om academy

ପୁଣି ଏକ ରୋମଞ୍ଚକ ମ୍ୟାଚ୍ : ହାଇଦ୍ରାବାଦକୁ ୧୩୭ ରନରେ ଅଲଆଉଟ୍ କରି ୧୪ ରନରେ ହରାଇଲା ମୁମ୍ବାଇ

jsm

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ କ୍ବିଣ୍ଟନ ଡିକକ୍ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ସହଭାଗିତାରେ ୫୧ ରନ ଯୋଡ଼ିବା ପରେ ରୋହିତ ୩୨ ରନ କରି ଆଉଟ ହୋଇଥିଲେ । ତେବେ ଡିକକ୍ ସର୍ବାଧିକ ୪୦ ରନ କରିଥିଲେ । ଶେଷ ବେଳକୁ କିରନ ପୋଲାର୍ଡ ୨୨ ବଲରୁ ଦ୍ରୁତ ୩୫ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ମୁଜିବୁର ରେହମାନ ଓ ବିଜୟ ଶଙ୍କର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍ ୧୩୭ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ୧୩ ରନରେ ହାଇଦ୍ରାବାଦକୁ ମାତ୍ ଦେଇଛି ମୁମ୍ବାଇ। ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ସହ ଚହରଙ୍କ ଚମକରେ ଫିକା ପଡିଛି ହାଇଦ୍ରାବାଦର ବ୍ୟାଟିଂ। ଚଳିତ ଆଇପିଏଲରେ ହାଇଦ୍ରାବାଦ୍ କ୍ରମାଗତ ୩ଟି ମ୍ୟାଚ ହାରିଥିବା ବେଳେ ମୁମ୍ବାଇ ୨ଟି ଜିତିଛି।

Leave A Reply

Your email address will not be published.