om academy

ପ୍ରଥମ ଦିନରେ ବୁରୋମୁଣ୍ଡା ବିବିସି କ୍ରିିକେଟ ଟୁର୍ଣ୍ଣାମେଣ୍ଟ

jsm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ବୁରୋମୁଣ୍ଡା ବିବିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବିଭିନ୍ନ ସ୍ଥାନର ୧୬ଟି ଟିମ୍‌କୁ ନେଇ ତିନି ଦିନ ପର୍ଯ୍ୟନ୍ତ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା କୋଭିଡ କଟକଣାକୁ ପାଳନ କରି ଆଜି ପ୍ରଥମ ଦିନ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଲୋଇସିଂହା ବ୍ଲକ ଉପାଧ୍ୟକ୍ଷ ଜତି‌ନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜେପି କୋର୍ଡିନେଟର ଅମରଜିତ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମ ଦିନରେ ପ୍ରାୟତଃ ୧୬ଟି ଦଳ ମଧରୁ ୮ଟି ଦଳ ମ୍ୟାଚ୍‌ ଖେଳି ସାରିଥିବା ବେଳେ ଏମାନଙ୍କ ଭିତରୁ ୨ଟି ଦଳ ତଲିଉଡ଼ାର‌ ଏବଂ ମୁର୍‌ସିଙ୍ଗ ସେମି ଫାଇନାଲ୍‌କୁ ପହଂଚି ସାରିଛନ୍ତି । ତେବେ ଆସନ୍ତା କାଲି ଆଉ ୮ଟି ଦଳ ମ୍ୟାଚ୍‌ ଖେଳିବାକୁ ଥିବାବେଳେ ଆସନ୍ତା ୬ ତାରିଖ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଏଥିରେ ଅର୍ଗାନାଇଜର ଅଛନ୍ତି ମଣ୍ଟୁ ସାହୁ । ପରିଚାଳନା କରିଥିଲେ ନୀଳାଂଚଳ ପାତ୍ର ଏବଂ ଗୌରାଙ୍ଗ ।

Leave A Reply

Your email address will not be published.