jayashree

ଖପ୍ରାଖୋଲ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ

  • ଅନଟାଏଡ ପାଣ୍ଠିର ୫ % ଆବଶ୍ୟକ ଯତ୍ନ ଓ ସୁରକ୍ଷା ଶିଶୁଙ୍କ ପାଇଁ ପଞ୍ଚାୟତ ଯୋଜନା ପ୍ରସ୍ତୁତି କରି ଖର୍ଚ୍ଚ କରିବାକୁ ପରାମର୍ଶ – ବି.ଡି.ଓ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକର ସମ୍ମିଳନୀ କକ୍ଷଠାରେ ଅରୁଣା, ଆଇସି ଡି ଏସ୍‌ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ବ୍ଲକସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଖପ୍ରାଖୋଲ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି ଜଣାଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଅନ୍‌ଟାଏଡ ପାଣ୍ଠିର ୫ % ବଜେଟ୍ ବ୍ୟବସ୍ଥା ରଖାଯାଇଛି ବୋଲି ଜଣାଇଥିଲେ । ସି ଡି ପି ଓ ଅମିତା ପଣ୍ଡା କହିଲେ ଶିଶୁ ମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀକାଳୀନ ଭିତ୍ତିରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରୁ ଶତକଡା ୫ ପ୍ରତିଶତ ସହ ଅର୍ଥକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ । ବାଲ୍ୟବିବାହ ବନ୍ଦ କରିବା, ବାଲ୍ୟବିବାହ ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବୋର୍ଡ ଲଗାଇବା, ବେଟି ବଚାଓ ବେଟି ପଢ଼ାଓ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍, ଶିଶୁ ଶ୍ରମିକ ନିରୋଧ ଆଇନ, ପି ସି ପି ଏନ୍ ଡି ଟି ଆଇନ୍ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ବ୍ଲକ୍ ସମ୍ପ୍ରସାରଣ ବିକାଶ ଅଧିକାରୀ ପରମେଶ୍ୱର ନାଏକ୍ କହିଲେ ଗ୍ରାମ ପଞ୍ଚାୟତ ମାନଙ୍କରେ ଏହି ବର୍ଷ ଶିଶୁମାନଙ୍କ ପାଇଁ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରେ ଯୋଜନା ରଖାଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଞ୍ଚ ଓ ଇଓ ମାନଙ୍କର ଭୂମିକା, ଦାୟିତ୍ଵ ଉପରେ ଜଣାଇଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନୁସାରେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୨ରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନ୍‌ଟାଏଡ ପାଣ୍ଠିର ୫ % ଥିମ୍ ୩ରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ, ଅନାଥ ଶିଶୁ , ଏଚ୍ ଆଇ ଭି ସଂକ୍ରମିତ ଶିଶୁ, ବାଲ୍ୟ ବିବାହ ଚିହ୍ନଟ, ଦାଦନ ଶ୍ରମିକ ଉଦ୍ଧାର ଶିଶୁ, ଶିଶୁ ଶ୍ରମିକ ପିତୃ ଓ ମାତୃ ହୀନ ଶିଶୁମାନଙ୍କୁ ଚିହ୍ନଟ କରି ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠୀ ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ ବିଭିନ୍ନ ଯୋଜନା ଉପରେ ମତାମତ ଦେଇଥିଲେ । ଚାଇଲ୍ଡ ହେଲ୍ପ ଲାଇନ୍‌ର ସୁଦନ ଖମାରୀ, ଶୁଭମ୍ ଜେନା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ ପଧାନ, ମିଶନ ହବ୍‌ର ଜିଲ୍ଲା ସଂଯୋଜକ ସରୋଜ ନାଏକ୍ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ବାଲ୍ୟ ବିବାହ ନିଷେଧ ଜିଲ୍ଲା ଅଧିକାରୀ ପ୍ରୋଗ୍ରାମ ଅଫିସର ସୁଜାତା ଦୋରା ବାଲ୍ୟ ବିବାହ ନିଷେଧ ଖପ୍ରାଖୋଲ କରିବାକୁ ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧକାରୀମାନଙ୍କୁ ଆହ୍ୱାନ ଦେଇଥିଲେ ଏବଂ ସମସ୍ତ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବାଲ୍ୟ ବିବାହ ନିରୋଧ ଅଧିକାରୀ ବୋର୍ଡ ଲଗାଇ ଥିବାରୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ସିଡିପିଓ ଅମିତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମକୁ ଶେଷ କରିଥିଲେ ।

Leave A Reply

Your email address will not be published.