- ଅଶୋକ କୁମାର ମହାପାତ୍ର
ଦିନେ ଆଖି କହିଲା : “ମୁଁ ଏଇ ସବୁଜ ଉପତ୍ୟକାର ଆରପାରିରେ ନୀଳ କୁହୁଡ଼ିରେ ଆଚ୍ଛାଦିତ ଏକ ରଜତ ପର୍ବତ ଦେଖିବାକୁ ପାଉଛି !”
କାନ ଶୁଣିଲା ଓ କିଛି ସମୟ ପାଇଁ ଏକାଗ୍ର ଚିତ୍ତରେ ନୀରବ ରହିବା ପରେ କହିଲା : “ହେଲେ ପର୍ବତ କେଉଁଠି, ମୁଁ ତ କାହିଁ ଶୁଣିପାରୁନି ?”
କିଛି ସମୟ ଏପଟ-ସେପଟ ହେବା ପରେ ହାତ କହିଲା : “ମୁଁ ଖାଲି ଅଯଥାଟାରେ ଅନୁଭବ କରିବାକୁ, ଛୁଇଁବାକୁ ଚେଷ୍ଟା କରୁଛି, ହେଲେ କାହିଁ – କୌଣସି ପର୍ବତ ମିଳୁନି ତ ?”
ଏବଂ ନାକ କହିଲା : “କୋୖଣସି ପର୍ବତ-ଫର୍ବତ ନାହିଁ, ବେକାର୍ କଥା ! ମୁଁ ତ କାହିଁ ଶୁଂଘିପାରୁନି କିଛି ?”
ତା’ପରେ ଆଖି ବାଧ୍ୟ ହୋଇ ଅନ୍ୟ ଆଡ଼କୁ ମୁହଁ ବୁଲେଇ ନେଲା ଓ ସେମାନେ ସମସ୍ତେ ଆଖିର ଭ୍ରାନ୍ତଧାରଣା ବିଷୟରେ ନିଜ ନିଜ ଭିତରେ ଆଲୋଚନା କରିବାକୁ ଲାଗିଲେ ଯେ – “ଆଖିର ନିଶ୍ଚୟ କିଛି ଗୋଟେ ହୋଇଛି !”
( ଖଲିଲ୍ ଜିବ୍ରାନଙ୍କ ଅନୁସରଣରେ)