ଡବ୍ଲ୍ୟୁଟିସି ଫାଇନାଲ : ଭାରତ-ନ୍ୟୁଜିଲାଣ୍ଡ ଲଢେ଼ଇ ୧୮ରୁ ୨୨, ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଉଭୟ ଦଳ : ମ୍ୟାଚରେ ବର୍ଷା ସାଜିପାରେ ବାଧକ

ସାଉଥମ୍ପଟନ୍ : ଚଳିତ ବର୍ଷର ସବୁଠାରୁ ପ୍ରତୀକ୍ଷିତ କ୍ରିକେଟ୍ ମୁକାବିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଶୁକ୍ରବାର ଠାରୁ ସ୍ଥାନୀୟ ଏଜିସ୍ ବାୱେଲ ଷ୍ଟାଡିୟମ୍‌ରେ ଆରମ୍ଭ ହେବ । ଏହି ଲଢ଼େଇ ‌ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେବ । ବର୍ଷର ଅଧିକାଂଶ ସମୟ ଏହି ସମ୍ମାନଜନକ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତକୁ ମାତ୍ର ତିନି ଦିନ ତଳେ ହିଁ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନକୁ ଖସାଇ ଦେଇଛି । ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରି ନେଇଛି । ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡର ଏହି ସଫଳତା ତା’ ପାଇଁ ମାଷ୍ଟର କାର୍ଡ ହୋଇପାରେ । ଭାରତର ସମ୍ମୁଖୀନ ହେବା ପୂର୍ବରୁ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇ ନିଜ ଆତ୍ମବିଶ୍ୱାସ ବଢ଼ାଇବା ସହ ଟେଷ୍ଟ୍ ମାନ୍ୟତାର ପ୍ରଥମ ସ୍ଥାନ ଛଡ଼ାଇ ନେଇ ଭାରତକୁ ମଧ୍ୟ ଏହି ଦଳ ପରୋକ୍ଷ ଚେତାବନୀ ଦେଇଛି । ଡବ୍ଲୁଟିସି ଫାଇନାଲ୍‌ ପୂର୍ବରୁ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସିଛି । ପୂରା ୫ ଦିନଯାକ ପାଣିପାଗ ବିଗିଡ଼ିଯିବାର ଆଶଙ୍କା ଦେଖାଦଇଛି। ପାଣିପାଗ ଅନୁକୁଳ ରହିବନି ଏବଂ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଫଳରେ ଡବ୍ଲୁଟିସି ଫାଇନାଲ୍‌ ବର୍ଷା ଧୋଇନେବାର ଯଥେଷ୍ଟ ଆଶଙ୍କା ରହିଛି । ଏପରିକି ଦୁଇ ଅଧିନାୟକ ୱିଲିୟମ୍‌ସନ୍‌ ଏବଂ କୋହଲିଙ୍କୁ ଡବ୍ଲୁଟିସି ଟ୍ରଫି ବାଣ୍ଟିବାକୁ ପଡ଼ିପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.