csstore

ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶିକ୍ଷା କମିଟି ଗଠିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶିକ୍ଷା କମିଟି ଗଠନ କରାଯାଇଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ପୁରା ହୋଇଯାଇଥିବା ନେଇ ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନଙ୍କର ମାତା ପିତାଙ୍କୁ ପୂର୍ବ ସୂଚନା ଆଧାରରେ ସାଧାରଣ ସଭା ଡକାଇ ଏକ ନୂତନ ବିଦ୍ୟାଳୟ ଶିକ୍ଷା କମିଟି ଗଠନ କରିବା ସଙ୍ଗେ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନିକେତନ ବରିହା ଏବଂ ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶାନ୍ତନୁ ମିଶ୍ରଙ୍କ ତତ୍ୱାବଧାନରେ ବିଦ୍ୟାଳୟ ଶିକ୍ଷା କମିଟି ଗଠନ ଶାନ୍ତିପୂର୍ଣ ଭାବେ କରାଯାଇଥିଲା । ଏହି ବୈଠକରେ ନୀଳମଣି ପ୍ରଧାନଙ୍କୁ ସର୍ବସମ୍ମତି କ୍ରମେ ବିଦ୍ୟାଳୟ ଶିକ୍ଷା କମିଟିର ନୂତନ ସଭାପତି ଏବଂ ଶ୍ରୀମତୀ ଭାମା ରାଉତଙ୍କୁ ଉପସଭାପତି ଭାବେ ଚୟନ କରା ହୋଇଥିଲା । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନିକେତନ ବରିହା କହିଛନ୍ତି ଯେ, ସ୍କୁଲକୁ ମଜବୁତ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ଷୀରୋଦିନୀ ଭୋଇଙ୍କ ସହ ନମିତା ମଣ୍ଡଳ, ଗୀତାଞ୍ଜଳି ବେହେରା ମନୋରମା ନାଏକ, ତୁଲାରାମ ସୁନା, ଗୁରୁଚରଣ ଧରୁଆ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.