jayashree

ଗଞ୍ଜାମ ଜିଲ୍ଲାରେ ନୂଆ ଭାରତ @ ୭୫ କାର୍ଯ୍ୟକ୍ରମର ଶୁଭାରମ୍ଭ

ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ଯୁବ ଦିବସ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୨ରେ ପାଳନ କରାଯାଏ । ଯୁବ ଗୋଷ୍ଠୀଙ୍କୁ ଜାଗ୍ରତ କରିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜାତୀୟ ଏଡ଼୍‌ସ ନିୟନ୍ତ୍ରଣ ସଂସ୍ଥା ଏବଂ ଓଡିଶା ରାଜ୍ୟ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଞ୍ଜାମର ମିଳିତ ଉଦ୍ୟମରେ କଲେଜ୍ ଓ ସ୍କୁଲର ପିଲାମାନଙ୍କୁ ଏଚ୍‌ଆଇଭି, ଟିବି ସମ୍ପର୍କରେ ସଚେତନ କରାଇବା ଏବଂ ରକ୍ତଦାନ କରିବା ପାଇଁ ଆଗ୍ରହ ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ, ଏହି ସଚେତନତା କାର୍ଯ୍ୟକ୍ରମ ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ -୨୦୨୨ ପର୍ଯ୍ୟନ୍ତ ଚାଲୁରହିବ । ଜିଲ୍ଲାରେ ଥିବା ସମସ୍ତ ଯୁବଗୋଷ୍ଠୀ ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସଚେତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ, ଯେଉଁ ଯୁବ ଗୋଷ୍ଠୀ ରାଜ୍ୟ ବାହାରେ ରହୁଛନ୍ତି, ସେମାନେ ଏଚ୍ଆଇଭି/ ଟିବିରୁ କିପରି ମୁକ୍ତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଗଞ୍ଜାମ ଜିଲ୍ଲାରେ ବିବାହ ପୂର୍ବରୁ ଉଭୟ ପୁଅ ଓ ଝିଅ ଏଚ୍ଆଇଭି ପରୀକ୍ଷା କରାଇବା ପାଇଁ ଅନୁରୋଧ କରାଯାଇଛି । ସଂକ୍ରମିତ ମା’ ଠାରୁ ପିଲାଙ୍କୁ କିପରି ସଂକ୍ରମଣ ନହେବ ସେଥିପ୍ରତି ଆମ୍ଭେମାନେ ଯତ୍ନବାନ । ଏଡ଼୍‌ସ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଦେୟମୁକ୍ତ ଫୋନ୍ ନମ୍ୱର୍ ୧୦୯୭ରେ ଯେ କୌଣସି ଦିନ ଓ ସମୟରେ କଲ୍ କରନ୍ତୁ । ଆଜି ଏହି ଅବସରରେ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ କ୍ଷତ୍ରିୟବରପୁର ଠାରେ ଏକ କାର୍ଯ୍ୟକ୍ରମ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିବି ରୋଗର ଲକ୍ଷଣ, ଏହାର ନିରାକରଣ ଟିବି ରୋଗୀମାନଙ୍କୁ ମିଳୁଥିବା ସୁବିଧା, ଜିଲ୍ଲାରେ ଥିବା ଟିବି ପରୀକ୍ଷ। କେନ୍ଦ୍ର, ଏଚ୍‌ଆଇଭିର ଲକ୍ଷଣ, ଏହାର ନିରାକରଣ ମିଳୁଥିବା ସୁବିଧା ସମ୍ୱନ୍ଧରେ ବ୍ୟାପକ ଆଲୋଚନା କରାଯାଇଥିଲା କଲେଜ ଓ ସ୍କୁଲ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ବକୃତା, କୁଇଜ, ଚିତ୍ରାଙ୍କନ, ଗଳ୍ପ ଲିଖନ ଓ ଚେହେରା ଚିତ୍ର ପ୍ରଦର୍ଶନ ଇତ୍ୟାଦି ଆସନ୍ତା ୨୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମାବେଶରେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏଚ୍‌ଆଇଭି, ଟିବି ଓ ରକ୍ତଦାନ ଉପରେ ପଥପ୍ରାନ୍ତ ନାଟକ ସମସ୍ତଙ୍କୁ ଆକର୍ଷଣ କରିଥିଲା । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ତାଙ୍କର ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ, ଏହି ବାର୍ତ୍ତାକୁ ବ୍ରହ୍ମପୁର ସହରରେ ଥିବା ଡିଜିଟାଲ ପରଦାରେ ପରିବେଷଣ କରାଯାଇଛି । ପିଲାମାନଙ୍କୁ ମଧ୍ୟ ଏଚ୍‌ଆଇଭି, ଟିବି ଓ ରକ୍ତଦାନ ଉପରେ ୧ ମିନିଟ ଭିଡ଼ିଓ କରିବା ପାଇଁ ପରାମର୍ଶ ଦିଆଯାଇଛି । ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା କରାଯାଇଥିବା ଭର୍ଚୁଆଲ୍ ମିଟିଙ୍ଗରେ ଗଞ୍ଜାମ ଜିଲ୍ଲାର ଶହ ଶହ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । କଲେଜରେ ହୋଇଥିବା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ବି. ଗୋବିନ୍ଦ ରାଓ, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଏଡ଼ସ) ହେମନ୍ତ କୁମାର ଦାଶ, ପ୍ରକଳ୍ପ ଅଧିକାରୀ (ଟିବି) ବିଦେଶୀ ଜେନା, ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ରେଡ଼କ୍ରସର କାଉନ୍‌ସିଲର ଦେବବ୍ରତ ସାହୁ, ଏନ୍‌ବିସି କଲେଜ କେନ୍ଦୁପଦରର ରେଡ଼କ୍ରସ କାଉନ୍‌ସିଲର ହରିଶଙ୍କର ପାଣ୍ଡେ, ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ କ୍ଷତ୍ରିୟବରପୁରର କାଉନ୍‌ସିଲର ସୁଶାନ୍ତ କୁମାର ଲେଙ୍କା, କପିଳ ସାହୁ, ଅଙ୍କିତା ମହାରଣା, ପିଙ୍କି କୁମାରୀ ପଲେଇ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଭାରତୀ ବିଶ୍ୱାଳ, ବିବେକାନନ୍ଦ କର, ବିଜୟଲକ୍ଷ୍ମୀ ପାଢ଼ୀ, ଆଇସିଟିସି.ର ପରାମର୍ଶ ଦାତ୍ରୀ ଅର୍ଚନା କୁମାରୀ, ଟେକନିସିଆନ୍‌ ସୁମନ୍ତ କୁମାର ସ୍ୱାଇଁ, ବେଲଗୁଣ୍ଠା ବ୍ଲକର ଟିବି ସୁପରଭାଇଜର୍‌ ଦୁର୍ଗା ପ୍ରସାଦ ପାତ୍ର ପ୍ରମୁଖ ଅଂଶଗ୍ରହଣ କରି ସେମାଙ୍କର ମୂଲ୍ୟବାନ ମତାମତ ଦେଇଥିଲେ ଓ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.