jayashree

ଭଉଣୀକୁ ବଳି ଦେଇ ଜେଲ ଯାଇଥିଲା ଭାଇ : ଏବେ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ୍

କଂଟାବାଂଜି, (କେପିଏନ୍ଏସ୍) : ଭଉଣୀକୁ ବଳି ଦେଇ ପୂର୍ବରୁ ଭାଇ ଜେଲ ଯାଇଥିବା ବେଳେ ଏବେ ସେହି ଘଟଣାର ମାଷ୍ଟର ମାଇଣ୍ଡ ପୁଲିସ ହାତରେ ଧରାପଡ଼ିଛି । ସୂଚନାଯୋଗ୍ୟ ଯେ, ସିନେ୍ଧକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁରେ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ଅଭିଯୋଗରେ ଗତ ଜାନୁଆରୀ ମାସ ୬ ତାରିଖ ଦିନ ଶୋଭାବନ ରଣାକୁ ଗିରଫ କରିଥିଲା ସିନେ୍ଧକେଲା ପୁଲିସ । କିନ୍ତୁ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ କୁଂଜ ରଣା ଫେରାର୍ ହୋଇ ଯାଇଥିବା ବେଳେ ଏହାକୁ ଏବେ ପୁଲିସ ହାତରେ ଧରାପଡ଼ିଛି । ସୂଚନା ଅନୁସାରେ ବଡ଼ ଭାଇ ଶୋଭାବନ ଭଉଣୀକୁ ବସ୍ ଷ୍ଟପରେ ଛାଡ଼ିଦେବି ବୋଲି କହି ସାଇକେଲରେ ବସେଇ ନେଇଥିଲା । କିନ୍ତୁ ଭଉଣୀକୁ ବସ୍ ଷ୍ଟପ୍ ନ ନେଇ ଗନ୍ଧର୍ଲା ପଞ୍ଚାୟତ ଅଧୀନସ୍ଥ ବରକାନୀ ଗ୍ରାମ ନିକଟସ୍ଥ ଚକାଗୁଜିଆ ଜଂଗଲରେ ମାଷ୍ଟର ମାଇଣ୍ଡ କୁଂଜ ରଣା ସହ ମିଶି ନିଜ ଭଉଣୀକୁ ହତ୍ୟା କରିଥିଲେ । ତେବେ ଝିଅ ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଶୋଭାବନକୁ ଗିରଫ କରାଯିବା ପରେ ଭଉଣୀର ଶବ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ନୃଶଂସ ଭାଇ ଜେଲ୍ରେ ଥିବା ବେଳେ ମାଷ୍ଟର ମାଇଣ୍ଡ କୁଂଜ ରଣାକୁ ଗିରଫ୍ କରିବାରେ ସଫଳ ହୋଇଛି ପୁଲିସ ।

Leave A Reply

Your email address will not be published.