oom

ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ଼ର ପୁଷ୍ପାନସ ନଲେଜ ହବ୍ ପ୍ରତିଯୋଗୀଙ୍କ କୃତିତ୍ୱ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ପୁଷ୍ପାନସ ନଲେଜ ହବ୍‌ର ତିନିଜଣ ଯୁବ କ୍ରୀଡାବିତ‌ଙ୍କ ସମେତ ଝାରସୁଗୁଡ଼ାର ଜଣେ ପ୍ରତିଯୋଗୀ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସରେ କାଶ୍ମୀରର ଗୁଲ୍ମର୍ଗ ଠାରେ କୃତିତ୍ୱର ସହ ବରଗଡ଼ ଫେରି ଆସିଛନ୍ତି । ଓଡ଼ିଶାର ଆଇସ ଷ୍ଟକ୍ ସଙ୍ଘର ସହଯୋଗରେ ରାଜ୍ୟ କୋଚ୍ ପ୍ରେମ ସିଂ ଥାପାଙ୍କ ତତ୍‌ତ୍ୱାବଧାନରେ ଗତ ଜାନୁୟାରୀ ୨୫ ତାରିଖରୁ ବରଗଡ଼ରୁ ବାହାରି ଜୟଯାତ୍ରା ସହ ଗତ ୬ ତାରିଖ ବରଗଡ଼ ଫେରି ଆସିଛନ୍ତି । ବରଗଡ଼ର ‌ସ୍ୱରାଜ ମହାପାତ୍ର, ଅରବିନ୍ଦ ପାଢୀ, ଚନ୍ଦ୍ର ମହାନା ଏବଂ ଝାରସୁଗୁଡ଼ାର ସୋନୁ ସୋନାଲିଆ ଜାନୁୟାରୀ ମାସରେ ଜାତୀୟ ସ୍ତରୀୟ ଚୟନରେ କୃତିତ୍ୱ ଅର୍ଜନ କରି ଫେବୃୟାରୀ ୨୪ ତାରିଖରେ କାଶ୍ମୀରର ଗୁଲ ମାର୍ଗ ଠାରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ପେନ୍ କାକ ସିଲଟରେ ଚାରୋଟି ବ୍ରୋଞ୍ ପଦକ ପାଇ ଫେରି ଆସିଛନ୍ତି । ସେମାନଙ୍କୁ ସମ୍ବର୍ଦ୍ଧନା ଦେବାସହ ବରଗଡ଼ ପୁଷ୍ପାନସ ନଲେଜ ହବରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର କର୍ମକର୍ତ୍ତାମାନେ ଏହି ଯୁବ କ୍ରୀଡାବିତମାନଙ୍କ କୃତିତ୍ୱ ବର୍ଣ୍ଣନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାର ସମ୍ପାଦକ ତଥା ପ୍ରଶିକ୍ଷକ ଆଶୁତୋଷ ନାୟକ, ସଂଯୋଜିକା ରୁପଶ୍ରି ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଏସ.ରଞ୍ଜନ ଓ ଅବିଭାବକ ଗୋବିନ୍ଦ ପ୍ରସାଦ ଷଡ଼ଙ୍ଗୀ ଓ ପ୍ରତିଯୋଗୀମାନେ ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.