csstore

ବାବା ବଟେଶ୍ୱର ପୀଠରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ମନ୍ଦିରରେ କାର୍ତ୍ତିକ ପୁର୍ଣ୍ଣିମାରେ ବାଲିଯାତ୍ରା ଓ କାର୍ତ୍ତିକ ମାସ ସୋମବାର ଗୁଡିକରେ ଭକ୍ତ ପ୍ରବଳ ଭିଡ଼ ରହେ ଏହାକୁ ଦୃଷ୍ଟିରେ ରଖି ଗତ ଶନିବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଂଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ ଜେନା, ହୁମା ଫାଣ୍ଡି ଏସ.ଆଇ, ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉପସଭାପତି ଶବର ତରାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମ୍ପାଦକ ରଞ୍ଜିତ କୁମାର ପଲାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ସରପଞ୍ଚ ତଥା କମିଟି ଉପଦେଷ୍ଟା ଦିଲୀପ ଛୋଟରାୟ ଯାତ୍ରାର ଆଭିମୁଖ୍ୟ ଓ ସମସ୍ୟା ସମ୍ପର୍କରେ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅତିଥିମାନେ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ସହ ହୋଇପାରିବ ସେ ଉପରେ ସୁଚିନ୍ତିତ ନିଜର ମତାମତ ଦେଇଥିଲେ । ମୁଖ୍ୟତଃ ଭାବେ ଟ୍ରାଫିକ ବ୍ୟବସ୍ଥା ଠିକ କରିବା, ସମୁଦ୍ର କୂଳରେ ଫାୟାର ବିଭାଗ କର୍ମଚାରୀ ରହିବା, ଶୃଙ୍ଖଳିତ ଭାବେ ଭକ୍ତଙ୍କ ଠାକୁର ଦର୍ଶନ ତଥା ଅନ୍ୟାନ ସମସ୍ୟା ପ୍ରତି ଦୃଷ୍ଟି ସହ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଅଧିକାରୀମାନେ ମତ ଦେଇଥିଲେ । କୋଷାଧକ୍ଷ ନିରାକାର ଜେନା ପବିତ୍ର ସ୍ୱାଇଁ, ଧର୍ମରାଜ ସ୍ୱାଇଁ, ପୀତବାସ ବେହେରା, ବୃନ୍ଦାବନ ପ୍ରଧାନ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ତ୍ରିନାଥ ରେଡ୍ଡୀ, ଯୁଧିଷ୍ଠିର ଏଲିଗା, ଟିକି, ଶିବରାମ ପଲାଇ, ସଞ୍ଜୟ ତରାଇ, କିଶୋର ପ୍ରଧାନ, ରବୀନ୍ଦ୍ର ପଲେଇ, ଆର କୃଷ୍ଣଚନ୍ଦ୍ର ରେଡ୍ଡୀ, ଶିବରାମ ରେଡ୍ଡୀ, ଭୀମ ସାହୁ, ପ୍ରଦୀପ ଜେନାଙ୍କ ସମେତ ପ୍ରମୁଖ ସମେତ ଏଥିରେ ୬ ଖଣ୍ଡ ଗ୍ରାମବାସୀ ତଥା କଣ୍ଟିଆଗଡ, ନିଲାଦ୍ରିପୁର, ଖଟୁଆ କୁଦା, ପୋଡମ ପେଟା, ମୟୂର ପଦା, ଗୋଖର କୁଦା ଗ୍ରାମବାସୀମାନେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥଲେ ।

jayashree
Leave A Reply

Your email address will not be published.