ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ଉପଲବ୍ଧି ଗୁଡ଼ିକୁ ଉପସ୍ଥାପିତ କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ

  • କୃଷି ଓ କୃଷକ କଲ୍ୟାଣର ବିକାଶ ପାଇଁ ଆମର ୬ ସୂତ୍ରୀ ରଣନୀତି ରହିଛି : ଶ୍ରୀ ଚୌହାନ
  • ଜଳବାୟୁ ଅନୁକୂଳ, ପୋକ ପ୍ରତିରୋଧୀ ଏବଂ ଅଧିକ ଅମଳକାରୀ ୬୫ ଟି ଫସଲର ୧୦୯ଟି ନୂତନ ବିହନ ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି : କେନ୍ଦ୍ର କୃଷି ମନ୍ତ୍ରୀ
  • ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମ ଅଧୀନରେ ୨୫ ଲକ୍ଷରୁ ଅଧିକ ନୂଆ କୃଷକଙ୍କୁ ପିଏମ୍ କିଷାନ ଯୋଜନାରେ ଯୋଡ଼ିବା ପାଇଁ ବ୍ୟାପକ ଅଭିଯାନ କରାଯାଇଥିଲା
    : କେନ୍ଦ୍ର କୃଷିମନ୍ତ୍ରୀ
  • ମଡର୍ଣ୍ଣ କିଷାନ ଚୌପାଲ – ଲ୍ୟାବ୍ ଟୁ ଲ୍ୟାଣ୍ଡ ଅକ୍ଟୋବରରେ ଶୁଭାରମ୍ଭ ହେବ : ଶ୍ରୀ ଚୌହାନ
  • ଡିଜିଟାଲ କୃଷି ମିଶନର ଶୁଭାରମ୍ଭ ପାଇଁ ମଞ୍ଜୁରୀ : କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୧୦୦ ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ସଫଳତା ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ଡ. ଦେବେଶ ଚତୁର୍ବେଦୀ ଏବଂ କୃଷି ଗବେଷଣା ଓ ଶିକ୍ଷା ବିଭାଗ (ଡିଏଆର୍‌ଇ)ର ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶିବରାଜ ସିଂ ଚୌହାନ କହିଥିଲେ ଯେ, କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ ଏହା ଆମ ଜୀବନର ଆଧାର ଏବଂ ୧୪୦ କୋଟି ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ କରିବା ସରକାରଙ୍କର ସବୁଠାରୁ ବଡ ଦାୟିତ୍ୱ । କୃଷକ ହେଉଛନ୍ତି କୃଷିର ଆତ୍ମା ଓ ଜୀବନ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲାଲକିଲ୍ଲା ପ୍ରାଚୀରରୁ କହିଥିଲେ ଯେ, ସେ ପୂର୍ବ ତୁଳନାରେ ତିନି ଗୁଣ ଅଧିକ କାମ କରିବେ । ମୋ ସମେତ କୃଷି ବିଭାଗର ସମସ୍ତ ଅଧିକାରୀ ଶପଥ ନେଇଥିଲେ ଯେ, ପ୍ରଧାନମନ୍ତ୍ରୀ କାହିଁକି ଏକାକୀ କାମ କରିବେ, ଆମେ ସମସ୍ତେ ମିଳିମିଶି କାମ କରିବୁ । ପ୍ରଥମ ଶହେ ଦିନରେ ଆମେ ଏହି ପ୍ରୟାସ କରିଛୁ । କୃଷକଙ୍କ କଲ୍ୟାଣ ଓ କୃଷିର ବିକାଶ ପାଇଁ ଆମର ୬ ସୂତ୍ରୀ ରଣନୀତି ରହିଛି । ପ୍ରଥମ – ଉତ୍ପାଦନ ବୃଦ୍ଧି, ହେକ୍ଟର ପିଛା ଅମଳ କିପରି ବୃଦ୍ଧି କରାଯିବ ? ନିକଟରେ ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକ ମଧ୍ୟରୁ ମୁଖ୍ୟ ନିଷ୍ପତ୍ତି ହେଲା ଫସଲର ଉତ୍ପାଦନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଜଳବାୟୁ ଅନୁକୂଳ, କୀଟ ପ୍ରତିରୋଧୀ ଏବଂ ଅଧିକ ଅମଳ କାରୀ ୬୫ଟି ଫସଲର ୧୦୯ ପ୍ରକାରର ନୂତନ ବିହନ କୃଷକମାନଙ୍କୁ ଉତ୍ସର୍ଗ କରିଥିଲେ । ଦ୍ୱିତୀୟ – ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା, ଉତ୍ପାଦନ ବୃଦ୍ଧି କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହାକୁ ହ୍ରାସ କରିବାର ଏକ ଉପାୟ ହେଉଛି ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇବା । ଚାଷୀମାନେ ଯେପରି ଠିକ୍ ସମୟରେ ସୁଲଭ ମୂଲ୍ୟରେ ସାର ପାଇବେ ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି ଯେ, ଗୋଟିଏ ବସ୍ତା ୟୁରିଆର ମୂଲ୍ୟ ୨୩୬୬ ଟଙ୍କା । ଆମେ ଏହାକୁ କୃଷକମାନଙ୍କୁ ୨୬୬ ଟଙ୍କାରେ ଉପଲବ୍ଧ କରାଉଛୁ । ଡିଏପିର ଏକ ବ୍ୟାଗ୍‌ର ମୂଲ୍ୟ ୨୪୩୩ ଟଙ୍କା ଯାହାକୁ ଆମେ କୃଷକମାନଙ୍କୁ ୧୩୫୦ ଟଙ୍କାରେ ଉପଲବ୍ଧ କରୁଛୁ । ଡିଜିଟାଲ କୃଷି ମିଶନର ଶୁଭାରମ୍ଭକୁ ମଞ୍ଜୁରୀ ମିଳିବାର ୧୦୦ ଦିନ ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର କାର୍ଯ୍ୟ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, କୃଷକମାନଙ୍କ ପାଇଁ ଜାତୀୟ କୀଟ ନିରୀକ୍ଷଣ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ କୃଷକମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଶ୍ରୀ ଚୌହାନ କହିଛନ୍ତି ଯେ, ଅକ୍ଟୋବରରେ ମଡର୍ଣ୍ଣ କିଷାନ ଚୌପାଲ – ଲ୍ୟାବ୍ ଟୁ ଲ୍ୟାଣ୍ଡ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ବୈଜ୍ଞାନିକମାନେ କୃଷକମାନଙ୍କୁ ସିଧାସଳଖ ସୂଚନା ପ୍ରଦାନ କରିବେ । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୧୦୦ ଦିନ ମଧ୍ୟରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ପ୍ରମୁଖ ସଫଳତା ବିଷୟରେ ସୂଚନା ଦେଇଥିଲେ ଯାହାକି ନିମ୍ନ ପ୍ରକାରେ : ପିଏମ୍‌ କିଷାନ
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନେଇଥିବା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ୯.୨୬ କୋଟିରୁ ଅଧିକ କୃଷକଙ୍କୁ ୨୧୦୦୦ କୋଟି ଟଙ୍କା ପ୍ରଦାନ କରିବା । ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମ ଅଧୀନରେ ୨୫ ଲକ୍ଷରୁ ଅଧିକ ନୂଆ କୃଷକଙ୍କୁ ଏହି ଯୋଜନାରେ ଯୋଡ଼ିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ଦ୍ୱାରା ମୋଟ ହିତାଧିକାରୀଙ୍କ ସଂଖ୍ୟା ୯.୫୧ କୋଟିରେ ପହଞ୍ଚିଥିଲା । ଏହାବ୍ୟତୀତ ମନ୍ତ୍ରଣାଳୟ ଭଏସ୍ ଆଧାରିତ ଏଆଇ-ଚାଟବଟ୍ ‘କିଷାନ-ଇମିତ୍ର’କୁ ବ୍ୟବହାର କରି କୃଷକମାନଙ୍କୁ ସେମାନଙ୍କ ଭାଷାରେ ପିଏମ୍-କିଷାନ ସମ୍ପର୍କିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବାରେ ସାହାଯ୍ୟ କରିଛି । ବର୍ତ୍ତମାନ ସୁଦ୍ଧା ଚାଟବଟ୍ ୫୦ ଲକ୍ଷ କୃଷକଙ୍କ ୮୨ ଲକ୍ଷରୁ ଅଧିକ ପ୍ରଶ୍ନର ସଫଳ ସମାଧାନ କରିଛି । । ମନ୍ତ୍ରଣାଳୟର ଅନ୍ୟାନ୍ୟ ଯୋଜନା ଯଥା କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ପିଏମ୍ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ) ଯୋଜନାକୁ ସମର୍ଥନ କରିବା ପାଇଁ କିଷାନ ମିତ୍ର ଚାଟବଟକୁ ଅପଗ୍ରେଡ୍ କରାଯାଉଛି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନେଇଥିବା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ୯.୨୬ କୋଟିରୁ ଅଧିକ କୃଷକଙ୍କୁ ୨୧୦୦୦ କୋଟି ଟଙ୍କା ପ୍ରଦାନ କରିବା । ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମ ଅଧୀନରେ ୨୫ ଲକ୍ଷରୁ ଅଧିକ ନୂଆ କୃଷକଙ୍କୁ ଏହି ଯୋଜନାରେ ଯୋଡ଼ିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ଦ୍ୱାରା ମୋଟ ହିତାଧିକାରୀଙ୍କ ସଂଖ୍ୟା ୯.୫୧ କୋଟିରେ ପହଞ୍ଚିଥିଲା । ଏହାବ୍ୟତୀତ ମନ୍ତ୍ରଣାଳୟ ଭଏସ୍ ଆଧାରିତ ଏଆଇ-ଚାଟବଟ୍ ‘କିଷାନ-ଇମିତ୍ର’କୁ ବ୍ୟବହାର କରି କୃଷକମାନଙ୍କୁ ସେମାନଙ୍କ ଭାଷାରେ ପିଏମ୍-କିଷାନ ସମ୍ପର୍କିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବାରେ ସାହାର୍ଯ୍ୟ କରିଛି । ବର୍ତ୍ତମାନ ସୁଦ୍ଧା ଚାଟବଟ୍ ୫୦ ଲକ୍ଷ ଚାଷୀଙ୍କ ୮୨ ଲକ୍ଷରୁ ଅଧିକ ପ୍ରଶ୍ନର ସଫଳ ସମାଧାନ କରିପାରିଛି । ମନ୍ତ୍ରଣାଳୟର ଅନ୍ୟାନ୍ୟ ଯୋଜନା ଯଥା କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ପିଏମ୍ ଫସଲ ବୀମା ଯୋଜନା (ପିଏମ୍ଏଫବିୱାଇ) ଯୋଜନାକୁ ସମର୍ଥନ କରିବା ପାଇଁ କିଷାନ ମିତ୍ର ଚାଟବଟ୍‌କୁ ଅପଗ୍ରେଡ୍ କରାଯାଉଛି । ରପ୍ତାନି ଆମଦାନୀ ନୀତି (ନିକଟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ କୃଷି ବାଣିଜ୍ୟ ନୀତି ନିଷ୍ପତ୍ତି)
ପିଆଜ

  • ମେଟ୍ରିକ ଟନ୍ ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ୫୫୦ ଡଲାର ଏବଂ ୪୦% ରପ୍ତାନି ଶୁଳ୍କ ବିଦେଶୀ ଆମଦାନୀକାରୀଙ୍କ ପାଇଁ ପିଆଜ ରପ୍ତାନିକୁ ଅତ୍ୟନ୍ତ ମହଙ୍ଗା କରି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା ।
  • ରପ୍ତାନି ହ୍ରାସ ପାଉଥିବାରୁ ଏବଂ ଘରୋଇ ଦର ନମିଳିବାରୁ ପିଆଜ ଚାଷୀଙ୍କ ଆୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିଲା ।
  • ସର୍ବନିମ୍ନ ରପ୍ତାନି ମୂଲ୍ୟକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ନିକଟରେ ନିଆଯାଇଥିବା ନିଷ୍ପତ୍ତି ରପ୍ତାନିକୁ ମୁକ୍ତ କରିବ ବୋଲି ଆଶା କରାଯାଉଛି, ରପ୍ତାନି ଶୁଳ୍କ ୪୦%ରୁ ୨୦%କୁ ହ୍ରାସ କରିବାକୁ ପଦକ୍ଷେପ ନିଆଯାଇଛି ।
  • ଯେହେତୁ ରପ୍ତାନି ଚାହିଦା ଏବେ ଘରୋଇ ଚାହିଦା ସହିତ ଯୋଡ଼ି ହେବ, ତେଣୁ ଅଧିକ ମୂଲ୍ୟ ଦ୍ୱାରା କୃଷକମାନେ ନିଶ୍ଚିତ ଭାବେ ଉପକୃତ ହେବେ ।
    ବାସମତୀ ଚାଉଳ
  • ବାସମତୀ ଚାଉଳ ଭାରତର କୃଷି ରପ୍ତାନିର ଏକ ପ୍ରମୁଖ ସାମଗ୍ରୀ, ଏବଂ ଭାରତ ଅନ୍ତର୍ଜାତୀୟ ବଜାରରେ ଏକ ବୃହତ ଉତ୍ପାଦନକାରୀ, ଯାହାର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରମାଣିତ ତୁଳନାତ୍ମକ ଲାଭ ରହିଛି
  • କିନ୍ତୁ ବାସମତୀ ଚାଉଳ ଉପରେ ରପ୍ତାନି ପ୍ରତିବନ୍ଧକ ଯୋଗୁଁ ମେଟ୍ରିକ୍ ଟନ୍ ପିଛା ୮୦୦ରୁ ୯୫୦ ଡଲାର ମୂଲ୍ୟର କିସମ ରପ୍ତାନି ହୋଇପାରିନଥିଲା, ଯାହା ଆମର ଉତ୍ପାଦକମାନଙ୍କୁ ବିଶ୍ୱ ବଜାରରେ ସେମାନଙ୍କର ସାମର୍ଥ୍ୟକୁ ଅନୁଭବ କରିବାରେ ବାଧା ଦେଇଥିଲା ।
  • ବାସମତୀ ଚାଉଳର ମେଟ୍ରିକ୍ ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ ୯୫୦ ଡଲାରକୁ ହଟାଇବା ସ୍ୱାଗତଯୋଗ୍ୟ ନିଷ୍ପତ୍ତି ଏବେ ଧାନ ଚାଷୀମାନେ ସେମାନଙ୍କ ପ୍ରମୁଖ ଉତ୍ପାଦ ଗୁଡ଼ିକୁ ବିଦେଶୀ ବଜାରକୁ ରପ୍ତାନୀ କରିବାରେ ସକ୍ଷମ ହେବେ ।
  • ଯେହେତୁ ଭାରତୀୟ ବାସମତୀ ଏହାର ଗୁଣବତ୍ତା ପାଇଁ ପ୍ରସିଦ୍ଧ, ରପ୍ତାନି ଚାହିଦା ବୃଦ୍ଧି ବର୍ତ୍ତମାନ ନିଶ୍ଚିତ, ଏବଂ କୃଷକମାନେ ଉତ୍ତମ ମୂଲ୍ୟ ପାଇବାରେ ସକ୍ଷମ ହେବେ ।
    ଖାଇବା ତେଲ – ପାମ, ସୋୟା ଏବଂ ସୂର୍ଯ୍ୟମୁଖୀ
  • ଯେପରି ରପ୍ତାନିଯୋଗ୍ୟ ଫସଲ ଉତ୍ପାଦନ କରୁଥିବା କୃଷକମାନଙ୍କୁ କଟକଣା ହଟାଇବାର ଆବଶ୍ୟକତା ରହିଛି, ସେହିଭଳି ଆମଦାନୀଯୋଗ୍ୟ ଦ୍ରବ୍ୟର ଉତ୍ପାଦକମାନଙ୍କୁ କମ୍ ଅନ୍ତର୍ଜାତୀୟ ମୂଲ୍ୟରୁ କିଛି ସୁରକ୍ଷା ଦରକାର ।
  • ସମସ୍ତ ଭାରତୀୟ ପରିବାରରେ ଖାଇବା ତେଲ ଏକ ଆବଶ୍ୟକତା ଅଟେ, ତେଣୁ ଏଭଳି ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ବାଞ୍ଛନୀୟ ।
  • ଅନ୍ତର୍ଜାତୀୟ ବଜାରରେ ପାମ ଓ ସୋୟା ତେଲର ନିମ୍ନ ମୂଲ୍ୟ ଏବଂ ପାମ, ସୋୟା ଏବଂ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଉପରେ ନିଲ ବେସିକ୍ କଷ୍ଟମ ଶୁଳ୍କ ଘରୋଇ ବଜାରରେ ନିରାଶାଜନକ ଥିଲା ।
  • ସୋୟାବିନ୍ ଦର ଆଗାମୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (କ୍ୱିଣ୍ଟାଲ ପିଛା ୪୮୯୨ ଟଙ୍କା) ଠାରୁ ଯଥେଷ୍ଟ କମ୍ ରହିଛି
  • ଅଶୋଧିତ ତୈଳ (ପାମ, ସୋୟା ଏବଂ ସୂର୍ଯ୍ୟମୁଖୀ) ଉପରେ ପ୍ରଭାବଶାଳୀ ଆମଦାନୀ ଶୁଳ୍କ ୫.୫%ରୁ ୨୭.୫% ଏବଂ ରିଫାଇଣ୍ଡ ତେଲ ଉପରେ ୧୩.୭୫%ରୁ ୩୫.୭୫%କୁ ବୃଦ୍ଧି କରିବା ସମୟର ଆବଶ୍ୟକତା ଥିଲା ।
  • ଏହା ଚିନାବାଦାମ ତେଲ ଏବଂ ସୋରିଷ ତେଲ ପରି ଘରୋଇ ଉତ୍ପାଦିତ ଖାଇବା ତେଲର ମୂଲ୍ୟ ଉପରେ କିଛି ମାତ୍ରାରେ ଚାପ ପକାଇବ ବୋଲି ଆଶା କରାଯାଉଛି, କାରଣ ଏହି ନିଷ୍ପତ୍ତି ଖାଇବା ତେଲ ବଜାରକୁ ଏକ ଅତ୍ୟନ୍ତ ଆବଶ୍ୟକ ଏବଂ ବହୁ ପ୍ରତୀକ୍ଷିତ ସଙ୍କେତ ଦେଇଛି ।
  • ଏହି ନିଷ୍ପତ୍ତି ସବୁଠାରୁ ଉପଯୁକ୍ତ ସମୟରେ ଆସିଛି – ଅମଳ, ବିଶେଷକରି ସୋୟାବିନ୍ ମଣ୍ଡିରେ ପହଞ୍ଚିବାକୁ ଯାଉଛି, ଏବଂ ଯଦି ଆମଦାନୀ ପୂର୍ବ ପରି ବଜାରକୁ ପ୍ରବେଶ କରିଥାନ୍ତା, ତେବେ ମୂଲ୍ୟ ହ୍ରାସ ପାଇଥାନ୍ତା । ଏହି ନିଷ୍ପତି ଚାଷୀଙ୍କୁ ଠିକ୍ ସମୟରେ ବଞ୍ଚାଇ ପାରିଛି ।
    ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ୍ -ଆଶା)
    କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ ଏବଂ ଉପଭୋକ୍ତାଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ମୋଟ୍‌ ୩୫,୦୦୦ /- କୋଟି ଟଙ୍କାର ବଜେଟ୍ ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ୍-ଆଶା)ର ସମନ୍ୱିତ ଯୋଜନା ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି । କୃଷକ ଏବଂ ଉପଭୋକ୍ତାଙ୍କୁ ଅଧିକ ଦକ୍ଷତାର ସହ ସେବା କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆଶା ଅଧୀନରେ ମୂଲ୍ୟ ସହାୟତା ଯୋଜନା (ପିଏସ୍‌ଏସ୍‌) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସ୍‌ଏଫ୍‌) ଯୋଜନାକୁ ଏକାଠି କରିଛନ୍ତି । ବର୍ତ୍ତମାନ ପିଏମ୍‌ ଆଶାର ସମନ୍ୱିତ ଯୋଜନା କାର୍ଯ୍ୟକାରୀ ହେବ ଯେଉଁଥିରେ, ଏମ୍‌ଏସ୍‌ପି କାର୍ଯ୍ୟ ଡିଏ ଆଣ୍ଡ ଏଫଡବ୍ଲୁ ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଅଣ-ଏମ୍‌ଏସ୍‌ପି ଅପରେସନ୍‌ ଡିଓସିଏ ଦ୍ୱାରା କାର୍ଯ୍ୟକାରୀ କରାଯିବ ଯେଉଁଥିରେ ନାଫେଡର ଇ-ସମୃଦ୍ଧି ପୋର୍ଟାଲ ଏବଂ ଏନ୍‌ସିସିଏଫ୍‌ର ଇ-ସମୟୁକ୍ତି ପୋର୍ଟାଲରେ ପୂର୍ବ ପଞ୍ଜୀକୃତ କୃଷକଙ୍କଠାରୁ କ୍ରୟ ଅନ୍ତର୍ଭୁକ୍ତ । ଏହା ଦ୍ୱାରା କୃଷକମାନେ ଦେଶରେ ଅଧିକରୁ ଅଧିକ ଫସଲ ଚାଷ କରିବା ସହ ଏହି ଫସଲଗୁଡ଼ିକରେ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବେ ଏବଂ ଘରୋଇ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।
    ପିଏମ୍‌-ଆଶାରେ ଏବେ ଏହିସବୁ ଉପାଦାନ ରହିବ
  • ମୂଲ୍ୟ ସହାୟତା ସ୍କିମ୍ (ପିଏସ୍ଏସ୍)
  • ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସ୍‌ଏଫ୍‌)
  • ମୂଲ୍ୟ ନିଅଣ୍ଟ ପୈଠ ଯୋଜନା (ପିଡିପିଏସ୍)
  • ବଜାର ହସ୍ତକ୍ଷେପ ଯୋଜନା (ଏମ୍‌ଆଇଏସ୍‌)
    କୃଷକମାନଙ୍କ ଠାରୁ ଏମ୍‌ଏସ୍‌ପିରେ ଡାଲି, ତୈଳବୀଜ ଏବଂ ଶୁଖିଲା ନଡ଼ିଆ କ୍ରୟ ପାଇଁ ସରକାର ବର୍ତ୍ତମାନର ସରକାରୀ ଗ୍ୟାରେଣ୍ଟିକୁ ୪୫,୦୦୦/- ଟଙ୍କାକୁ ନବୀକରଣ ଏବଂ ବୃଦ୍ଧି କରିଛନ୍ତି । ବଜାରରେ ଏମ୍‌ଏସ୍‌ପି ଠାରୁ ଦର କମ୍ ହେଲେ ଚାଷୀଙ୍କଠାରୁ ଡାଲି, ତୈଳବୀଜ ଓ କୋପ୍ରା ଏମଏସପିରେ ଅଧିକ କିଣିବାରେ ଏହା ସହାୟକ ହେବ । ପିଏସ୍ଏସ୍ ଅଧୀନରେ ଏମ୍‌ଏସ୍‌ପିରେ ଡାଲି, ତୈଳବୀଜ ଏବଂ ଶୁଖିଲା ନଡ଼ିଆ କ୍ରୟ ୨୦୨୪-୨୫ ଋତୁରୁ ଜାତୀୟ ଉତ୍ପାଦନର ୨୫% ଉପରେ ରହିବ ଯାହା ରାଜ୍ୟଗୁଡ଼ିକୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ଏବଂ ଅଭାବୀ ବିକ୍ରିକୁ ରୋକିବା ପାଇଁ କୃଷକମାନଙ୍କଠାରୁ ଏମ୍‌ଏସ୍‌ପିରେ ଏହି ଫସଲଗୁଡ଼ିକୁ ଅଧିକ କିଣିବାରେ ସକ୍ଷମ କରିବ । ଡାଲିରେ ଆତ୍ମନିର୍ଭରତା ସୁନିଶ୍ଚିତ କରିବା ପାଇଁ ହରଡ଼, ବୁଟ ଓ ମସୁରର କୃଷକମାନଙ୍କୁ ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୨୪-୨୫ ବର୍ଷ ପାଇଁ ଏହି ଡାଲିଗୁଡ଼ିକର କ୍ରୟ ସୀମା ୨୫% ବୃଦ୍ଧି କରାଯାଇଛି । ଆଗାମୀ ଖରିଫ ଋତୁରେ କୃଷକମାନଙ୍କ ପାଇଁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ, ମଞ୍ଜୁରୀ ପ୍ରଦାନ କରାଯାଇଛି ।
  • ମୂଲ୍ୟ ସହାୟକ ଯୋଜନା (ପିଏସ୍ଏସ୍) ଅଧୀନରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ଭଳି ୪ଟି ରାଜ୍ୟରେ ୨୮.୩୬ ଲକ୍ଷ ମେଟ୍ରିକ୍ ଟନ୍ ସୋୟାବିନ୍ କ୍ରୟ ।
  • ମହାରାଷ୍ଟ୍ର, ତେଲଙ୍ଗାନା ଓ କର୍ଣ୍ଣାଟକ ଭଳି ୩ଟି ରାଜ୍ୟରେ ୧.୩୩ ଲକ୍ଷ ଏଲ୍‌ଏମ୍‌ଟି ହରଡ଼ କିଣିବା ପାଇଁ ମଞ୍ଜୁରୀ ମିଳିଛି ।
  • କର୍ଣ୍ଣାଟକକୁ ୧୩,୨୧୦ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ପାଇଁ ମଞ୍ଜୁରି ମିଳିଛି
  • ମହାରାଷ୍ଟ୍ର, ତେଲଙ୍ଗାନା ଏବଂ କର୍ଣ୍ଣାଟକରେ ୪୩,୫୦୦ ମେଟ୍ରିକ୍ ଟନ୍ ମୁଗ ପାଇଁ ମଞ୍ଜୁରୀ । ମୂଲ୍ୟ ନିଅଣ୍ଟ ଦେୟ ବ୍ୟବସ୍ଥା (ପିଡିପିଏସ୍) କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକୁ ଆଗେଇ ଆସିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଜ୍ଞାପିତ ତୈଳବୀଜଗୁଡ଼ିକର କଭରେଜ୍‌କୁ ବୃଦ୍ଧି କରାଯାଇଛି ।
  • ତୈଳବୀଜର ରାଜ୍ୟ ଉତ୍ପାଦନର ୨୫%ରୁ ୪୦%
  • କୃଷକଙ୍କ ସୁବିଧା ପାଇଁ କାର୍ଯ୍ୟକାରୀ ଅବଧିକୁ ୩ ମାସରୁ ୪ ମାସକୁ ବୃଦ୍ଧି କରାଯାଇଛି । ବଜାର ହସ୍ତକ୍ଷେପ ଯୋଜନା (ଏମ୍‌ଆଇଏସ୍‌)ର ସର୍ବାଧିକ ଲାଭ ରାଜ୍ୟଗୁଡ଼ିକୁ ନେବାକୁ ସକ୍ଷମ କରିବା ପାଇଁ, ଏମ୍‌ଆଇଏସ୍‌ କାର୍ଯ୍ୟକାରୀ କରିବାର ମାନଦଣ୍ଡ ହେବ
  • ପୂର୍ବ ସାଧାରଣ ବର୍ଷ ତୁଳନାରେ ପ୍ରଚଳିତ ବଜାର ମୂଲ୍ୟରେ ମାତ୍ର ୧୦% ହ୍ରାସ ଘଟିଛି ।
  • ଫସଲର ପରିମାଣ ବର୍ତ୍ତମାନର ଉତ୍ପାଦନର ୨୦%ରୁ ୨୫%କୁ ବୃଦ୍ଧି କରାଯାଇଛି ।
    ଏମ୍‌ଆଇଏସ୍‌ ଅଧୀନରେ ଭୌତିକ କ୍ରୟ ପରିବର୍ତ୍ତେ ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପାର୍ଥକ୍ୟ ଦେୟ ଦେବାର ବିକଳ୍ପ ଯୋଡିଛନ୍ତି କେନ୍ଦ୍ର ସରକାର । ଏହାବ୍ୟତୀତ ଟପ୍ (ଟମାଟୋ, ପିଆଜ ଓ ଆଳୁ) ଫସଲ କ୍ଷେତ୍ରରେ ଉତ୍ପାଦନକାରୀ ରାଜ୍ୟ ଏବଂ ଉପଭୋକ୍ତା ରାଜ୍ୟମାନଙ୍କ ମଧ୍ୟରେ ଟପ୍ ଫସଲର ମୂଲ୍ୟ ବ୍ୟବଧାନକୁ ପୂରଣ କରିବା ପାଇଁ ସରକାର ନାଫେଡ୍ ଏବଂ ଏନ୍‌ସିସିଏଫ୍‌ ଭଳି କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ପରିବହନ ଏବଂ ଷ୍ଟୋରେଜ୍ ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା କେବଳ କୃଷକମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ନାହିଁ ବରଂ ବଜାରରେ ଉପଭୋକ୍ତାଙ୍କ ପାଇଁ ଟପ୍ ଫସଲର ମୂଲ୍ୟ ମଧ୍ୟ ହ୍ରାସ କରିବ । ଏମ୍ଆଇଏସ୍ ଏବେ ପିଏମ୍-ଆଶାର ଏକ ଅଂଶ ହେବ ।
    ଡିଜିଟାଲ କୃଷି ମିଶନ :
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ୨୮୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ୨ ସେପ୍ଟେମ୍ବର ୨୦୨୪ରେ ଡିଜିଟାଲ କୃଷି ମିଶନକୁ ଅନୁମୋଦନ କରିଥିଲା । ୨୦୨୩-୨୪ ଏବଂ ୨୦୨୪-୨୫ ପାଇଁ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା କୃଷି ପାଇଁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର (ଡିପିଆଇ) ନିର୍ମାଣ କରିବାକୁ ଏହି ମିଶନ ଲକ୍ଷ୍ୟ ରଖିଛି । ରାଜ୍ୟମାନଙ୍କ ସହ ସମନ୍ୱୟ ରକ୍ଷା କରି ଡିପିଆଇ ନିର୍ମାଣ କରାଯାଉଛି । ଏହି ମିଶନ ଅଧୀନରେ ଡିପିଆଇ ନିର୍ମାଣ ପାଇଁ ଭାରତ ସରକାର ୧୯ଟି ରାଜ୍ୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି
    ଆଗ୍ରି ଷ୍ଟେକ୍ – ଡିପିଆଇ କୃଷକମାନଙ୍କୁ ଆଧାର ପରି ଏକ ଡିଜିଟାଲ ପରିଚୟ (କୃଷକ ପରିଚୟ) ପ୍ରଦାନ କରିବ । ମୋବାଇଲ ଭିତ୍ତିକ ଡିଜିଟାଲ ଫସଲ ସର୍ଭେ ଜରିଆରେ ଚାଷୀଙ୍କ ଜମିରେ ଫସଲ ବୁଣା ଯାଇଥିବା ତଥ୍ୟ ସଂଗ୍ରହ କରାଯିବ । କୃଷକ ପରିଚୟ ପତ୍ର ସୃଷ୍ଟି କରିବା ପାଇଁ ୬ଟି ରାଜ୍ୟରେ ପାଇଲଟ୍ ଭିତ୍ତିରେ କରାଯାଇଛି । ଏହା ସହିତ ଫସଲ ବୁଣା ଯାଇଥିବା ତଥ୍ୟର ମୋବାଇଲ ଆଧାରିତ ସଂଗ୍ରହ ପାଇଁ ୧୨ଟି ରାଜ୍ୟରେ ପାଇଲଟ୍ ଭିତ୍ତିରେ ପରୀକ୍ଷା ହୋଇସାରିଛି । ୨୦୨୬-୨୭ ସୁଦ୍ଧା ୧୧ କୋଟି କୃଷକଙ୍କ ପାଇଁ ଡିଜିଟାଲ ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଫସଲ ବୁଣା ତଥ୍ୟ ସଂଗ୍ରହ ପାଇଁ ଡିଜିଟାଲ ଫସଲ ସର୍ବେକ୍ଷଣ ଦୁଇ ବର୍ଷ ମଧ୍ୟରେ ଦେଶବ୍ୟାପୀ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ୨୦୨୪-୨୫ରେ ୪୦୦ଟି ଜିଲ୍ଲା ଏବଂ ୨୦୨୫-୨୬ରେ ଅବଶିଷ୍ଟ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଅଗଷ୍ଟ ୧୬, ୨୦୨୪ରେ ଆରମ୍ଭ ହୋଇଥିବା କୃଷି ନିଷ୍ପତ୍ତି ସମର୍ଥନ ପ୍ରଣାଳୀ – ଡିପିଆଇ ଫସଲ, ମୃତ୍ତିକା, ପାଣିପାଗ, ଜଳ ସମ୍ପଦ ଇତ୍ୟାଦି ଉପରେ ରିମୋଟ୍ ସେନ୍ସିଂ ଆଧାରିତ ସୂଚନାକୁ ଏକାଠି କରିବା ପାଇଁ ଏକ ବ୍ୟାପକ ଜାତୀୟ ସ୍ତରର ଭୂ-ସ୍ଥାନୀୟ ବ୍ୟବସ୍ଥା ସୃଷ୍ଟି କରିବ । ଦେଶର ପ୍ରାୟ ୧୪୨ ନିୟୁତ ହେକ୍ଟର ଚାଷ ଜମିର ବିସ୍ତୃତ ମୃତ୍ତିକା ପ୍ରୋଫାଇଲ୍ ମାନଚିତ୍ର ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପାଖାପାଖି ୨୯ ନିୟୁତ ହେକ୍ଟର ଜମିର ମୃତ୍ତିକା ପ୍ରୋଫାଇଲ୍ ତାଲିକା ସମ୍ପୂର୍ଣ୍ଣ ହୋଇସାରିଛି । ଡିଜିଟାଲ ସାଧାରଣ ଫସଲ ଆକଳନ ସର୍ବେକ୍ଷଣ (ଡିଜିସିଇଏସ୍) ବୈଜ୍ଞାନିକ ଭାବରେ ପ୍ରସ୍ତୁତ ଫସଲ କାଟିବା ପରୀକ୍ଷଣ ଆଧାରରେ ଅମଳ ଆକଳନ ପ୍ରଦାନ କରିବ । ଗତବର୍ଷ ଏହି ପାଇଲଟ୍ ପରୀକ୍ଷା ହୋଇଥିବା ବେଳେ ଏବେ ୨୦୨୪-୨୫ରୁ ଦେଶବ୍ୟାପୀ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯାଉଛି । ଡିଜିଟାଲ କୃଷି ମିଶନର ଉଦ୍ଦେଶ୍ୟ ହେଉଛି କୃଷକ କେନ୍ଦ୍ରୀତ ଡିଜିଟାଲ ସେବାର ବିକାଶକୁ ସକ୍ଷମ କରିବା ଏବଂ ଏହି କ୍ଷେତ୍ର ପାଇଁ ଠିକ୍ ସମୟରେ ଏବଂ ବିଶ୍ୱସନୀୟ ସୂଚନା ଉପଲବ୍ଧ କରାଇବା ;
    କ. କୃଷକମାନେ ଫସଲ ଋଣ, ଫସଲ ବୀମା, ଏମ୍‌ଏସ୍‌ପି ଭିତ୍ତିକ କ୍ରୟ, କୃଷି ଇନପୁଟ୍ ଯୋଗାଣକାରୀ ଏବଂ କୃଷି ଜାତ ଦ୍ରବ୍ୟର କ୍ରେତା ଇତ୍ୟାଦି ସହିତ ସଂଯୁକ୍ତ, ସର୍ବନିମ୍ନ କିମ୍ବା ବିନା କାଗଜପତ୍ରରେ ଏବଂ ବିଭିନ୍ନ କାର୍ଯ୍ୟାଳୟ କିମ୍ବା ସେବା ପ୍ରଦାନକାରୀଙ୍କୁ ଶାରୀରିକ ପରିଦର୍ଶନ ନକରି ନିଜକୁ ଡିଜିଟାଲ ଭାବରେ ଚିହ୍ନଟ ଏବଂ ପ୍ରମାଣିତ କରିବାରେ ସକ୍ଷମ ହେବେ ।
    ଖ. ବିଶ୍ୱସ୍ତ ତଥ୍ୟ ସରକାରୀ ଏଜେନ୍ସିଗୁଡ଼ିକୁ ଯୋଜନା ଏବଂ ସେବାଗୁଡ଼ିକୁ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ କରିବାରେ ସାହାଯ୍ୟ କରିବ ।
    ଗ. ଏହା ଫସଲ ଉତ୍ପାଦନ ଆକଳନ କରିବାରେ ସହାୟକ ହେବ ଏବଂ ଶେଷରେ କୃଷି ଜାତ ଦ୍ରବ୍ୟର ମୂଲ୍ୟ, ଆମଦାନୀ ଏବଂ ରପ୍ତାନି ଉପରେ ପ୍ରମାଣ ଭିତ୍ତିକ ସରକାରୀ ନୀତି ରେ କୃଷକମାନଙ୍କୁ ସାହାଯ୍ୟ କରିବ ।
    ଘ. ଏହି ଡିପିଆଇ କୃଷକମାନଙ୍କ ପାଇଁ ଫସଲ ଯୋଜନା, ଜଳସେଚନ ଆବଶ୍ୟକତା, ଫସଲ ସ୍ୱାସ୍ଥ୍ୟ, କୀଟ ଓ ରୋଗ ପରିଚାଳନା ଏବଂ ଜଳସେଚନ ଆବଶ୍ୟକତା ସମ୍ବନ୍ଧୀୟ କଷ୍ଟମାଇଜ୍ଡ ଆଡଭାଇଜରୀ ସେବାର ସମାଧାନ ବିକଶିତ କରିବାରେ ମଧ୍ୟ ସାହାଯ୍ୟ କରିବ । ଏହା ଫସଲ ବିବିଧତାରେ କୃଷକମାନଙ୍କୁ ସୁବିଧା ପ୍ରଦାନ କରିବାରେ ସହାୟକ ହେବ ।
    କୃଷି ସଖୀ :
    ୧. ଗ୍ରାମୀଣ ମହିଳାମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସମନ୍ଵୟ କାର୍ଯ୍ୟକ୍ରମ ଅଧୀନରେ ୩୦.୦୮.୨୦୨୩ରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ଭାଗିଦାରୀ କୃଷି ସଖୀମାନଙ୍କୁ “ଲଖପତି ଦିଦି” କାର୍ଯ୍ୟକ୍ରମ ସହିତ ଯୋଡ଼ି ପାରା-ସମ୍ପ୍ରସାରଣ କର୍ମୀ ଭାବରେ ପ୍ରଶିକ୍ଷଣ ଏବଂ ସାର୍ଟିଫିକେଟ ଦେବ ।
    ୨. କୃଷି ସଖୀମାନେ ଅଭିଜ୍ଞ, ବିଶ୍ୱସ୍ତ କୃଷକ ଅଟନ୍ତି ଯେଉଁମାନେ ସେମାନଙ୍କ ସମ୍ପ୍ରଦାୟରେ ଗଭୀର ଭାବରେ ଜଡ଼ିତ । କୃଷି-ପରିବେଶ କୌଶଳ, ମୃତ୍ତିକା ସ୍ୱାସ୍ଥ୍ୟ, ପଶୁସମ୍ପଦ ପରିଚାଳନା ଏବଂ ଜୈବ-ଇନପୁଟ ଭଳି ପ୍ରମୁଖ କୃଷି ପଦ୍ଧତିରେ ସେମାନଙ୍କୁ ୫୬ ଦିନର ପ୍ରଶିକ୍ଷଣ ଦିଆଯାଇଛି ।
    ୩. କୃଷି ସଖୀମାନେ ବର୍ତ୍ତମାନ ଡିଏୱାଇ-ଏନ୍‌ଆର୍‌ଏଲ୍‌ଏମ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ୧୨ଟି ରାଜ୍ୟରେ ପ୍ରାକୃତିକ ଚାଷ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଉପରେ ରିଫ୍ରେସର ପ୍ରଶିକ୍ଷଣ ନେଉଛନ୍ତି ।
    ୪. ତାଲିମ ପରେ ଦକ୍ଷତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କୃଷି ସଖୀମାନଙ୍କୁ ପାରା-ଏକ୍ସଟେନ୍ସନ୍ ୱାର୍କର୍ସ ଭାବେ ସାର୍ଟିଫିକେଟ୍ ଦିଆଯିବ ।
    ୫. ପ୍ରମାଣିତ କୃଷି ସଖୀମାନେ କୃଷି ପାରା ସମ୍ପ୍ରସାରଣ ଶ୍ରମିକ ଭାବରେ ବାର୍ଷିକ ୫୦,୦୦୦ ଟଙ୍କାରୁ ଅଧିକ ରୋଜଗାର କରିବେ, ଯାହା ସେମାନଙ୍କର ଅର୍ଥନୈତିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବ ।
    ୬. କୃଷି ସଖୀମାନେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ନିମ୍ନରେ ଉଲ୍ଲେଖିତ କାର୍ଯ୍ୟକ୍ରମ ଗୁଡିକ ଗ୍ରହଣ କରିବ

କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ)
ବିଦ୍ୟମାନ ଭିତ୍ତିଭୂମି ଅଭାବକୁ ଦୂର କରିବା ଏବଂ କୃଷି ଭିତ୍ତିଭୂମିରେ ପୁଞ୍ଜିନିବେଶକୁ ସକ୍ରିୟ କରିବା ପାଇଁ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅଧୀନରେ ଆଗ୍ରି ଇନ୍‌ଫ୍ରା ଫଣ୍ଡ (ଏଆଇଏଫ୍) ଆରମ୍ଭ କରାଯାଇଥିଲା । ଦେଶର କୃଷି ଭିତ୍ତିଭୂମି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏଆଇଏଫ୍ ପ୍ରଚଳନ କରାଯାଇଥିଲା । କୃଷି ଭିତ୍ତିଭୂମି ପାଣ୍ଠି ହେଉଛି ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ଏବଂ ଗୋଷ୍ଠୀ କୃଷି ସମ୍ପତ୍ତି ପାଇଁ ୩% ସୁଧ ରିହାତି ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ସହାୟତା ମାଧ୍ୟମରେ କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡ଼ିକରେ ବିନିଯୋଗ ପାଇଁ ଏକ ମଧ୍ୟମ – ଦୀର୍ଘମିଆଦୀ ଋଣ ଆର୍ଥିକ ସୁବିଧା । ଏହି ଯୋଜନା ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ ଏବଂ ଏହି ଯୋଜନା ଅଧୀନରେ ସହାୟତା ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୩୨-୩୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ ।
ଏଆଇଏଫ୍‌ର ପ୍ରଗତିଶୀଳ ସମ୍ପ୍ରସାରଣ
ନିକଟରେ କେନ୍ଦ୍ର କ୍ୟାବିନେଟ୍ କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍)ର ସମ୍ପ୍ରସାରଣକୁ ମଞ୍ଜୁରି ଦେଇଛନ୍ତି । ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ

  • ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଉପଯୋଗୀ ଗୋଷ୍ଠୀ କୃଷି ସମ୍ପତ୍ତିକୁ ଅନୁମତି ଦେବା
  • ଯୋଗ୍ୟ କାର୍ଯ୍ୟକଳାପରେ ପ୍ରାଥମିକ ପ୍ରକ୍ରିୟାକରଣ ସହିତ ସମନ୍ୱିତ ମାଧ୍ୟମିକ ପ୍ରକ୍ରିୟାକରଣ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବା
  • ଏଆଇଏଫ୍‌କୁ ପିଏମ୍‌-କୁସୁମ କମ୍ପୋନେଣ୍ଟ-ଏ ସହିତ ମିଶ୍ରଣ କରିବା ।
  • ଏନ୍ଏବି ସଂରକ୍ଷଣ ଏଫପିଓମାନଙ୍କୁ କ୍ରେଡିଟ୍ ଗ୍ୟାରେଣ୍ଟି ସହାୟତା ପ୍ରଦାନ କରିବା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
    ଯୋଜନା ଅଧୀନରେ ଅଗ୍ରଗତି :
    ବର୍ତ୍ତମାନ ସୁଦ୍ଧା ଏଆଇଏଫ୍ ଅଧୀନରେ ୭୬,୪୦୦ ପ୍ରକଳ୍ପ ପାଇଁ ୪୮,୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଆଇଏଫ ଅଧୀନରେ ମଞ୍ଜୁର ହୋଇଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୧୮,୬୦୬ କଷ୍ଟମ୍ ହାୟାରିଂ ସେଣ୍ଟର, ୧୬,୨୭୬ ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ୍, ୧୩,୭୨୪ ଗୋଦାମ, ୩,୧୦୨ ସର୍ଟିଂ ଏବଂ ଗ୍ରେଡିଂ ୟୁନିଟ୍, ୧,୯୦୯ ଶୀତଳ ଭଣ୍ଡାର ପ୍ରକଳ୍ପ, ପ୍ରାୟ ୨୧,୩୯୪ ଅନ୍ୟ ପ୍ରକାରର ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଏବଂ ଗୋଷ୍ଠୀ କୃଷି ସମ୍ପତ୍ତି ଅନ୍ତର୍ଭୁକ୍ତ ।
    ଏଆଇଏଫର ପ୍ରଭାବ :
    ବର୍ତ୍ତମାନ ସୁଦ୍ଧା ୭୬,୪୦୦ରୁ ଅଧିକ କୃଷି ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି ଯାହା ଏହି କ୍ଷେତ୍ରରେ ୮୦,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଆଣିଛି ଏବଂ ଗ୍ରାମାଞ୍ଚଳରେ ପାଖାପାଖି ୮.୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏଆଇଏଫ ଅଧୀନରେ ନିର୍ମିତ ଷ୍ଟୋରେଜ୍ ଭିତ୍ତିଭୂମି ପ୍ରାୟ ୫୦୦ ଏଲ୍‌ଏମ୍‌ଟି ଷ୍ଟୋରେଜ୍ କ୍ଷମତା ଯୋଡିଛି ଯେଉଁଥିରେ ପାଖାପାଖି ୪୬୬ ଏଲ୍‌ଏମ୍‌ଟି ଶୁଖିଲା ଷ୍ଟୋରେଜ୍ ଏବଂ ପ୍ରାୟ ୩୪ ଏଲ୍‌ଏମ୍‌ଟି ଶୀତଳ ଭଣ୍ଡାର କ୍ଷମତା ଅନ୍ତର୍ଭୁକ୍ତ । ଏହି ଅତିରିକ୍ତ ସଂରକ୍ଷଣ କ୍ଷମତା ବାର୍ଷିକ ୧୮.୬ ଏଲଏମଟି ଖାଦ୍ୟଶସ୍ୟ ଏବଂ ୩.୪୪ ଲକ୍ଷ ଏଲଏମଟି ଉଦ୍ୟାନ କୃଷି ଉତ୍ପାଦ ସଞ୍ଚୟ କରିପାରିବ । ଡିଏ ଆଣ୍ଡ ଏଫଡବ୍ଲ୍ୟୁ ଏହାର ୧୦୦ ଦିନିଆ ଆକ୍ସନ ପ୍ଲାନ୍ ଅଧୀନରେ ବିଭିନ୍ନ ଅଞ୍ଚଳରେ ୭,୦୦୦ରୁ ଅଧିକ ଭିତ୍ତିଭୂମି ୟୁନିଟ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଯେଉଁଥିରେ ମୋଟ ୫,୦୦୦ କୋଟି ଟଙ୍କାର ଋଣ ମଞ୍ଜୁର ରାଶି ରହିଛି ଏବଂ ଅମଳ ପରବର୍ତ୍ତୀ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଏବଂ ଗୋଷ୍ଠୀ କୃଷି ସମ୍ପତ୍ତି ପାଇଁ ୭,୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଏହି ମହତ୍ୱାକାଂକ୍ଷୀ ଯୋଜନାରେ ପ୍ରତି ଦିନ ୧୦୦ କୋଟି ଟଙ୍କାର ନିବେଶ ସହିତ ଜୁନ୍ ୧୦ ତାରିଖରୁ ଆରମ୍ଭ ହୋଇ ୧୦୦ ଦିନ ପାଇଁ କାର୍ଯ୍ୟକାରୀ କରାଯାଇଥିଲା ଏବଂ ୧୦୦ଟି ପ୍ରକଳ୍ପର ପ୍ରଦର୍ଶନ ସହିତ ଲକ୍ଷ୍ୟକୁ ଅତିକ୍ରମ କରାଯାଇଥିଲା । ଟାର୍ଗେଟ ବିପକ୍ଷରେ ୧୦୦ ଦିନ ମଧ୍ୟରେ ପ୍ରଦର୍ଶନ ନିମ୍ନପ୍ରକାରେ ଅଟେ ।
    କୃଷକ ଉତ୍ପାଦନ ସଂଗଠନ (ଏଫପିଓ) :
    ଦୈନନ୍ଦିନ କାର୍ଯ୍ୟ ପାଇଁ ଆବଶ୍ୟକ ଏଫପିଓମାନଙ୍କୁ ବିଭିନ୍ନ ଲାଇସେନ୍ସ ସହାୟତା ପ୍ରଦାନ କରିବା । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଏଆଣ୍ଡଏଫଡବ୍ଲୁ) ରାଜ୍ୟ ସରକାରଙ୍କ ସହାୟତାରେ ଏଫପିଓମାନଙ୍କୁ ବିହନ, ସାର, କୀଟନାଶକ ଏବଂ ଏପିଏମ୍‌ସି ଟ୍ରେଡ ଲାଇସେନ୍ସ ପ୍ରଦାନ କରିଛି । ତେଣୁ ଏଫପିଓମାନେ ଏହାର କୃଷକ ସଦସ୍ୟଙ୍କ ପାଇଁ ବିହନ, ସାର, ଜୈବ କୀଟନାଶକ ଏବଂ କୀଟନାଶକ ସମେତ ବିଭିନ୍ନ ସାମଗ୍ରୀ ମହଜୁଦ ରଖି ପଛୁଆ ଇନପୁଟ୍ ଲିଙ୍କେଜ୍ ସ୍ଥାପନ କରିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ କୃଷକମାନେ ସାମୂହିକ ଭାବରେ କାର୍ଯ୍ୟ କରି ବିଭିନ୍ନ ସାମଗ୍ରୀ (ବିହନ, ସାର, କୀଟନାଶକ ଇତ୍ୟାଦି) କ୍ରୟ ଉପରେ ଗୋଷ୍ଠୀ ରିହାତି ପାଆନ୍ତି ଏବଂ ଶେଷରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ପାଇଁ ଉତ୍ତମ ମୂଲ୍ୟ ପାଆନ୍ତି । ସାଚୁରେସନ୍ ଡ୍ରାଇଭ୍ ଆରମ୍ଭରୁ ଆଜି ପର୍ଯ୍ୟନ୍ତ, ନଂ. ଇନପୁଟ୍ ଲାଇସେନ୍ସ (ବିହନ, ସାର, କୀଟନାଶକ ଇତ୍ୟାଦି), ଏପିଏମ୍‌ସି ଟ୍ରେଡ ଲାଇସେନ୍ସ, ଏଫଏସ୍‌ଏସ୍‌ଏଆଇ ଏବଂ ଜିଏସ୍‌ଟି ଲାଇସେନ୍ସ ଇତ୍ୟାଦି ଏଫପିଓମାନଙ୍କୁ ପ୍ରଦାନ କରାଯାଇଥିବା ଲାଇସେନ୍ସ ୭,୭୨୮ ଲାଇସେନ୍ସରୁ ୨୨,୪୬୨କୁ ବୃଦ୍ଧି କରାଯାଇଛି ଯାହା କି ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ଏହାବ୍ୟତୀତ ସେଚୁରେସନ୍ ଡ୍ରାଇଭ୍ ସମୟରେ ଓଏନ୍‌ଡିସି ପ୍ଲାଟଫର୍ମରେ ୪୪୩୩ ଏଫପିଓ ମଧ୍ୟ ସାମିଲ୍ ହୋଇଥିଲେ । ଏଫପିଓର କୃଷକ ସଦସ୍ୟମାନେ ଏହି ହସ୍ତକ୍ଷେପ ଦ୍ୱାରା ଅନେକ ଲାଭ ପାଇବେ ଯେଉଁଥିରେ ନକଲି ଉତ୍ପାଦର ଭୟ ବିନା ଗୁଣାତ୍ମକ କୃଷି ଉପକରଣ ସହଜରେ ଉପଲବ୍ଧ ହେବ ଏବଂ ସମଗ୍ର ଋତୁରେ ସାମଗ୍ରୀର ନିଶ୍ଚିତ ଉପଲବ୍ଧତା ଅନ୍ତର୍ଭୁକ୍ତ । ଏହା ବ୍ୟତୀତ, ଏହା ସୁଲଭ ଏବଂ ଉଚିତ ମୂଲ୍ୟ ସୁନିଶ୍ଚିତ କରିଥିଲା ଯାହା କେବଳ ଇନପୁଟ୍ ଖର୍ଚ୍ଚ ଉପରେ କୃଷକଙ୍କ ସଞ୍ଚୟକୁ ସୁନିଶ୍ଚିତ କରିଥିଲା ଏବଂ ଏହି ସାମଗ୍ରୀପାଇବା ପାଇଁ ଖର୍ଚ୍ଚ ହୋଇଥିବା ସମୟ ପରିମାଣକୁ ହ୍ରାସ କରିଥିଲା, କାରଣ ସେମାନେ ବର୍ତ୍ତମାନ ଗାଁରେ ହିଁ ଉପଲବ୍ଧ । ଇନପୁଟ୍ ଏବଂ ଶ୍ରମ ଖର୍ଚ୍ଚରେ ସଞ୍ଚୟ ଉତ୍ପାଦନ ଖର୍ଚ୍ଚକୁ ହ୍ରାସ କରିଥାଏ; ଯାହା ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟରୁ ଅଧିକ ଲାଭ ପାଇପାରିବେ । ଓଏନଡିସି ନେଟୱାର୍କରେ ଏଫପିଓର ଅନବୋର୍ଡିଂ
    ବର୍ତ୍ତମାନ ସୁଦ୍ଧା – ଓଏନଡିସି ନେଟୱାର୍କରେ ୭୭୫୭ ଏଫପିଓ ସାମିଲ ହୋଇଛନ୍ତି । ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ହେଉଛି ଏକ ମୁକ୍ତ ଏବଂ ବିକେନ୍ଦ୍ରୀକୃତ ନେଟୱାର୍କ ସୃଷ୍ଟି କରି ଇ-କମର୍ସକୁ ଗଣତାନ୍ତ୍ରିକ କରିବା ଉଦ୍ଦେଶ୍ୟରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଏଫପିଓଗୁଡ଼ିକର ବଜାର ପହଞ୍ଚକୁ ସ୍ଥାନୀୟ ସୀମା ବାହାରେ ବିସ୍ତାର କରିବା, ଯାହା ଦ୍ୱାରା ସେମାନେ ସମଗ୍ର ଭାରତରେ ଉପଭୋକ୍ତାଙ୍କ ସହ ସିଧାସଳଖ ଯୋଡ଼ି ହୋଇପାରିବେ । ଉପଭୋକ୍ତାଙ୍କ ସହ ସିଧାସଳଖ କାରବାର ଏବଂ ସେମାନଙ୍କ ମତାମତ ଆଧାରରେ, ଏଫପିଓଗୁଡିକ କେବଳ ଏକ ଉତ୍ତମ ବ୍ୟବସାୟିକ ନିଷ୍ପତ୍ତି ନେବା ପାଇଁ ନୁହେଁ ବରଂ ଉତ୍ପାଦର ଗୁଣବତ୍ତା, ଆବଶ୍ୟକ ପ୍ୟାକେଜିଂ, ଉତ୍ପାଦ ମିଶ୍ରଣ ଇତ୍ୟାଦିରେ ଉନ୍ନତି ଆଣିବା ପାଇଁ ଏକ ଉତ୍ତମ ସ୍ଥିତିରେ ରହିବେ । ଓଏନଡିସିରେ ଯୋଗ ଦେବା ଦ୍ୱାରା, ଏଫପିଓଗୁଡିକ ଗୋଟିଏ ପ୍ଲାଟଫର୍ମ ସହିତ ବନ୍ଧା ନହୋଇ ଏକ ସମନ୍ୱିତ ବଜାର ଉପସ୍ଥିତିରୁ ଉପକୃତ ହେବେ ଏବଂ ଋଣ, ବୀମା, ଏବଂ ଲଜିଷ୍ଟିକ୍ସ ପରି ମୂଲ୍ୟ ଯୁକ୍ତ ସେବାରେ ଆକସେସ୍ ହାସଲ କରିବେ । ଏହି ନେଟୱାର୍କ ବି୨ବି ଟ୍ରାଞ୍ଜାକସନକୁ ମଧ୍ୟ ଅନୁମତି ଦେଇଥାଏ, ଯାହା ଦ୍ୱାରା ଏଫପିଓମାନେ ସମଗ୍ର ଭାରତରେ ବଲ୍କ ଅର୍ଡରରେ ନିୟୋଜିତ ହୋଇପାରିବେ । ଓଏନ୍‌ଡିସିର ବି୨ବି କାର୍ଯ୍ୟକାରିତାରେ ପ୍ୟାକେଜ୍ ସାମଗ୍ରୀ ଓ ଫଳ ଓ ପନିପରିବାଠାରୁ ଆରମ୍ଭ କରି କଞ୍ଚା ଦ୍ରବ୍ୟ ପର୍ଯ୍ୟନ୍ତ ବିଭିନ୍ନ ଉତ୍ପାଦ ବର୍ଗକୁ ଅନ୍ତର୍ଭୁକ୍ତ କରାଯିବାର ବ୍ୟବସ୍ଥା ରହିଛି ।
    କ୍ଲିନ୍ ପ୍ଲାଣ୍ଟ ପ୍ରୋଗ୍ରାମ (ସିପିପି) :
  • ଫସଲ ବିବିଧତାରେ ଉଦ୍ୟାନ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ କୃଷକମାନଙ୍କୁ ସେମାନଙ୍କ ଜମିରୁ ଉତ୍ତମ ଲାଭ ପାଇବାର ସୁଯୋଗ ପ୍ରଦାନ କରେ ।
  • ଦେଶର ଉଦ୍ୟାନ କୃଷି କୃଷକମାନେ ଅଧିକ ଅମଳକ୍ଷମ, ରୋଗମୁକ୍ତ ଏବଂ ଗୁଣାତ୍ମକ ବୃକ୍ଷରୋପଣ ସାମଗ୍ରୀ ପାଇ ବଗିଚା ଆରମ୍ଭ କରିବା, ବିଶେଷ କରି ଫଳ ଚାଷ କରିବା ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ଏହି ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତ ସରକାର ୧୭୬୭.୬୭ କୋଟି ଟଙ୍କା ବିନିଯୋଗରେ କ୍ଲିନ୍ ପ୍ଲାଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
  • ଭାରତୀୟ କୃଷି ଗବେଷଣା ପରିଷଦ ସହଯୋଗରେ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ଏବଂ ଏଥିରେ ଫଳ ଚାଷୀଙ୍କୁ ପ୍ରମାଣିତ, ରୋଗମୁକ୍ତ ବୃକ୍ଷରୋପଣ ସାମଗ୍ରୀ ଯୋଗାଇ ଦିଆଯିବ ।
  • ସିପିପି ଦେଶରେ ଫଳ ଫସଲର ଗୁଣବତ୍ତା ଏବଂ ଉତ୍ପାଦକତା ବୃଦ୍ଧି ଦିଗରେ ଏକ ପ୍ରମୁଖ ପଦକ୍ଷେପ ପ୍ରତିନିଧିତ୍ୱ କରୁଛି ଯାହା କୃଷକଙ୍କ ଆୟ ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଏକ ଅଗ୍ରଣୀ ବିଶ୍ୱଫଳ ରପ୍ତାନିକାରୀ ଭାବରେ ଦେଶର ସ୍ଥିତିକୁ ସୁଦୃଢ଼ କରିବ, ବଜାର ସୁଯୋଗର ସମ୍ପ୍ରସାରଣ କରିବ ଏବଂ ଅନ୍ତର୍ଜାତୀୟ ଫଳ ବାଣିଜ୍ୟରେ ଏହାର ଅଂଶ ବୃଦ୍ଧି କରିବ ।
  • କ୍ଲିନ୍ ପ୍ଲାଣ୍ଟ କାର୍ଯ୍ୟକ୍ରମ ଅଧୀନରେ ୯ଟି ବିଶ୍ୱସ୍ତରୀୟ ଅତ୍ୟାଧୁନିକ କ୍ଲିନ୍ ପ୍ଲାଣ୍ଟ ସେଣ୍ଟର (ସିପିସି) ପ୍ରତିଷ୍ଠା କରାଯିବ ଯେଉଁଥିରେ ରୋଗମୁକ୍ତ ସ୍ୱଚ୍ଛ ପ୍ଲାଣ୍ଟ ଉତ୍ପାଦନ ପାଇଁ ଅତ୍ୟାଧୁନିକ ନିଦାନ ଏବଂ ଚିକିତ୍ସା ସୁବିଧା ଉପଲବ୍ଧ ହେବ ।
  • ସିପିସି ବ୍ୟତୀତ ଏହି କାର୍ଯ୍ୟକ୍ରମ ଅଧୀନରେ ଟାର୍ଗେଟ୍ ଫଳ ଗଛ ପାଇଁ ୭୫ରୁ ଅଧିକ ବଡ଼ ନର୍ସରୀ ସୃଷ୍ଟି କରାଯିବ, ଯାହା ଫଳରେ ଚତୁର୍ଥ ବର୍ଷରୁ ୪ରୁ ୬ କୋଟି ରୋଗମୁକ୍ତ ସ୍ୱଚ୍ଛ ବୃକ୍ଷରୋପଣ ସାମଗ୍ରୀ ଉତ୍ପାଦନ ଆରମ୍ଭ ହେବ ।
    ଜାତୀୟ କୀଟ ନିରୀକ୍ଷଣ ବ୍ୟବସ୍ଥା (ଏନ୍‌ପିଏସ୍‌ଏସ୍‌) :
    ଜାତୀୟ କୀଟ ନିରୀକ୍ଷଣ ବ୍ୟବସ୍ଥା (ଏନ୍‌ପିଏସଏସ) ହେଉଛି କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଏଆଣ୍ଡଏଫଡବ୍ଲୁ) ଦ୍ୱାରା ଡିଜିଟାଲ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ସାରା ଦେଶରେ କୃଷି କୀଟ ନିରୀକ୍ଷଣ ବୃଦ୍ଧି କରିବା ଏବଂ କୀଟ ପରିଚାଳନାରେ ଉନ୍ନତି ଆଣିବା । ଏହି ସିଷ୍ଟମରେ ଏକ ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲ୍ ରହିଛି । ପୋକ ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଏହି ମୋବାଇଲ୍ ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ । ୱେବ ପୋର୍ଟାଲ ହେଉଛି କୀଟ ପ୍ରକୋପ ଉପରେ ନଜର ରଖିବା ଏବଂ ଉପଭୋକ୍ତାଙ୍କୁ ଆଡଭାଇଜରୀ ଜାରି କରିବା ପାଇଁ ଏକ ସମନ୍ୱିତ ପ୍ଲାଟଫର୍ମ । ଏନ୍‌ପିଏସ୍‌ଏସ୍‌ରେ ୬୧ଟି ଫସଲ ପାଇଁ କୀଟ ଚିହ୍ନଟ ମଡ୍ୟୁଲ ଏବଂ ଠିକ୍ ସମୟରେ ପରାମର୍ଶ ପ୍ରଦାନ ପାଇଁ ୧୫ଟି ଫସଲ ପାଇଁ ସର୍ଭିଲାନ୍ସ ମଡ୍ୟୁଲ ଅନ୍ତର୍ଭୁକ୍ତ । ଦେଶର କୃଷକ, ଛାତ୍ର, ବୈଜ୍ଞାନିକ, ବିଶେଷଜ୍ଞ ଇତ୍ୟାଦିଙ୍କ ବ୍ୟବହାର ପାଇଁ କୃଷି ମନ୍ତ୍ରୀ ୧୫ ଅଗଷ୍ଟ ୨୦୨୪ରେ ଏନ୍‌ପିଏସ୍‌ଏସ୍‌ର ଶୁଭାରମ୍ଭ କରିଛନ୍ତି । ଏନ୍‌ପିଏସ୍‌ଏସ୍‌ର ଲାଭ ମଧ୍ୟରେ କୀଟ ପରିଚାଳନା ବୃଦ୍ଧି, କୃଷି ଉତ୍ପାଦକତା ବୃଦ୍ଧି ଏବଂ ଡାଟା-ପରିଚାଳିତ ନିଷ୍ପତ୍ତି ନେବା ଅନ୍ତର୍ଭୁକ୍ତ । ଏନ୍‌ପିଏସ୍‌ଏସ୍‌ କୀଟ ଯୋଗୁଁ ଫସଲ ହାନି ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏହା ଦ୍ୱାରା କୃଷକମାନଙ୍କୁ ଠିକ୍ ସମୟରେ ଏବଂ ସଠିକ୍‌ କୀଟ ପରିଚାଳନା ସମାଧାନ ପ୍ରଦାନ କରି କୃଷି ଉତ୍ପାଦକତା ବୃଦ୍ଧି କରିଥାଏ । ଦେଶର କୃଷି ଉତ୍ପାଦନକୁ ସୁରକ୍ଷିତ ରଖିବା ଏବଂ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହାର ଅଭିନବ ଆଭିମୁଖ୍ୟ ଏବଂ ବୈଷୟିକ ଉନ୍ନତି ସହିତ, ଏନ୍‌ପିଏସ୍‌ଏସ୍‌ କୃଷିରେ ଖାଦ୍ୟ ନିରାପତ୍ତା ଏବଂ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରତିନିଧିତ୍ୱ କରେ । ୧୫ ଅଗଷ୍ଟ ୨୦୨୪ ପରଠାରୁ ଏନ୍‌ପିଏସ୍‌ଏସ୍‌ ଆପ୍ଲିକେସନ୍ ବ୍ୟବହାରର ଅଗ୍ରଗତି :
    ୧. ସାରା ଦେଶର ୧୬୦୦୦ କୃଷକମାନେ ଏନ୍‌ପିଏସ୍‌ଏସ୍‌ ଆପ୍ ଡାଉନଲୋଡ୍ କରିଛନ୍ତି ।
    ୨. ଏହି ଆପ୍ ଜରିଆରେ ୨୨୩୫୯ଟି ସର୍ଭେ କରାଯାଇଛି ।
    ୩. ୬୧ରୁ ଅଧିକ ଫସଲରେ ପୋକ ଚିହ୍ନଟ କରୁଛନ୍ତି ଚାଷୀ ।
    ଏନ୍‌ପିଏସ୍‌ଏସ୍‌ର ମୁଖ୍ୟ ବିଷୟ :
    ୧. ଦେଶର କୃଷକ, ଛାତ୍ର, ବୈଜ୍ଞାନିକ, ବିଶେଷଜ୍ଞ ଇତ୍ୟାଦିଙ୍କ ବ୍ୟବହାର ପାଇଁ କୃଷି ମନ୍ତ୍ରୀ ୧୫ ଅଗଷ୍ଟ ୨୦୨୪ରେ ଏନ୍‌ପିଏସ୍‌ଏସ୍‌ର ଶୁଭାରମ୍ଭ କରିଛନ୍ତି ।
    ୨. ଏନ୍‌ପିଏସ୍‌ଏସ୍‌ରେ ୬୧ଟି ଫସଲ ପାଇଁ କୀଟ ଚିହ୍ନଟ ମଡ୍ୟୁଲ ଏବଂ ଠିକ୍ ସମୟରେ ପରାମର୍ଶ ପ୍ରଦାନ ପାଇଁ ୧୫ଟି ଫସଲ ପାଇଁ ସର୍ଭିଲାନ୍ସ ମଡ୍ୟୁଲ ଅନ୍ତର୍ଭୁକ୍ତ ।
    ୩. ଏହି ଆପ୍ ଜରିଆରେ ୨୨୩୫୯ଟି ସର୍ଭେ କରାଯାଇଛି ।
    ୪. ୬୧ରୁ ଅଧିକ ଫସଲରେ ପୋକ ଚିହ୍ନଟ କରୁଛନ୍ତି ଚାଷୀ
    ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)
    ପିଏମ୍‌ଏଫ୍‌ବିୱାଇ ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହା ସମଗ୍ର ଦେଶରେ ଫସଲର ଜୀବନ ଚକ୍ର ସମୟରେ କୃଷି ଏବଂ ଉଦ୍ୟାନ କୃଷି ଫସଲ ଦ୍ୱାରା ସୃଷ୍ଟି ହୋଇଥିବା ବିଭିନ୍ନ ବିପଦ ଏବଂ ବିପଦରୁ କୃଷକ ସମୁଦାୟକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଗତ ଖରିଫ୍ ତୁଳନାରେ ଚଳିତ ଖରିଫ ଋତୁରେ ଅଧିକ ସଂଖ୍ୟକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଏହି ଯୋଜନାରେ ୧୦୦ ଦିନିଆ ଆକ୍ସନ ପ୍ଲାନ୍ ବିଭାଗ ପାଇଁ ଅନ୍ୟତମ ଆକ୍ସନ ପଏଣ୍ଟ ଥିଲା ।
    ଏହି ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଏହି ଯୋଜନାଅଧୀନରେ କୃଷକଙ୍କ ନାମ ପଞ୍ଜୀକରଣ ପାଇଁ କଟ୍ ଅଫ୍ ତାରିଖ ବଢ଼ାଇବା ପାଇଁ ଆସିଥିବା ଅନୁରୋଧକୁ ବିଭାଗ ସକ୍ରିୟ ଭାବେ ଅନୁମୋଦନ କରିଛି । ଏହାବ୍ୟତୀତ ୨୦୨୪ ଜୁଲାଇ ମାସରେ କେସିସି ଆକାଉଣ୍ଟଧାରୀ କୃଷକମାନଙ୍କୁ ସଂପୃକ୍ତ ବ୍ୟାଙ୍କ ଶାଖା ମାଧ୍ୟମରେ ପିଏମ୍‌ଏଫବିୱାଇ ଅଧୀନରେ ସାଚୁରେଟ୍ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସମୟ ମଧ୍ୟରେ ଆଉ ଗୋଟିଏ ରାଜ୍ୟ, ଅର୍ଥାତ୍ ଏହି ଯୋଜନାରେ ଝାଡ଼ଖଣ୍ଡକୁ ମଧ୍ୟ ସାମିଲ କରାଯାଇଥିଲା । ଭାରତ ସରକାରଙ୍କ ଏହି ପଦକ୍ଷେପ ଫଳରେ ପ୍ରାୟ ୩୫ ଲକ୍ଷ କୃଷକ ଏବଂ ୪୦ ଲକ୍ଷ ହେକ୍ଟର ଜମିକୁ ଏହି ଯୋଜନା ଅଧୀନରେ ବୀମା କରାଯାଇଛି । ଖରିଫ ୨୦୨୪ ପାଇଁ ମୋଟ ବୀମାଭୁକ୍ତ ଚାଷୀଙ୍କ ସଂଖ୍ୟା ସର୍ବକାଳୀନ ସର୍ବୋଚ୍ଚ ସ୍ତର ୨୯୩ ଲକ୍ଷରେ ପହଞ୍ଚିବ ଏବଂ ସମୁଦାୟ ବୀମା କ୍ଷେତ୍ର ୧୨% ରୁ ଅଧିକ ବୃଦ୍ଧି ପାଇ ୩୬୫ ଲକ୍ଷ ହେକ୍ଟରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ବନ୍ୟା ସର୍ବେକ୍ଷଣ : ବନ୍ୟା ସ୍ଥିତି ସମୀକ୍ଷା ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରିଛନ୍ତି । କେନ୍ଦ୍ରୀୟ ପ୍ରତିନିଧି ଦଳ ମଧ୍ୟ ଏହି ସବୁ ରାଜ୍ୟ ଗସ୍ତ କରିଛନ୍ତି । ଗୃଡ ମନ୍ତ୍ରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯାଇଛି ।
    ନୂଆ ପଦକ୍ଷେପ କୃଷି ଚୌପାଲ୍”କୃଷି ଚୌପାଲ” ନାମକ ଏକ ନୂତନ ଟେଲିଭିଜନ ଏବଂ ରେଡିଓ କାର୍ଯ୍ୟକ୍ରମ କୃଷି ଶିକ୍ଷା ଏବଂ ପ୍ରସାର କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ । ଅକ୍ଟୋବର ୨୦୨୪ରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି କୃଷକ ଏବଂ ଅତ୍ୟାଧୁନିକ କୃଷି ଗବେଷଣା ଏବଂ ପ୍ରଯୁକ୍ତି ବିଦ୍ୟା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେପରି ଅଧିକ ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା । କୃଷି ଚୌପାଲର ଉଦ୍ଦେଶ୍ୟ ଗୁଡ଼ିକ ହେଲା
    ୧. ନୂତନ କୃଷି ଗବେଷଣାର ପ୍ରସାର:
    ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କ ସହ ଅତ୍ୟାଧୁନିକ ଗବେଷଣାର ଫଳାଫଳ ବାଣ୍ଟିବା, ସେମାନଙ୍କୁ ନୂତନ କୌଶଳ, ଫସଲ ପ୍ରଜାତି, କୀଟ ପରିଚାଳନା ଏବଂ ସ୍ଥାୟୀ ଅଭ୍ୟାସ ବିଷୟରେ ସୂଚନା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯିବ । ଜଟିଳ ଗବେଷଣାକୁ ବ୍ୟବହାରିକ, କାର୍ଯ୍ୟକ୍ଷମ ପରାମର୍ଶରେ ପରିଣତ କରି କୃଷି ଚୌପାଲ୍ କୃଷକମାନଙ୍କୁ ଉତ୍ପାଦକତା ଏବଂ ସ୍ଥାୟୀତା ବୃଦ୍ଧି ପାଇଁ ସଶକ୍ତ କରିବାକୁ ଚେଷ୍ଟା କରେ ।
    ୨. ଶ୍ରେଷ୍ଠ କୃଷି ପଦ୍ଧତିର ପ୍ରୋତ୍ସାହନ:
    କୃଷିକ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଏହି କାର୍ଯ୍ୟକ୍ରମରେ ସଫଳ କେସ୍ ଷ୍ଟଡି, ଅଭିନବ ଚାଷ ପଦ୍ଧତି ଏବଂ ପରିବେଶ ଗତ ଚାଷ କୌଶଳ ଉପରେ ଆଲୋକପାତ କରାଯିବ ।
    ୩. କୃଷି ବିଶେଷଜ୍ଞଙ୍କ ସହ ସିଧାସଳଖ ଯୋଗାଯୋଗ ସୁବିଧା:
    କୃଷି ଚୌପାଲର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହାର ଇଣ୍ଟରଆକ୍ଟିଭ୍ ଫର୍ମାଟ, ଯାହା ଦ୍ୱାରା କୃଷକମାନେ ଲାଇଭ୍ ପ୍ରଶ୍ନୋତ୍ତର ଅଧିବେଶନ ମାଧ୍ୟମରେ କୃଷି ବିଶେଷଜ୍ଞଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ । ଯୋଗାଯୋଗର ଏହି ଖୋଲା ଲାଇନ କୃଷକମାନଙ୍କର ନିର୍ଦ୍ଦିଷ୍ଟ ପ୍ରଶ୍ନ, ଚିନ୍ତା ଏବଂ ଆହ୍ୱାନର ସମାଧାନ କରିବାରେ ସାହାଯ୍ୟ କରିବ, ଗୋଷ୍ଠୀ ଏବଂ ସମର୍ଥନର ଭାବନାକୁ ପ୍ରୋତ୍ସାହିତ କରିବ ।
    କୃଷକ ଅଭିଯୋଗ ସମାଧାନ ବ୍ୟବସ୍ଥା (ଏଫଜିଆରଏସ) :
    ଡିଏଆଣ୍ଡଏଫଡବ୍ଲୁ ଏକ କୃଷକ ଅଭିଯୋଗ ସମାଧାନ ବ୍ୟବସ୍ଥା ସ୍ଥାପନ କରିବ ଯାହା ଦ୍ୱାରା କୃଷକମାନଙ୍କୁ କୌଣସି ସମ୍ବନ୍ଧୀୟ ଯୋଜନା ସମ୍ବନ୍ଧୀୟ ସେମାନଙ୍କ ଅଭିଯୋଗ ପଞ୍ଜୀକରଣ କରିବାରେ ବହୁଭାଷୀ ସହାୟତା ପ୍ରଦାନ କରାଯିବ ଏବଂ ପଦକ୍ଷେପ ସହିତ ସ୍ପଷ୍ଟ ଭାବରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ଅନୁରୋଧ କରାଯିବ । ଏଫ୍‌ଜିଆର୍‌ଏସ୍‌ ପ୍ଲାଟଫର୍ମ କୃଷକମାନଙ୍କୁ ସବ୍ସିଡି ବିତରଣ, ବୈଷୟିକ ସହାୟତା, ସମ୍ପ୍ରସାରଣ ସେବା ଏବଂ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକର କାର୍ଯ୍ୟକାରିତା ସମ୍ବନ୍ଧୀୟ କୌଣସି ସମସ୍ୟା ସମ୍ବନ୍ଧୀୟ ପ୍ରଶ୍ନ କିମ୍ବା ଅଭିଯୋଗ ପଞ୍ଜୀକରଣ କରିବା ପାଇଁ ନିରବଚ୍ଛିନ୍ନ, ମଲ୍ଟି-ଚ୍ୟାନେଲ (ସିଏସ୍‌ସି ମାଧ୍ୟମରେ ୱେବ୍ ପୋର୍ଟାଲ, ମୋବାଇଲ ଆପ୍, କଲ୍ ସେଣ୍ଟର ସମର୍ଥନ, ଆଇଭିଆର ଇତ୍ୟାଦି) ସହାୟତା ପ୍ରଦାନ କରିବ । ଏହା ଦ୍ୱାରା ଅଭିଯୋଗ ସ୍ଥିତିର ରିଅଲ ଟାଇମ୍ ଟ୍ରାକିଂ ଏବଂ ଅଗ୍ରଗତି ସମ୍ପର୍କରେ ସ୍ୱୟଂଚାଳିତ ଅପଡେଟ୍, ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ କୃଷକମାନଙ୍କୁ ଅବଗତ କରାଯିବ । ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ସରକାର / ଡିଭିଜନ୍ / ପିଏସ୍ୟୁ /ସ୍ୱୟଂଶାସିତ ସଂସ୍ଥା / ସମବାୟ ସମିତିଗୁଡ଼ିକୁ ଅଭିଯୋଗ ପ୍ରଦାନ କରିବା ଏବଂ ପ୍ରତିକ୍ରିୟା ବିକଶିତ କରିବା ନିମନ୍ତେ ଦକ୍ଷ ପରିଚାଳନା ଏବଂ ଉତ୍ତେଜନା ମେଟ୍ରିକ୍ସ ସୁନିଶ୍ଚିତ କରିବା ନିମନ୍ତେ ଏଫ୍‌ଜିଆର୍‌ଏସ୍‌ କିୱାର୍ଡ-ଭିତ୍ତିକ ଶୃଙ୍ଖଳିତ ବର୍ଗୀକରଣ ଏବଂ ଗମ୍ଭୀରତା ଉପରେ ଆଧାରିତ ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରିବ । ଏଫଜିଆରଗୁଡ଼ିକ କୃଷକମାନଙ୍କୁ ସମ୍ପୃକ୍ତ ଯେକୌଣସି ଯୋଜନା ସମ୍ବନ୍ଧୀୟ ସେମାନଙ୍କ ପ୍ରଶ୍ନ କିମ୍ବା ଅଭିଯୋଗ ପଞ୍ଜୀକରଣ କରିବାରେ ବହୁଭାଷୀ ସହାୟତା ପ୍ରଦାନ କରିବାକୁ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାଧାନ ଲୋଡ଼ିବାକୁ ଚାହୁଁଛନ୍ତି । ଫସଲ ଉତ୍ପାଦନରେ ଆମେ ନିମ୍ନଲିଖିତ ଭାବରେ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଖିଛୁ :
  • ୨୦୨୩-୨୪ ବର୍ଷର ଚୂଡ଼ାନ୍ତ ଆକଳନ ଅନୁଯାୟୀ, ଦେଶରେ ସମୁଦାୟ ଖାଦ୍ୟଶସ୍ୟ ଉତ୍ପାଦନ ୩୩୨.୨ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି, ଯାହା କି ୨୦୨୨-୨୩ ବର୍ଷରେ ହାସଲ ହୋଇଥିବା ୩୨୯.୭ ନିୟୁତ ଟନ୍ ଉତ୍ପାଦନ ତୁଳନାରେ ୨.୬ ନିୟୁତ ଟନ୍ ଅଧିକ ।
  • ୨୦୨୩-୨୪ ବର୍ଷରେ ଚାଉଳ ଓ ଗହମର ଉତ୍ତମ ଉତ୍ପାଦନ ଯୋଗୁଁ ଏହି ବୃଦ୍ଧି ଘଟିଛି ।
  • ୨୦୨୪-୨୫ ବର୍ଷରେ ୧୩.୦୯.୨୦୨୪ ସୁଦ୍ଧା ଖରିଫ ଫସଲ ଅଧୀନରେ ସମୁଦାୟ କ୍ଷେତ୍ରଫଳ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨% ଅଧିକ ଅଟେ । ଗତବର୍ଷତୁଳନାରେ ପ୍ରାୟ ୧୬ ଲକ୍ଷ ହେକ୍ଟର ଓ ମକା ଚାଷ ପ୍ରାୟ ୪ ଲକ୍ଷ ହେକ୍ଟର ବୃଦ୍ଧି ପାଇଛି ।
    କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷି ଗବେଷଣା ଓ ଶିକ୍ଷା ବିଭାଗ (ଡିଏଆରଇ) ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ୧୦୦ ଦିନ ମଧ୍ୟରେ ପ୍ରମୁଖ ସଫଳତା ବିଷୟରେ କହିଥିଲେ ।
    ୧୦୦ ଦିନର ବଡ଼ ସଫଳତା:
    ୧୦୯ଟି ଜଳବାୟୁ ସହନଶୀଳ ଗୁଣାତ୍ମକ କିସମର ଉନ୍ମୋଚନ ଓ ଏହାର ଭବିଷ୍ୟତ ପ୍ରଭାବ: ଗତ ୧୦୦ ଦିନ ମଧ୍ୟରେ ୩୪ଟି ଖାଦ୍ୟ ଶସ୍ୟ ଓ ୨୭ଟି ଉଦ୍ୟାନ କୃଷି ଫସଲ ସମେତ ୬୧ଟି ଫସଲର ୧୦୯ଟି ସ୍ୱତନ୍ତ୍ର ବୈଶିଷ୍ଟ୍ୟ ପ୍ରଜାତିକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ସବୁ ପ୍ରଜାତି ବିଭିନ୍ନ ଜୈବିକ ଏବଂ ଅଜୈବିକ ଚାପ ଯଥା କୀଟପତଙ୍ଗ, ରୋଗ, ମରୁଡ଼ି, ଜଳବନ୍ଦୀ, ଗରମ, ଲୁଣିଆ ମାଟି ପ୍ରତି ସହନଶୀଳ ଏବଂ କେତେକ ପ୍ରଜାତି ଉଚ୍ଚ ପୋଷକ ତତ୍ତ୍ୱରେ ଭରପୂର । ଦେଖିବାକୁ ମିଳୁଛି ଯେ ଜଳବାୟୁ ପରିବର୍ତ୍ତନ ଭୟଙ୍କର ହେବାରେ ଲାଗିଛି । ଏହି ପ୍ରଜାତି ଭବିଷ୍ୟତରେ ପ୍ରତିକୂଳ ପରିସ୍ଥିତିରେ ଚାଷୀଙ୍କ ଫସଲକୁ କ୍ଷତିରୁ ରକ୍ଷା କରିବ ଏବଂ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବା ପରିବର୍ତ୍ତେ କୃଷକ ଙ୍କୁ ସମ୍ପୂର୍ଣ୍ଣ ଅମଳ ମିଳିବ । ଯଥାଶୀଘ୍ର ନୂଆ କିସମର ବିହନ ଚାଷୀଙ୍କ ପାଖରେ ପହଞ୍ଚାଇବା ପାଇଁ ଢାଞ୍ଚା: ଆଇସିଏଆର, କୃଷି ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟମିଳିତ ଭାବେ ଏହି ପ୍ରଜାତିର ବିହନ ଯଥାଶୀଘ୍ର ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସମ୍ପୂର୍ଣ୍ଣ ଢାଞ୍ଚା ପ୍ରସ୍ତୁତ କରିଛନ୍ତି । ଆଗାମୀ ରବି ଋତୁ ଫସଲ ପାଇଁ ପ୍ରଜନନ ବିହନ ପାଇଁ ରାଜ୍ୟଗୁଡ଼ିକରୁ ଇଣ୍ଡେଣ୍ଟ ନିଆଯାଇଛି । ଏତଦ୍ ବ୍ୟତୀତ ଚାଷୀ ଓ ସରକାରୀ ବିହନ ଉତ୍ପାଦନ ଅନୁଷ୍ଠାନକୁ ଯଥାଶୀଘ୍ର ଏହା ପହଞ୍ଚାଇବା ପାଇଁ ବିହନ ଉତ୍ପାଦନରେ କୃଷକ ଓ ଘରୋଇ ଉଦ୍ୟୋଗର ସହଯୋଗ ନିଆଯିବ । ସାଥି ପୋର୍ଟାଲରେ ବିହନ ଉତ୍ପାଦନ କେନ୍ଦ୍ରକୁ ଅନ୍ତର୍ଭୁକ୍ତ କରିବା : ଏହି କ୍ରମରେ ମନ୍ତ୍ରଣାଳୟ ସାଥି ପୋର୍ଟାଲରେ ପ୍ରଜନନ ବିହନ ଉତ୍ପାଦନ କରୁଥିବା ୨୬୬ଟି କେନ୍ଦ୍ରକୁ ସାମିଲ କରିଛି, ଯାହା ବିହନର ଟ୍ରେସେବିଲିଟି ସୁନିଶ୍ଚିତ କରିବ ଏବଂ କୃଷକମାନଙ୍କୁ ଗୁଣାତ୍ମକ ବିହନ ପାଇବାରେ ସାହାଯ୍ୟ କରିବ । ଉନ୍ନତ କୃଷି କୌଶଳର ମୁକ୍ତି: ୧୦୦ଟି ବିଭିନ୍ନ ଉନ୍ନତ କୃଷି କୌଶଳ ଜାରି କରାଯାଇଛି ଯାହା କୃଷକମାନଙ୍କୁ ସଠିକ ପରିମାଣ ଏବଂ ସମୟ ମଧ୍ୟରେ ଉପକରଣ ପ୍ରଦାନ କରିବା, ଖର୍ଚ୍ଚ ହ୍ରାସ କରିବା ଏବଂ ଫସଲକୁ ବିଭିନ୍ନ ରୋଗ ଏବଂ କୀଟପତଙ୍ଗରୁ ରକ୍ଷା କରିବାରେ ଫଳପ୍ରଦ ସାବ୍ୟସ୍ତ ହେଉଛି । ଜଳବାୟୁ ପରିବର୍ତ୍ତନରୁ ରକ୍ଷା ପାଇବା ପାଇଁ ରଣନୀତିଗତ ଯୋଜନା: ବ୍ଲକସ୍ତରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୧୪୦ଟି ବ୍ଲକ (୨୮ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ) ପାଇଁ ରଣନୀତିଗତ ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ମରୁଡ଼ି ପରିସ୍ଥିତିରେ ଉପଯୁକ୍ତ ପ୍ରଜାତି ଚୟନ, ଅତ୍ୟଧିକ ବର୍ଷା, ବନ୍ୟା, ସାମୁଦ୍ରିକ ଝଡ଼ ଇତ୍ୟାଦି, ଜଳ ସଂରକ୍ଷଣ ପଦ୍ଧତି, ଜଳବନ୍ଦୀ ହେଲେ ଫସଲ ଓ ପଶୁସମ୍ପଦ ବଞ୍ଚାଇବାର ପଦ୍ଧତି ଇତ୍ୟାଦି ଅନ୍ତର୍ଭୁକ୍ତ ଏବଂ ଏହାକୁ ଅଧିକ ଅଞ୍ଚଳରେ ବିସ୍ତାର କରିବା ପାଇଁ କାର୍ଯ୍ୟ ଜାରି ରହିଛି । ଏଆଇ ଭିତ୍ତିକ ଆପ୍ /ଟୁଲ୍‌ର ବିକାଶ: ୬୧ଟି ଫସଲ ପାଇଁ ଏଆଇ ଆଧାରିତ କୀଟ ଚିହ୍ନଟ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ସମେତ ୧୦ଟି ଏଆଇ ଭିତ୍ତିକ, କମ୍ ଖର୍ଚ୍ଚ ଏବଂ ଉଚ୍ଚ କ୍ଷମତା ବିଶିଷ୍ଟ ଆପ୍ /ଟୁଲ୍ ବିକଶିତ କରାଯାଇଛି, ଯାହା ମାଧ୍ୟମରେ କୃଷକମାନେ କୀଟପତଙ୍ଗର ଫଟୋ ଅପଲୋଡ୍ କରୁଛନ୍ତି ଏବଂ ସେମାନଙ୍କ ନାମ ଏବଂ ନିୟନ୍ତ୍ରଣ ବିଷୟରେ ସୂଚନା ପାଉଛନ୍ତି । ଗତ ଏକ ମାସ ମଧ୍ୟରେ ୧୫ ୦୦୦ରୁ ଅଧିକ କୃଷକ ଏହି ଆପ୍ ଡାଉନଲୋଡ୍ କରି ଏହାର ବ୍ୟବହାର ଆରମ୍ଭ କରିଛନ୍ତି । ସେହିପରି ଅନ୍ୟ ୯ଟି ଏଆଇ ଭିତ୍ତିକ ଉପକରଣ/ଆପ୍ ବିକଶିତ କରାଯାଇ ଚାଷୀଙ୍କୁ ବ୍ୟବହାର ପାଇଁ ଉପଲବ୍ଧ କରାଯାଇଛି, ଯାହା ଆଗାମୀ ଦିନରେ ଚାଷ ପାଇଁ ବରଦାନ ସାବ୍ୟସ୍ତ ହେବ । କୃଷି ଶିକ୍ଷାର ନାମଲେଖା ବ୍ୟବସ୍ଥାକୁ ଅନ୍ ଲାଇନ୍ କରିବା ଏବଂ ବିକାଶ ଆପ୍‌ର ବିକାଶ: କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖା, ମାନ୍ୟତା ଏବଂ ରାୱେ କାର୍ଯ୍ୟକ୍ରମ ଇତ୍ୟାଦିକୁ ସମ୍ପୂର୍ଣ୍ଣ ଅନଲାଇନ୍ କରାଯାଇଛି ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ କୃଷିରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ମଲ୍ଟିପଲ୍ ଏଣ୍ଟ୍ରି/ମଲ୍ଟିପଲ୍ ଏକ୍ଜିଟ୍, ଉଦ୍ୟୋଗ ଉପରେ ଗୁରୁତ୍ୱ ଦେଇ ବିକଶିତ କରାଯାଇଛି, ଯାହା ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ । ଏହା ସହିତ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ‘ଗ୍ରାମୀଣ ସଚେତନତା କାର୍ଯ୍ୟ ଅଭିଜ୍ଞତା (ଆରଏଓଇ)’ ଅଧୀନରେ ଏକ ମୋବାଇଲ୍ ଆପ୍ “ବିକାଶ” (ଭେଞ୍ଚର ଫର ଇଣ୍ଟରଆକ୍ସନ ଅଫ୍ କିଷାନ ଆଣ୍ଡ ଏଗ୍ରି-ଷ୍ଟୁଡେଣ୍ଟ) କାର୍ଯ୍ୟକାରୀ କରାଯାଇଛି, ଯାହା କି କୃଷି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ସହିତ ସେମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟକଳାପ ବିଷୟରେ ଗଭୀର ସୂଚନା ପ୍ରଦାନ କରିବ । କେଭିକେ ଦ୍ୱାରା କୃଷକମାନଙ୍କୁ ତାଲିମ: କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ମାଧ୍ୟମରେ ଯୁବକ ଓ ମହିଳାଙ୍କ ଦକ୍ଷତା ବିକାଶ ପାଇଁ ଗତ ୧୦୦ ଦିନ ମଧ୍ୟରେ କୁଶଳ ଯୁବ କାର୍ଯ୍ୟକ୍ରମ ଅଧୀନରେ ୬୫,୦୦୦ରୁ ଅଧିକ କୃଷକ ଓ ଯୁବକଙ୍କୁ ତାଲିମ ଦିଆଯାଇଛି, ଯେଉଁଥିରୁ ୩୨୪୬୫ ଜଣ ମହିଳା ଏବଂ ୩୨୯୪୧ ଜଣ ପୁରୁଷ ପ୍ରଶିକ୍ଷାର୍ଥୀ ଅଛନ୍ତି । ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ନିଆଯାଇଥିବା ପଦକ୍ଷେପ: ପ୍ରାକୃତିକ ଚାଷର ବୈଜ୍ଞାନିକ ତଥ୍ୟ ଜାଣିବା ପାଇଁ ଗବେଷଣା ଓ ମୂଲ୍ୟାୟନ କାର୍ଯ୍ୟ ଚାଲିଛି ଏବଂ ସ୍ନାତକୋତ୍ତର ସ୍ତରର ପାଠ୍ୟକ୍ରମ ବିକଶିତ ହୋଇଛି । ୨୪୭୬ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ୧,୦୧,୬୩୩ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ପ୍ରାକୃତିକ ଚାଷ ଉପରେ ୪୨୫ କେଭିକେ ପକ୍ଷରୁ ୭,୫୯୨ଟି ପ୍ରଦର୍ଶନ କରାଯାଇଥିଲା । ଏହାବ୍ୟତୀତ ୧୧,୩୪୧ଟି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ୧୧.୩୭ ଲକ୍ଷ କୃଷକ ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଏଥିରେ ସାମିଲ କରାଯାଇଥିଲା ।
Leave A Reply

Your email address will not be published.