Daily Archives

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ‌ୱାର୍ଡ ଖୋଲିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଠାରୁ କୋଭିଡ ଚିକିତ୍ସା ପାଇଁ ୱାର୍ଡ ଖୋଲିଲା । ଆଜି ଠାରୁ ଏହି ବିଭାଗରେ ରୋଗୀଙ୍କୁ ଚିକିତ୍ସା ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ କ୍ରମଶଃ କୋଭିଡ ସଂକ୍ରମଣ ବୃଦ୍ଧି
Read More...

ଟିଭି ପରଦାରେ ପାଲା ଗାୟକ ‌ଦ୍ୱୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ପୁରପଲ୍ଲୀରେ ପାଳା ପରିବେଷଣ କରି ଭକ୍ତ ମେହେର ଏବଂ ସତ୍ୟଭୂଷଣ ସାହା ବରଗଡ ଜିଲ୍ଲାରେ ବେଶ୍ ପରିଚିତ ଥିବାବେଳେ ଆଜି ଉଭୟ‌ଙ୍କ ଗାୟକଙ୍କର ସ୍ୱପ୍ନ ସତ ହୋଇଛି । ଟିଭି ପରଦାରେ ଆସିବୁ ବୋଲି ବହୁ ସ୍ୱପ୍ନ ଦେଖିଥିଲେ । ପଲ୍ଲୀଗ୍ରାମ
Read More...

ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୯ : ଶୀର୍ଷରେ ସୁନ୍ଦରଗଡ଼

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୩୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୫୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା
Read More...

ବଙ୍ଗୋମୁଣ୍ଡାରେ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଆମ୍ବେଦକର ଛକ୍‌ ଠାରେ ଗତକାଲିି ବଙ୍ଗୋମୁଣ୍ଡା ବାବାସାହେବ ସଂଗଠନ ତରଫରୁ ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ଭାରତୀୟ କିଷାନ ସଂଘର ଦେଓଗାଁ ବ୍ଲକ ସଭାପତି ଦେବେନ୍ଦ୍ର ପୁରୋହିତଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତୀୟ କିଷାନ ସଂଘର ଦେଓଗାଁ ବ୍ଲକ ସଭାପତି ଦେବେନ୍ଦ୍ର ପୁରୋହିତଙ୍କ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ରାତିରେ ଡାକ୍ତର
Read More...

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁବୃର୍ତ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର କାମିନି ପ୍ରଧାନଙ୍କ ଘରେ ସୋମବାର ବିଳମ୍ବିତ ରାତିରେ କେତେକ ଦୁବୁର୍ତ୍ତ ଘରର କବାଟ ଭାଙ୍ଗି ଘରେ ପଶିଥିଲେ । ଘରେ ଥିବା ଆଲମାରୀ ଭାଙ୍ଗି ୫ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ସହିତ ନଗଦ ୨୦ ହଜାର
Read More...

ଆଉ ଏକ ରୋମାଞ୍ଚଭରା ମ୍ୟାଚ୍ : ୧୫୦ ରନ୍ ପିଛା କରୁଥିବା ହାଇଦ୍ରାବାଦକୁ ୧୪୩ରେ ଅଟକାଇଲା ବାଙ୍ଗାଲୋର

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ୬ଷ୍ଠ ମ୍ୟାଚରେ ବାଙ୍ଗାଲୋର ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ୧୫୦ ରନର ବିଜୟ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ ପକ୍ଷରୁ
Read More...

ଆଜି ଦୁଇ ଯୁବ ଅଧିନାୟକଙ୍କ ମଧ୍ୟରେ ଲଢେ଼ଇ : ସଞ୍ଜୁଙ୍କ ରାଜସ୍ଥାନକୁ ଭେଟିବ ପନ୍ତଙ୍କ ଦିଲ୍ଲୀ

ମୁମ୍ବାଇ : ଗୁରୁବାର ରାଜସ୍ଥାନ ରୟାଲ୍ସ ସହିତ ଗତ ସଂସ୍କରଣର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ । ଏଥି ସହିତ ଉଭୟ ଦଳ ନିଜ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ । ଭାରତୀୟ ଦଳର ଦୁଇ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଏବଂ ଋଷଭ ପନ୍ତ୍‌ ଯଥାକ୍ରମେ ରାଜସ୍ଥାନ ଓ
Read More...

ଡା.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ : ଭାରତୀୟ ସମ୍ବିଧାନକୁ ସଂପୂର୍ଣ୍ଣ କାର୍ଯ୍ୟକାରୀ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓ ଆଦିବାସୀ କଲ୍ୟାଣ ସଂଘ ଅନୁକୁଲ୍ୟରେ ଭାରତ ରତ୍ନ ବାବା ସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଡା.ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି – ୧୬ ଟଙ୍କା, ଫୁଲକୋବି – ୩୦ ଟଙ୍କା, ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦
Read More...