oom

ଡେଲିଭରି ବୟକୁ ଭୁଜାଲି ଆକ୍ରମଣ : ବନ୍ଧା ହେଲେ ଦୁଇ ଅଭିଯୁକ୍ତ

jsmm

ଦେଓଗାଁ : ଦିନ ଦ୍ବିପ୍ରହରରେ ଜଣେ ଫ୍ଲିଫକାର୍ଡ ଡେ଼ଲିଭରି ବୟକୁ ନିଶାଖୋର ଯୁବକମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଘଟଣାରେ ଦେଓଗାଁ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ମୁରସିଂ ରାସ୍ତାରେ ସଇଁତଳାର ଫ୍ଲିଫକାର୍ଡ ଡେଲିଭରି ବୟ ଶ୍ରୀତମ ସୁନା ତାଙ୍କ କାର୍ଯ୍ୟର୍ନିବାହ କରୁଥିବା ବେଲେ ଦୁଇ ଅଭିଯୁକ୍ତ ଶ୍ରୀତମଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ଶ୍ରୀତମ ନିଜ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିବାରୁ ଲୁଟେରାମାନେ ତାଙ୍କ ବାମ କାନ୍ଧରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାରୁ ଶ୍ରୀତମ ଭୟଭୀତ ହୋଇ ଟଙ୍କା ସେମାନଙ୍କୁ ଦେଇ ଦେଇଥିଲେ। ପରେ ଏନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିଲା। ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଯୁବକ ଦୁଇଜଣ ହେଲେ ତୁଷୁରା ଥାନା ସନ୍ଦିସରା ଗାଁର ଭାସ୍କର ଭୋଇ ଏବଂ କରଲୋଖମନ ଗାଁର ଆନନ୍ଦ କୁଅଁର। ଏମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିବା ବେଳେ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବାଇକ, ଏକ ଭୁଜାଲି ସହ ଲୁଟ ହୋଇଥିବା ହଜାରେ ଟଙ୍କା ଜବତ କରାଯାଇଛି ବୋଲି ଦେଓଗାଁ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି।

jittmm
Leave A Reply

Your email address will not be published.