oom

୧୮୯ ବାଟାଲିୟନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ମାଓ ପ୍ରବଣ ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୧୮୯ ବାଟାଲିଅନ୍ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଅସାମାଜିକ କାର୍ଯ୍ୟକଲାପ ବିରୁଦ୍ଧରେ ଅଭିୟାନ ଚଲାଇବା ସହିତ ଦେଶକୁ ବଜାୟ ଏବଂ ପରିବେଶକୁ ସ୍ୱଚ୍ଛ ରଖିବାରେ ମଧ୍ୟ ଅମୂଲ୍ୟ ଅବଦାନ ରଖିଛି । ଏହି କ୍ରମରେ, ପୱନ କୁମାର ତିୱାରୀ, କମାଣ୍ଡେଣ୍ଟ ୧୮୯ ବାଟାଲିୟନ ନିର୍ଦ୍ଦେଶନାରେ ଡି / ୧୮୯ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡାଟେଣ୍ଟ ଓମପ୍ରକାଶ ଯାଦବ ଏବଂ ବି / ୧୮୯ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡାଟେଣ୍ଟ ଲଖୱିନ୍ଦର ସିଂ, ଇନ୍ସପେକ୍ଟର ବିଜୟ କୁମାର, ଇନ୍ସପେକ୍ଟର ପି ଲିମସନ୍ ଏବଂ ଯବାନମାନେ ଯୋଗ ଦେଇ ବଲାଙ୍ଗିର ଜିଲ୍ଲାର ଐତିହାସିକ ବିଶ୍ୱ ପ୍ରସିଦ୍ଧ ହରିଶଙ୍କର ପିଠଠାରେ ଥିବା ମନ୍ଦିର କମ୍ପ୍ଲେକ୍ସ, ପାର୍କିଂ ସ୍ଥାନ, ବସ୍ ଷ୍ଟାଣ୍ଟ ଚାରିଆଡେ ପରିଷ୍କାର ସ୍ୱଚ୍ଛତା ଡ୍ରାଇଭ୍ର ଅଭିୟାନର ଆୟୋଜନ କରିଥିଲେ । ଏହି ଅଭିଯାନ ସମୟରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓମପ୍ରକାଶ ଯାଦବ ଜନସାଧାରଣଙ୍କୁ ସମ୍ବୋଧିତ କରି ଆମ ଦେଶକୁ ପରିଷ୍କାର ଏବଂ ସବୁଜ ସୁନ୍ଦର କରିବାକୁ ପଡିବ ତଥା ଆମ ଆଗାମୀ ପିଢ଼ିକୁ ଏକ ସୁସ୍ଥ ଏବଂ ସୁନ୍ଦର ଭାରତ ଦେବାକୁ ପଡ଼ିବ ବୋଲି କହିଥିଲେ । ଏଥିସହ ସେ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଆମକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଏବଂ ସ୍ଲୋଗାନ ଦେଇ କହିଛନ୍ତି ଯେ, ଭଗବାନ ସ୍ୱଚ୍ଛତା ମଧ୍ୟରେ ରୁହନ୍ତି । ଏହି ଅବସରରେ ନନ୍ଦୁପଲା ଗାଁର ହରିଶଙ୍କର ମନ୍ଦିର କମିଟି ସଦସ୍ୟ ଏବଂ ଆଖ ପାଖ ଅଞ୍ଚଲର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.