ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ : ରାଉରକେଲା ସ୍ଥାନୀୟ କେନ୍ଦ୍ର ପକ୍ଷରୁ ‘ବିଶ୍ୱ ମାନକ ଦିବସ’ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା ‘ବିଶ୍ୱ ମାନକ ଦିବସ’ ପାଳନ କରାଯାଇଥିଲା । ଏହାର ବିଷୟ ଥିଲା ‘ଆଗାମୀ ପିଢ଼ି ପାଇଁ ମାନକ ଏକ ଶେୟାର୍ଡ ଭିଜନ୍ ଓ ଲକ୍ଷ୍ୟ’ । ଏହି ଆଲୋଚନାର ମୁଖ୍ୟ ଥିମ୍ ‘ପରିବର୍ତ୍ତିତ ଜାଗତିକ ପରିସ୍ଥିତି ପାଇଁ ମାନକ’ ଉପରେ ଆଧାରିତ ଥିଲା । ଅଧ୍ୟକ୍ଷ ଇଞ୍ଜିନିୟର୍ ସାନ୍ତୋଷ କୁମାର ପୋଲାକି ସ୍ୱାଗତ ଭାଷଣ ଦେଇ ଆଲୋଚନାର ଆରମ୍ଭ କରିଥିଲେ । ଏହି ଅବସରରେ ଇଞ୍ଜିନିୟର୍ସ ଇନ୍‌ଷ୍ଟିଟ୍ୟୁସନ୍ (ଇଣ୍ଡିଆ)ର ଉପାଧ୍ୟକ୍ଷ ଡ. ନୂତନ କୁମାର ଦାସ ଅନ୍‌ଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ । ସଚିବ ଡ. ଅଜିତ ବେହେରା ତଥା ସିନିୟର ମ୍ୟାନେଜର୍, ରିସର୍ଚ୍ଚ ଏବଂ କନ୍ଟ୍ରୋଲ୍ ଲ୍ୟାବ୍, ଆର୍‌ଏସ୍‌ପି, ରାଉରକେଲା ସ୍ଟିଲ ପ୍ଲାଣ୍ଟର ବରିଷ୍ଠ ଇଞ୍ଜିନିୟର ରାମକୃଷ୍ଣନ ବକ୍ତା ଭାବେ ବିଷୟ ସମ୍ପର୍କରେ ସଂକ୍ଷିପ୍ତ ପରିଚୟ ଦେଇଥିଲେ । ତାଙ୍କର ଉପସ୍ଥାପନାରେ ଇଞ୍ଜିନିୟର୍ ରାମକୃଷ୍ଣନ୍ କହିଲେ ଯେ, ଆନ୍ତର୍ଜାତିକ ମାନକ ଟେକ୍ନୋଲୋଜିକାଲ୍, ଆର୍ଥିକ ଓ ସାମାଜିକ ଲାଭ ପ୍ରଦାନ କରେ । ଏହା ପ୍ରତିଷ୍ଠାନର ଦକ୍ଷତା ବୃଦ୍ଧି କରିଥାଏ ଓ ଉତ୍ପାଦ ଏବଂ ସେବାଗୁଡିକର ଆନ୍ତର୍ଜାତିକ ବିକ୍ରୟ ସହଜ କରିଥାଏ । ମାନକ କରଣ ଖାଦ୍ୟ ସୁରକ୍ଷା, ଆପ୍ତତା, ଏବଂ ଜୀବନର ଗୁଣତା ନିଶ୍ଚିତ କରିଥାଏ । ଏହା ଉପଭୋକ୍ତା ମାନଙ୍କୁ ଦୃଢ଼ ଆଶା ବାନ୍ଧୁଥିଲା ଯେ, ଉତ୍ପାଦ ଗୁଡିକ ସୁରକ୍ଷିତ ଓ ପ୍ରଦାନୀୟ ସବୁ ଆଶା ପୂରଣ କରିବା ପାଇଁ ଉପଯୁକ୍ତ । ଏହାସହ କିପରି ଆନ୍ତର୍ଜାତିକ ମାନକ ଏକ ପ୍ରତିଷ୍ଠାନକୁ ଓ ସାରା ଶିଳ୍ପକୁ ଉନ୍ନତ କରେ ଏବଂ କିପରି ଏହା ଦେଶର ଆର୍ଥିକ ଉନ୍ନତିରେ ଅବଦାନ ଦେଇଥାଏ । ୨୦୩୦ର ଏଜେଣ୍ଡା ପାଇଁ ଏକ ସୁସ୍ଥ ଓ ସୁସ୍ଥାୟୀ ଜଗତ ଗଢ଼ିବାରେ ମାନକ ଏକ ପ୍ରାକ୍ତିକ ସମାଧାନ ଦେଇପାରେ ବୋଲି ସେ ବ୍ୟାଖ୍ୟା କରିଥିଲେ । ଏହି ପ୍ରସଙ୍ଗରେ ଆଇଏସ୍‌ଓ ଏବଂ ବିଆଇଏସ୍‌ର ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ଅଧ୍ୟକ୍ଷ ଇଞ୍ଜିନିୟର୍ ସାନ୍ତୋଷ କୁମାର ପୋଲାକି, ବକ୍ତା ଇଞ୍ଜିନିୟର୍ ରାମକୃଷ୍ଣନକୁ ଯୋଗ୍ୟତା ପ୍ରମାଣପତ୍ର ଏବଂ ଏକ ସ୍ମାରକ ପ୍ରଦାନ କରିଥିଲେ । ସମାରୋହ ଶେଷରେ ସଚିବ ଡ. ଅଜିତ ବେହେରା ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ୪୨ ଜଣ ଅଂଶଗ୍ରାହୀ ଏଥିରେ ଯୋଗଦେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.