Daily Archives

ବନ କର୍ମଚାରୀଙ୍କୁ ଦିଆଗଲା କ୍ଷମତା : ଆତ୍ମରକ୍ଷା ପାଇଁ ଚଳାଇପାରିବେ ଗୁଳି

ଭୁବନେଶ୍ୱର : ଆତ୍ମରକ୍ଷା ପାଇଁ ଏଣିକି ଗୁଳି ଚଳାଇ ପାରିବେ ବନ କର୍ମଚାରୀ । ଫରେଷ୍ଟଗାର୍ଡଠାରୁ ଆରମ୍ଭ କରି ଫରେଷ୍ଟର, ଡେପୁଟି ଫରେଷ୍ଟ ରେଞ୍ଜ ଅଫିସର, ଫରେଷ୍ଟ ରେଞ୍ଜ ଅଫିସର, ଆସିଷ୍ଟାଣ୍ଟ କନ୍‌ଜରଭେଟର ଅଫ୍‌ ଫରେଷ୍ଟ, ସବ୍‌-ଡିଭିଜନାଲ ଫେରେଷ୍ଟ ଅଫିସର, କନ୍‌ଜରଭେଟର ଅଫ୍‌ ଫରେଷ୍ଟ,
Read More...

କଟକ, ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନି ସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭିଏସ୍‌ଏସ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ
Read More...

ଆପ ପକ୍ଷରୁ ନିର୍ବାଚନ ମଣ୍ଡଳୀସ୍ତରୀୟ ଜନ ସମାବେଶ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ଉଦ୍ୟାନ ବଗିଚାଠାରେ ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ୨୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ଦାବୀରେ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ସଭାପତି ସତ୍ୟ ମାହାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ
Read More...

ଦୁର୍ବ୍ୟବହାରର ଶିକାର ହୋଇଥିବା ପୀଡ଼ିତଙ୍କୁ ଭେଟିଲେ ସିଏମ୍‌ ଶିବରାଜ, ପାଦ ଧୋଇଲେ

ଭୋପାଳ : ମଧ୍ୟପ୍ରଦେଶରେ ଜଣେ ନୀରିହଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ଜେଲକୁ ପଠାଇବା ସହିତ ତାଙ୍କ ବେଆଇନ ଭାବେ ନିର୍ମିତ ଘର ଉପରେ ବୁଲଡୋଜର ଲଗାଇ ଦିଆଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନହାନ ଗୁରୁବାର ଏହି ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ
Read More...

୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିର ଓ ବହଳପଦର ହାଇସ୍କୁଲରେ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିରରେ ମୁଖ୍ୟ ଅଥିତି ଭାବରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିଶ
Read More...

ରଥ ଅଘଟଣରେ ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଭୋଇ ସେବକଙ୍କ ନାଁ ନକୁଳ ଭୋଇ । ବାହୁଡ଼ା ଦିନ ସେ ଗୁରୁତର ହୋଇଥିଲେ । ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିଯିବାରୁ
Read More...

ବାଲି ମାଫିଆଙ୍କ ଆକ୍ରମଣରେ ଆର୍‌ଆଇ ଗୁରୁତର

ବଲାଙ୍ଗିର : ବାଲି ମାଫିଆଙ୍କ ଆକ୍ରମଣରେ ବାବୁ ଫାସଡ଼ ଆରଆଇ ସୁଶାନ୍ତ ପଟେଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ବଲାଙ୍ଗିର ଜିଲ୍ଲା ସାଲେଭଟାଠାରେ ଜଣେ ରାଜସ୍ଵ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ସାଲେଭଟା ଫାଣ୍ଡି ଅନ୍ତର୍ଗତ ମୁରସୁଣ୍ଢ ଅଙ୍ଗ ନଦୀରୁ
Read More...

ସୁପ୍ରିମକୋର୍ଟ କଲିଜିୟମ ସୁପାରିସ : ଜଷ୍ଟିସ ଶୁଭାଶିଷ ତାଳପାତ୍ର ହେବେ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : ଜଷ୍ଟିସ ଶୁଭାଶିଷ ତାଳପାତ୍ର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପାତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲିଜିୟମ ସୁପାରିସ କରିଛନ୍ତି । ଜୁନ ୧୦, ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା
Read More...

ଦୁର୍ଘଟଣାଗ୍ରସ୍ତ ହେଲା ଫର୍ଚୁନର ଗାଡି

ନୟାଗଡ : ଭୁବନେଶ୍ୱରରୁ ନିଖୋଜ ଦୁଇ ଶିଶୁଙ୍କୁ ଚନ୍ଦକା ପୋଲିସ ନେଇ ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ବାଣିଗୋଚ୍ଛା ଥାନା ବାଣିବୀରୀ ନିକଟରେ ଫର୍ଚୁନର ଏବଂ ଅନ୍ୟ ଏକ କାର୍‌ ମଧ୍ୟରେ ଧକ୍କା ହୋଇଛି । ସମସ୍ତେ ସୁରକ୍ଷିତ
Read More...

ଗୁରୁବାରଠୁ ଓଜେଇଇ କାଉନସେଲିଂ, ୧୫ ତାରିଖରେ ଚଏସ୍ ଲକିଂ ଓ ପଞ୍ଜିକରଣ

ଭୁବନେଶ୍ୱର : ଆଜିଠାରୁ ଓଜେଇଇ କାଉନସେଲିଂ ଆରମ୍ଭ ହେବ । ୱେବସାଇଡ୍ କାଉନସେଲିଂ ପ୍ରକ୍ରିୟାରେ ଟେକନିକାଲ୍ ୟୁଜି ପାଠ୍ୟକ୍ରମ ପାଇଁ ନାମଲେଖା ହେବ । ଏଥିରେ ବି-ଟେକ୍, ବି-ଆର୍କ, ବି-ସାଟ୍ ଏବଂ ଇଣ୍ଟିଗ୍ରେଟେଡ୍ ଏମ୍‌ଏସ୍‌ସି ପାଠ୍ୟକ୍ରମ ରହିଛି । ରାଜ୍ୟର ସବୁ ସରକାରୀ ଏବଂ ବେସରକାରୀ
Read More...