ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ନାଏକ କ୍ରିକେଟ ଏକାଡେମୀ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୩୮.୫ ଓଭରରେ ସମସ୍ତ ୱିକେଟ ହରାଇ ୨୫୭ ରନ ସଂଗ୍ରହ କରିଥିଲା । ନାଏକ କ୍ରିକେଟ ଏକାଡେମୀ ତରଫରୁ ସୁଜଲ ମହାନ୍ତି ସର୍ବାଧିକ ୮୭ ରନ ସଂଗ୍ରହ କରିଥିଲେ । ଓମ୍‌କାର ମହାନ୍ତି ୫୧ ରନ, ଆର୍ୟନ ଦାନୀ ୨୭ ରନ୍‌ ସଂଗ୍ରହ କରିଥିôଲେ । ଟିଟିଲାଗଡ ଦଳ ତରଫରୁ ସଫଳ ବଳ ଭାବରେ ଆଦର୍ଶ ପଶାୟତ ୨ ଗୋଟି ୱିକେଟ ଓ ଦିବ୍ୟମ୍‌ ଛପାଡିଆ ୧ ୱିକେଟ ଅକ୍ତିଆର କରିଥିôଲେ । ଏହାର ଜବାବରେ ଟିଟିଲାଗଡଣ୍ଟଦଳ ୧୩.୩ ଓଭରରେ ସମସ୍ତ ୱିକେଟ ହରାଇ ୬୦ ରନ ସଂଗ୍ରହ କରି ୧୯୭ ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ । ନାୟକ ଏକାଡେମୀଣ୍ଟଦଳ ତରଫରୁ ଓମ୍‌ ମହାନ୍ତି ସର୍ବାଧିକ ୫ ଟି ୱିକେଟ, ଆୟୁଷ ରଥ ୩ ଗୋଟି ୱିକେଟ, ଓମ୍‌ ସାହୁ ଓ ରାଘବ ଅଗ୍ରୱାଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ପରି·ଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠି, ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.