Daily Archives

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୧୨ ଆହତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବନଗରର
Read More...

ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ : ଏବେ ଟାର୍ଗେଟରେ ବେଆଇନ ଦେଶୀ ଓ ବିଦେଶୀ ମଦ ବେପାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ ଦେଖିବାକୁ ମିଳୁଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ବଲାଙ୍ଗିର ପୋଲିସ । ପୋଲିସର ଏଭଳି ଜିରୋ ଟଲୋରେନ୍ସ ନୀତିରେ ହଲ୍‌ଚଲ୍‌ ହୋଇ ଉଠିଛି ଅପରାଧୀଙ୍କ ସାମ୍ରାଜ୍ୟ । ଏହି କ୍ରମରେ ଏବେ ବଲାଙ୍ଗିର
Read More...

ଇଣ୍ଟରନେସନାଲ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଛାତ୍ରଛାତ୍ରୀଙ୍କୁ ପାଠପଢାକୁ ନେଇ ବୋଝ ଦେବା ଉଚିତ ନୁହେଁ ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ସମରା ଗ୍ରାମ ସ୍ଥିତ ଇଣ୍ଟରନେସନାଲ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗୁଡ଼ଭେଲା ବ୍ଲକ ବିଡିଓ
Read More...

ଲେଡି ଲାୟନ ତରଫରୁ ରକ୍ତଦାନ ଶିବିର ଓ କଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଂଗଠନ ଲେଡି ଲାୟନ ତରଫରୁ କଳା ଦିବସ ଓ ରକ୍ତଦାନ ଶିବିର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ ଗତକାଲି ପୂର୍ବାହ୍ନ ୧୧.୩୦ଘ.ରେ ଜିଲ୍ଲାର ମେଲଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟରେ ସଭାପତି ପ୍ରାଧ୍ୟାପକ ସାଧୁଚରଣ ଗଡତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସୀନ
Read More...

ଏକତା ମହିଳା ମଂଚ ତରଫରୁ ସହିଦ ଓ ପିତୃମାତୃ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା ମହିଳା ମଂଚ ତରଫରୁ କୋଏଲନଗର ସ୍ଥିତ ସି' ବ୍ଲକ ପାର୍କ ଠାରେ ସହିଦ ଓ ପିତୃମାତୃ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ୱ ଓ ସଂପାଦିକା ଅଂଶୁପା ଦଳେଇଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ
Read More...

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟର ହଷ୍ଟେଲ ନମ୍ବର ୩ ଠାରେ ରହୁଥିବା ଅନ୍ତେବାସୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହ ଡାକ୍ତରଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା ।
Read More...