ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଅକ୍ଟୋବର ୨୦୨୪ରେ ୧୦୦ କୋଟିର ବିକ୍ରି କରିଛି

  • ଗତ ୧୦ ବର୍ଷ ମଧ୍ୟରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୭୦ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଏବେ ଦେଶର ପ୍ରାୟ ସମସ୍ତ ଜିଲ୍ଲାରେ ୧୪,୦୦୦ରୁ ଅଧିକ କେନ୍ଦ୍ର ଅଛି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା (ପିଏମ୍‌ବିଜେପି) ଅକ୍ଟୋବର ୨୦୨୪ରେ ୧୦୦୦ କୋଟି ଟଙ୍କାର ବିକ୍ରି ସହ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଗତ ବର୍ଷ ତୁଳନାରେ ଏହା ଏକ ମହତ୍ୱପୂର୍ଣ୍ଣ ଅଭିବୃଦ୍ଧି ଏବଂ ଏହି ଲକ୍ଷ୍ୟ ୨୦୨୩ ଡିସେମ୍ବରରେ ହାସଲ କରାଯାଇଥିଲା । ଏହି ସଫଳତା ସୁଲଭ ତଥା ଗୁଣାତ୍ମକ ଔଷଧ ପ୍ରତି ଲୋକମାନଙ୍କର ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ନିର୍ଭରଶୀଳତାକୁ ଦର୍ଶାଉଛି । ଏହା କେବଳ ନାଗରିକମାନଙ୍କର ସମର୍ଥନ ଯୋଗୁଁ ହିଁ ସମ୍ଭବ ହୋଇପାରିଛି, ଯେଉଁମାନେ ସମଗ୍ର ଦେଶରେ ୧୪,୦୦୦ରୁ ଅଧିକ ଜନଔଷଧି କେନ୍ଦ୍ରରୁ ଔଷଧ କ୍ରୟ କରି ଏହି ପଦକ୍ଷେପକୁ ଗ୍ରହଣ କରିଛନ୍ତି । ଏହି ଅଭିବଦ୍ଧୃି ହେଉଛି କମ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଇଁ ସୁଲଭ ତଥା ଶସ୍ତା କରିବା ନିମନ୍ତେ ପିଏମ୍‌ବିଆଇର ପ୍ରତିବଦ୍ଧତାର ପ୍ରମାଣ । ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ପିଏମ୍‌ପିଆଇ ସେପ୍ଟେମ୍ବର ୨୦୨୪ରେ ଗୋଟିଏ ମାସରେ ୨୦୦ କୋଟି ଟଙ୍କାର ଔଷଧ ବିକ୍ରି କରିଥିଲା । ଗତ ୧୦ ବର୍ଷ ମଧ୍ୟରେ, ଏହି କେନ୍ଦ୍ର ସଂଖ୍ୟା ୧୭୦ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ୨୦୧୪ରେ ମାତ୍ର ୮୦ ଥିଲା । ବର୍ତ୍ତମାନ ଦେଶର ପ୍ରାୟ ସମସ୍ତ ଜିଲ୍ଲାକୁ ସମ୍ପ୍ରସାରିତ ହୋଇ ଏହି କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇ ୧୪,୦୦୦ରୁ ଅଧିକ ହୋଇଛି । ଆସନ୍ତା ୨ ବର୍ଷରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟ ୨୫ ହଜାର ହେବ ବୋଲି ଅନୁମାନ କରାଯାଇଛି । ପିଏମ୍‌ବିଜେପିର ଉତ୍ପାଦଗୁଡିକ ମଧ୍ୟରେ ୨୦୪୭ ଔଷଧ ଏବଂ ୩୦୦ ସର୍ଜିକାଲ ଉପକରଣ ରହିଛି, ଯାହାକି ସମସ୍ତ ପ୍ରମୁଖ ଚିକିତ୍ସା ଗୋଷ୍ଠୀ ଯଥା କାର୍ଡିଓଭାସ୍କୁଲାର, ଆଣ୍ଟି-କ୍ୟାନ୍ସର, ଆଣ୍ଟି-ମଧୁମେହ, ଆଣ୍ଟି-ଇନ୍ଫେକ୍ଟିଭସ୍, ଆଣ୍ଟି-ଆଲର୍ଜିକ୍, ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ୍ ଔଷଧ, ନ୍ୟୁଟ୍ରାସ୍ୟୁଟିକାଲ୍ସ ଇତ୍ୟାଦି ଶ୍ରେଣୀର ଔଷଧ ଅନ୍ତର୍ଭୁକ୍ତ ରହିଛି । ପ୍ରତିଦିନ ପ୍ରାୟ ୧ ମିଲିୟନ ଲୋକ ଏହି ଲୋକପ୍ରିୟ କେନ୍ଦ୍ରକୁ ଆସୁଛନ୍ତି । ପିଏମ୍‌ବିଜେପି ପଦକ୍ଷେପ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି, ଯାହା ଦ୍ୱାରା ଏହା ସୁନିଶ୍ଚିତ ହେଉଛି ଯେ, ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଛି । ଏହି ଔଷଧ କେନ୍ଦ୍ରଗୁଡିକରେ ହୋଇଥିବା ରେକର୍ଡ ବିକ୍ରି କେବଳ କାର୍ଯ୍ୟକ୍ରମର ସଫଳତାକୁ ଆଲୋକିତ କରେ ନାହିଁ, ବରଂ ଦେଶରେ ସ୍ୱାସ୍ଥ୍ୟ ସମାନତାକୁ ପ୍ରୋତ୍ସାହିତ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Leave A Reply

Your email address will not be published.