ଶ୍ରୀ ଶ୍ରୀ ସମଲେଶ୍ୱରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସର ବାର୍ଷିକ ବୃତ୍ତି ପ୍ରଦାନ ଉତ୍ସବ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ଗ୍ରାମର ଶ୍ରୀ ଶ୍ରୀ ସମଲେଶ୍ୱରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସର ବାର୍ଷିକ ବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱ ତଥା ଟ୍ରଷ୍ଟୀ ଟେକଚାନ୍ଦ ଦୁଆନଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଡା. ଶିଶିର କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ତଥା ନଗଦ ରାଶି ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟ ସ୍ୱାଗତ ଭାଷଣ ତଥା ପ୍ରଧାନ ଶିକ୍ଷକ ମୋତିଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶ୍ୟାମକୁମାର ବାରିକ ଏବଂ କେଦାରନାଥ ସାହୁ ପରିଚାଳନା କରିଥିଲେ । ରାହାସ ବିହାରୀ ସାହୁ, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ, ଚନ୍ଦ୍ରଶେଖର ବାରିକ, ରାମଚନ୍ଦ୍ର ସାହୁ, ଗୌର ଚରଣ ପଧାନ, ସୁବାସ ଚନ୍ଦ୍ର ସାହୁ, ଜଗଦୀଶ ଆଚାର୍ଯ୍ୟ, ଗୀର୍ଜେଶ ଖାଡ଼ଙ୍ଗା, ତୁଳାରାମ ମେହେର, ବୁଦ୍ଧଦେବ ସାହୁଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ତୃତୀୟ, ପଞ୍ଚମ, ଅଷ୍ଟମ ଏବଂ ଦଶମ ଶ୍ରେଣୀର କୃତି ଛାତ୍ରଛାତ୍ରୀଙ୍କୁ ଅଞ୍ଚଳର ପୂର୍ବତନ ଶିକ୍ଷକମାନଙ୍କ ସ୍ମୃତିରେ ଅଠର ବର୍ଷ ହେଲା ପୁରସ୍କାର ପ୍ରଦାନ କରାଯାଉଛି ।

Leave A Reply

Your email address will not be published.