ସଇଁନ୍ତଲା ବ୍ଳକକୁ ମରୁଡ଼ି ଘୋଷଣା ନେଇ ମନ୍ତ୍ରୀଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଚଳିତବର୍ଷ ବର୍ଷାର ଦେଖାଦେଉନ ଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି । ଯାହାକୁ ନେଇ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସଇଁନ୍ତଲା ସରପଞ୍ଚ ସଂଘ ସଭାପତି ହିମାଂଚଳ ବୁଡେକ, ସରପଞ୍ଚ ମନୋଜ କଠାର, ଜେମାମଣୀ ମଲ୍ଲିକ ସମେତ ସ୍ଥାନୀୟ ଅଞ୍ଚଳବାସୀ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଧାର କରଜ ଆଣି ଚାଷୀ ଚାଷ କରୁଥିବା ବେଳେ ଚଳିତବର୍ଷ ବର୍ଷାର ପ୍ରଭାବ ଶୁନ । ମାଟି ଫାଟି ଆଁ କଲାଣି । ଯାହାକୁ ନେଇ ଏବେ ଭାଙ୍ଗି ପଡିଛନ୍ତି ହଜାର ହଜାର ଚାଷୀ । ସୂଚନା ମତେ, ବଲାଙ୍ଗିର ଜିଲ୍ଲା ଜଳସେଚନରେ ସବୁବେଳେ ଅବହେଳିତ ତେଣୁ କେବଳ ବର୍ଷା ପାଣି ଉପରେ ନିର୍ଭରଶୀଳ ଥିବାରୁ ପ୍ରତିବର୍ଷ ମରୁଡ଼ିର ସମ୍ମୁଖୀନ ହେଉଛି । ଚଳିତ ବର୍ଷ ବି ସ୍ୱଳ୍ପ ବର୍ଷା ଯୋଗୁଁ ଏହି ଜିଲ୍ଲା ମରୁଡ଼ି ମୁହଁକୁ ଚାଲିଯାଉଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟପକ୍ଷରେ ଜଳସେଚନ ପାଇଁ ରହିଥିବା ଅନେକ ପ୍ରକଳ୍ପ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇପଡ଼ିଛି । ଆଉ କିଛି ପ୍ରକଳ୍ପ ଅଚଳ ହୋଇପଡ଼ିଛି । ଏବେ ଚାଷ କାମ ଆଗେଇ ପାରୁ ନଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି । ଚଳିତ ବର୍ଷ ଶହ ଶହ ହେକ୍ଟର ଜମି ଚାଷ ନହୋଇ ପଡ଼ିଆ ପଡ଼ିଛି । ଏଠାରେ ଜଳସେଚନର ବହୁପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନଥିବାରୁ ଚାଷକୁ ଛାଡ଼ି ଚାଷୀ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛି । ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ମରୁଡ଼ି ଆଶଙ୍କା ନିଶ୍ଚିତ ଥିବାରୁ ଜିଲ୍ଲାପାଳ କୃଷି ବିଭାଗ ଓ ଜଳସେଚନ ବିଭାଗ ଜରିଆରେ ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି । ସମୀକ୍ଷା ସମୟରେ କେତେ ପ୍ରକଳ୍ପ ଧାନ ଚାଷକୁ ମରୁଡ଼ିରୁ ରକ୍ଷା କରିପାରିବ, ତାହାକୁ ନେଇ ବିଚାରବିମର୍ଶ ଚାଲିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ୍‌ରେ ୯୬୨ଟି ଉଠା ଜଳସେଚନ ପ୍ରକଳ୍ପ, ୮୫୭୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଓ ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପ ଅଛି । ୯୬୨ଟି ଗଭୀର ନଳକୂପରୁ ୨୧ହଜାର ୧୭୦ ହେକ୍ଟର, ୮୫୭୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପରୁ ୪୮୩୨୦ ହେକ୍ଟର ଓ ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପରୁ ୩୫୦ ହେକ୍ଟର ଏପରି ମୋଟ ୯୫୭୦ଟି ପ୍ରକଳ୍ପରୁ ୬୯ହଜାର ୮୪୦ ହେକ୍ଟର ଧାନ ଚାଷକୁ ମରୁଡ଼ି ଦାଉରୁ ରକ୍ଷା କରାଯିବାର ବ୍ୟବସ୍ଥା ଅଛି । ହେଲେ ଗତ ୨୪ ତାରିଖ ଦିନ ହୋଇଥିବା ଜିଲ୍ଲାପାଳଙ୍କ ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ୯୬୨ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୪୩୧ଟି ପ୍ରକଳ୍ପ କାମ କରୁନଥିବା ବେଳେ ୫୩୧ଟି ପ୍ରକଳ୍ପ ଚାଲିଛି । ସେହିପରି ୮୫୭୩ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୭୩୩୫ଟି ଚାଲିଛି ଓ ୧୨୩୮ଟି ଅଚଳ ରହିଛି ।

ସେହିପରି ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପରୁ ମାତ୍ର ଗୋଟିଏ ପ୍ରକଳ୍ପ ଚାଲୁ ନାହିଁ । ବର୍ତ୍ତମାନ ୫୩୧ଟି ଉଠା ଜଳସେଚନ ପ୍ରକଳ୍ପରୁ ୭୦୬୦ ହେକ୍ଟର, ୭୩୩୫ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପରୁ ୨୫ହଜାର ୬୭୩ ହେକ୍ଟର ଓ ୩୪ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପରୁ ୧୭୦ହେକ୍ଟର ଧାନ ଚାଷକୁ ମୋଟ ୭୯୦୦ଟି ପ୍ରକଳ୍ପରୁ ୩୨ହଜାର ୯୦୩ହେକ୍ଟର ଫସଲକୁ ମରୁଡ଼ି କବଳରୁ ରକ୍ଷା କରାଯାଇ ପାରିବ ବୋଲି ଦର୍ଶଯାଉଛି । ବର୍ତ୍ତମାନ ୭୯୦୦ ପ୍ରକଳ୍ପରୁ ୧୬୭୦ ପ୍ରକଳ୍ପ ପ୍ରସ୍ତୁତ ହୋଇ ନାହିଁ । ଯାହା ଫଳରେ ୬୯ହାଜାର ୮୪୦ହେକ୍ଟରକୁ ମରୁଡ଼ି ମୁକାବିଲା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ୩୨ହଜାର ୯୦୩ହେକ୍ଟର ମାତ୍ର ମରୁଡ଼ି ଦାଉରୁ ରକ୍ଷା କରାଯାଇ ପାରିବ ବୋଲି ଜଣାପଡ଼ିଛି । ମାତ୍ର ୧୬ଶହ ପ୍ରକଳ୍ପ ଅଚଳ ଥିବାରୁ ୩୬ହଜାର ୯୩୭ ହେକ୍ଟର ଜମିକୁ ପାଣି ମାଡ଼ିବ ନାହିଁ । ଏଥିରୁ ଜଣାପଡ଼ୁଛି ଯେ, ବଲାଙ୍ଗିର ଜିଲ୍ଲାରେ ଉଠା ଜଳସେଚନ ବ୍ୟବସ୍ଥା କିପରି ଚାଲିଛି । ତେବେ ରାଜ୍ୟ ସରକାର ସଇଁନ୍ତଲା ବ୍ଳକକୁ ମରୁଡି ଘୋଷଣା କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.