oom

ବଣାଇରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

jsmm

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଳନ ପାଇଁ ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ବଣାଇଗଡ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଲୋକକଳା ମହୋତ୍ସବ ପାଳନ କରାଯାଇଛି । ବଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ସ୍ଵଦୀପ କୁମାର ଟୋପ୍ପଙ୍କ ଅଧ୍ୟକ୍ଷତାରେ ଏବଂ ବଣାଇ ଅଞ୍ଚଳର ବରିଷ୍ଠ କଳାକାର ତଥା ବଣାଇ ବିକେଏସ୍‌ଏସ୍‌ ଉପସଭାପତି ଖଗେଶ୍ୱର ବାରିକଙ୍କ ସହାୟତାରେ ଆୟୋଜିତ ସମାବେଶରେ ବଣାଇ ଗଡ ୧୩ ଗୋଟି ପଞ୍ଚାୟତର ଶତାଧିକ କଳାକାରମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଣାଇ ଜିଲ୍ଲା ପରିଷଦ (କ) ସଭ୍ୟ ବୀର ବିଚିତ୍ର ସେନ ନାୟକ ଏବଂ ଭୁବନେଶ୍ୱର କଳା ସଂସ୍କୃତି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ କେନ୍ଦ୍ରିକଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗୀତ, କଳା ଶିକ୍ଷକ ଭାବେ ଯୋଗ ଦେଇଥିବା ଯୁବ କଳାକାର ଆଲୋକ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ଲୋକକଳାର ପାରଦର୍ଶିତା ଲାଭ କରିଥିବା କଳାକାରଙ୍କ ନେତୃତ୍ୱରେ ଭାଗବତ, କୀର୍ତ୍ତନ, ସମ୍ପ୍ରଦା, ଆଦିବାସୀ କିଷାନ ନୃତ୍ୟ, ପାଲା କଳାକାରମାନେ ତାଙ୍କ ପ୍ରତିଭା ପରିବେଷଣ କରିଥିଲେ । ଭାଗ ନେଇଥିବା ସମସ୍ତ ଲୋକକଳା ଦଳ ମଧ୍ୟରୁ ଭାଲୁପାଣି ପଞ୍ଚାୟତ ବନ୍ଧାଭୂଇଁ ଗ୍ରାମ କୀର୍ତ୍ତନ ଦଳ ପ୍ରଥମ ସ୍ଥାନ, ଟେଣ୍ଡରା ଝାଡେଶ୍ୱର୍ କୀର୍ତ୍ତନ ଦଳ ଦ୍ୱିତୀୟ ସ୍ଥାନ, ଏବଂ କେନାଭେଟା ସମ୍ପ୍ରଦା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଅତିଥିମାନଙ୍କ ଦ୍ୱାରା ତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହା ପରେ ବରିଷ୍ଠ କଳାକାରମାନେ ବଣାଇ ଅଞ୍ଚଳରେ ତିଷ୍ଠି ରହିଥିବା ପୁରାତନ ଲୋକକଳାର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ କଳାକାରମାନଙ୍କ ଜୀବନ ଜୀବିକା ନିର୍ବାହ ପାଇଁ ସରକାରୀ ସ୍ତରରେ ଅଧିକ ପ୍ରୋତ୍ସାହନ ମିଳିବା ସହିତ ପ୍ରତି ପଞ୍ଚାୟତରେ ସଂଘ ଗଠନ, ଆବଶ୍ୟକ ସରଞ୍ଜାମ, ପୋଷାକ, ବ୍ଲକ କଳା କାର୍ଯ୍ୟାଳୟର ପୁନରୁଦ୍ଧାର ଏବଂ କଳାର ଉନ୍ନତି ଏବଂ କଳା କିପରି ବଞ୍ଚି ରହିବ ତା’ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସଭାପତି ମତ ପ୍ରକାଶ କରିଥିଲେ । ବଣାଇ ବ୍ଲକର ଗ୍ରାମ ପଞ୍ଚାୟତ ଅଧିକାରୀ ଦାୟିତ୍ଵ ନିର୍ବାହ କରୁଥିବା ରୋମ୍ୟ ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରବଣ କୁମାର ସାହୁ ତାଙ୍କୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.