• ଯାନର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ
ନୂଆଦିଲ୍ଲୀ, (ପିଆଇବି) : ବୁଧବାର, ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଅଧ୍ୟକ୍ଷ ତଥା ମହାକାଶ ବିଭାଗ ସଚିବ ଡ. ଏସ୍ ସୋମନାଥ ଆଜି ନୂଆଦିଲ୍ଲୀରେ ପହଞ୍ଚି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରି ଚନ୍ଦ୍ରଯାନ-୩ର ସ୍ଥିତି ଏବଂ ପ୍ରସ୍ତୁତି ବିଷୟରେ ଅବଗତ କରାଇଛନ୍ତି ।
ଇସ୍ରୋ ଅଧ୍ୟକ୍ଷ ଚନ୍ଦ୍ରଯାନ-୩ର ସ୍ଥିତି ଓ ଗତିବିଧି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇ କହିଛନ୍ତି ଯେ ସମସ୍ତ ପ୍ରଣାଳୀ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ ବୁଧବାର କୌଣସି ଆକସ୍ମିକ ପରିସ୍ଥିତି ଦେଖାଦେବାର ସମ୍ଭାବନା ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ଚନ୍ଦ୍ରଯାନ-୩ର ସ୍ଥିତି ଉପରେ ଲଗାତାର ନଜର ରଖାଯିବ । ଦୁଇ ଦିନ ପୂର୍ବରୁ ଅବତରଣର ଚୂଡ଼ାନ୍ତ ସିକ୍ୱେନ୍ସ ଲୋଡ୍ କରି ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।
ଡକ୍ଟର ଜିତେନ୍ଦ୍ର ସିଂ ଏଥର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହା ଗ୍ରହ ଅନୁସନ୍ଧାନର ଏକ ନୂତନ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଥିଲେ ।
ଡକ୍ଟର ଜିତେନ୍ଦ୍ର ସିଂ ଏଥର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହା ଗ୍ରହ ଅନୁସନ୍ଧାନର ଏକ ନୂତନ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଥିଲେ ।
ଇସ୍ରୋ କହିଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩, ୨୦୨୩ ସନ୍ଧ୍ୟା ପ୍ରାୟ ୬ଟା ୦୪ ମିନିଟ୍ ରେ ଚନ୍ଦ୍ରରେ ଅବତରଣ କରିବ। ପୂର୍ବରୁ ହାର୍ଡ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଚନ୍ଦ୍ରଯାନ-୨ ଅଭିଯାନ ଆଂଶିକ ଭାବେ ସଫଳ ହୋଇଥିଲା । ତେବେ ଏଥର ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ ଏବଂ ଚନ୍ଦ୍ରଯାନ-୨ ଅର୍ବିଟର ମଧ୍ୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିଛି । ଆଜି ଇସ୍ରୋ ଚନ୍ଦ୍ରଯାନ-୩ ଦ୍ୱାରା ଉତ୍ତୋଳିତ ଚନ୍ଦ୍ରର ଦୂର ଭାଗର ନୂଆ ଫଟୋ ସେୟାର କରିଛି ।
ଆମେରିକା, ରୁଷିଆ ଓ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିବ, କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ଏକମାତ୍ର ଦେଶ ହେବ ।
ଚନ୍ଦ୍ରଯାନ-୩ ମିଶନର ତିନୋଟି ପ୍ରାଥମିକ ଉଦ୍ଦେଶ୍ୟ ରହିଛି (କ) ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଏବଂ ସଫ୍ଟ ଲ୍ୟାଣ୍ଡିଂ ପ୍ରଦର୍ଶନ କରିବା; (ଖ) ଚନ୍ଦ୍ରପୃଷ୍ଠରେ ରୋଭର ବା ବୁଲିବା ଯାନକୁ ସୁରକ୍ଷିତ ଭାବେ ରୋଭିଂ ବା ଘୂରିବୁଲିବା କାର୍ଯ୍ୟ ପ୍ରଦର୍ଶନ କରିବା ଏବଂ (ଗ) ବୈଜ୍ଞାନିକ ପରୀକ୍ଷଣ କରିବା ।
ଏହି ଅବସରରେ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ଚନ୍ଦ୍ରଯାନ-୧ ମହାକାଶ ଯାନ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ଆବିଷ୍କାର କରିବା ପାଇଁ କରିଥିଲା ଏବଂ ଏହା ବିଶ୍ୱ ପାଇଁ ଏକ ନୂଆ ଆବିଷ୍କାର ଥିଲା । ଆମେରିକାର ନାସା (ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ) ଭଳି ପ୍ରମୁଖ ମହାକାଶ ଏଜେନ୍ସି ମଧ୍ୟ ଏହି ଆବିଷ୍କାରରେ ଆକର୍ଷିତ ହୋଇଥିଲେ ଏବଂ ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସୂଚନାକୁ ବ୍ୟବହାର କରିଥିଲେ ।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସଏଲଭି ମାର୍କ ୩ (ଏଲଭିଏମ ୩) ଜରିଆରେ ଗତ ଜୁଲାଇ ୧୪ ତାରିଖ ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ର ଆଡ଼କୁ ଉତକ୍ଷେପଣ କରାଯାଇଥିଲ ।