ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ଆର୍‌. ହାଇସ୍କୁଲ ବେଡମିଣ୍ଟନ ଇଣ୍ଡୋର ଷ୍ଟାଡିୟମରେ ଆଜି ମୁଖ୍ୟ ଅତିଥି ଭାବରେ ଏଡିଓ ସେବଶ୍ରୀ ଭୋଇ, ଡିଇଓ ପ୍ରଦୀପ କୁମାର ନାଗ, ଏଇପିଇ ପ୍ରଦୀପ ସାହୁ ଏବଂ ଜିଲ୍ଲା ବ୍ୟାଡମିଣ୍ଟନ ସମ୍ପାଦକ ସୁରୁଲାଲ ମଟାରି ଉପସ୍ଥିତ ଥିଲେ । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଥିବା ଦିୟା ସାଗର, ମୋହିତ ରୋହିଦାସ, ୟଶରାଜ ପଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛ । ଏହି ତିନି ଉଷୁ ଖେଳାଳି ଆସନ୍ତା ମାସରେ ଜାମ୍ମୁରେ ହେବାକୁ ଥିବା ଜାତୀୟ ସ୍କୁଲ ଉଷୁ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ବୋଲି ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.