଲୋକାର୍ପଣକୁ ନେଇ ଛତ୍ରପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି । ସ୍ୱତନ୍ତ୍ର ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ବହୁ ପୁରୁଖା ନେତ୍ତୃବର୍ଗଙ୍କ ସମେତ ଛତ୍ରପୁର ସହରର ବୃଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନର ବାର୍ତ୍ତା ଦେଇ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.