ପ୍ରଥମ ପୁରାଣ ସାହିତ୍ୟ ମାତୃକୃପା ସମ୍ମିଳନୀ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ “ଦେବକୀ ଯଶୋଦା ମାତୃକୃପା ସାହିତ୍ୟ ସମ୍ମିଳନୀ ୨୦୨୪ ” ଶ୍ରୀ ରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ସାହିତ୍ୟ ସଂସଦର ୫୪ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ବେଦ ପଠନ କରାଯାଇଥିଲା । କୃଷ୍ଣ ଭକ୍ତି ଶୀର୍ଷକ ଭଜନ କଣ୍ଠଶିଳ୍ପୀମାନେ ଗାନ କରିଥିଲେ ।ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି “ଦେବକୀ ଯଶୋଦାଙ୍କ ଅନାବିଳ ମାତୃ ବାତ୍ସଲ୍ୟ” ଶୀର୍ଷକ କବିତା ପୂର୍ବରୁ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ୨ଟି ଅଧିବେଶନରେ ସଭାପତିତ୍ୱ କରି ବାତ୍ସଲ୍ୟ ମମତା ଶ୍ରେଷ୍ଠ ସାମାଜିକ ବନ୍ଧନ ବୋଲି ମତବ୍ୟକ୍ତ କରିଥିଲେ । ଉଦ୍ଘାଟକ ଶ୍ରୀ ଶ୍ରୀ ନୀଳାଚଳ ଦାସ ମହାରାଜ, ଶ୍ରୀ ରାସବିହାରୀ ମଠ, କଟକ ପ୍ରଦୀପ ପ୍ରଜ୍ମଳନ କରି କୃଷ୍ଣ ବନ୍ଦନା ଗାନ କରି ପରିବେଶକୁ ଭକ୍ତିମୟ କରିଥିଲେ । ଦେବକୀ ଯଶୋଦାଙ୍କ ପୁତ୍ରମୋହକୁ ଆଧ୍ୟାତ୍ମିକ ସ୍ଵରରେ ସରଳ ଭାବେ ବିଶ୍ଳେଷଣ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ଦୀନବନ୍ଧୁ ମହାରଣା ପୁରାଣ ସାହିତ୍ୟରେ ମାତୃଶକ୍ତିର ଗରିମା ଉଦାହରଣ ମଧ୍ୟରେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ଡ଼କ୍ଟର ବିଦ୍ୟୁତ ପ୍ରଭା ମିଶ୍ର, ପ୍ରଧ୍ୟାପିକା (ଓଡ଼ିଆ ଭାଷା ସାହିତ୍ୟ ବିଭାଗ) ଦେବକୀ ଯଶୋଦାଙ୍କ ମମତାର ସ୍ୱରୁପକୁ କାବ୍ୟିକ ଉପମା ମାଧ୍ୟମରେ ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥି କବି ନାରାୟଣ ମୁଦୁଲି ମହାମହିମ ରାଜ୍ୟପାଳଙ୍କ ଓ.ଏସ.ଡ଼ି. ସହ ହିନ୍ଦୀ ଅଧିକାରୀ ରାଜଭବନ, ଭୁବନେଶ୍ୱର ଡ଼କ୍ଟର ପ୍ରଣତୀ ମିଶ୍ର ପ୍ରାକ୍ତନ ଅଧ୍ୟକ୍ଷା, ଶୈଳବାଳା ମହାବିଦ୍ୟାଳୟ ଯୋଗଦେଇ ପୁରାଣ ସାହିତ୍ୟରେ ନାରୀ ଶକ୍ତିର ଗରିମାକୁ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଗୁରୁ ସାଗରିକା ଜେନା, କବି ଜଗନ୍ନାଥ ବାରିକ, କବି ତୋଫାନ ଜେନା ଯୋଗଦେଇ ଆଧୁନିକ କବିତାରେ ପୁରାଣ ସାହିତ୍ୟର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଶୁକବି ହେମନ୍ତ ଜେନା ଏବଂ କବୟିତ୍ରୀ ପ୍ରଭାସିନୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ୨ ଶହରୁ ଅଧିକ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାରସ୍ୱତ ପ୍ରତିଭାଙ୍କୁ ଦେବକୀ ଯଶୋଦା ସାରସ୍ୱତ ସମ୍ମାନ ଏବଂ ଦେବକୀ ଯଶୋଦା ସେବା ସମ୍ମାନ ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ଅଶୋକ କୁମାର ବେହେରା, ଡ଼କ୍ଟର ମମତା ତ୍ରିପାଠୀ, ବିଜୟ ପାଇଟାଲ, ଅରୁଣ ପାତ୍ର, ଅନିଶା ମଲ୍ଲ, ଡ଼କ୍ଟର ଅନିରୁଦ୍ଧ କୁର କୁରିଆ, ଆକାଂକ୍ଷା ସାହୁ ଏବଂ ଅନ୍ୟମାନେ କୃଷ୍ଣ ଭକ୍ତି ସଙ୍ଗୀତ ଗାନ କରିଥିଲେ । ନୃତ୍ୟଶିଳ୍ପୀ କିଶୋର କୁମାର ଦଳାଇ, ସମର୍ପିତା ସାହୁ, ସୋନାଲି ପ୍ରିୟଦର୍ଶିନୀ ସାହୁ, ଆଦ୍ୟାସା ମହାରଣା, ଆକାଂକ୍ଷା ସାହୁ ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଡାକ୍ତର ଦୀନବନ୍ଧୁ ମହାରଣାଙ୍କ “ସ୍ୱାସ୍ଥ୍ୟ ସନ୍ଦେଶ” ଉନ୍ମୋଚିତ ହୋଇଥିଲା । ୧୦ ଜଣରୁ ଅଧିକ କବି କବିତା ପାଠ କରିଥିଲେ । କବି ଗୁପ୍ତେଶ୍ୱର ଚାନ୍ଦ (ଝାରସୁଗୁଡ଼ା) ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.