lika

ଯୁବ ଚିତ୍ରଶିଳ୍ପୀ ଜଗନ୍ନାଥ ମେହେରଙ୍କୁ ସମ୍ବର୍ଦ୍ଧନା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରଠାରେ ବିଶିଷ୍ଟ ସାରସ୍ୱତ ସାଧକ ସ୍ୱର୍ଗତ ହଟକିଶୋର ପାଣିଗ୍ରାହୀଙ୍କ ରଚିତ ପୁସ୍ତକତ୍ରୟ ପୁସ୍ତକ ଉନ୍ମୋଚନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଉନ୍ମୋଚନ ଉତ୍ସବରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କଁସର ପଞ୍ଚାୟତ କେଉଁଟେନବାହାଲି ଗ୍ରାମର ଯୁବ ଚିତ୍ରଶିଳ୍ପୀ ଜଗନ୍ନାଥ ମେହେରଙ୍କୁ ସମ୍ବାଦ ଖବର କାଗଜର ପ୍ରତିଷ୍ଠାତା ତଥା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରତିଛବି ଆଙ୍କି ଥିବାରୁ କଳାକୁ ସମ୍ମାନ ଦେଇ ନିଜେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଜଗନ୍ନାଥଙ୍କୁ ସମ୍ମାନୀତ କରିଛନ୍ତି । ପୂର୍ବରୁ ଜଗନ୍ନାଥ ଅନେକ କବି କଳାକାର ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କର ଛବି ଆଙ୍କି ବେଶ ପ୍ରଶଂସା ଅର୍ଜନ କରିଥିଲେ । ଆଜି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ହାତରୁ ସମ୍ମାନୀତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଜଗନ୍ନାଥଙ୍କୁ ଅନେକ ସାହିତ୍ୟକ କବି କଲାକାର ଶୁଭେଚ୍ଛା ଜଣାଇଛନ୍ତି ।

sandip
Leave A Reply

Your email address will not be published.