ତରଭା ଗଣ୍ଡାରାମ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ : କଳାପଥର ଦଳ ବିଜୟ

ତରଭା, (ଜିତେ‌ନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ତରଭା ଗଣ୍ଡାରାମ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ ଦିବସ । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର କମ୍ପ ଏବଂ ସମ୍ମାନିତ ଅତିଥି ଭାବେ ସନ୍ଦିପ ସାହୁ ଓ ପବିତ୍ର ଦାସ ଯୋଗ ଦେଇ ଉକ୍ତ ମ୍ୟାଚର ଚମ୍ପିୟାନ ଏବଂ ଅବୀଜୟ ଦଳକୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ ବରଗଡ଼ ଓ କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ ରେ ବରଗଡ଼ ଦଳକୁ କଳାପଥର ଦଳ ହରାଇ ବିଜୟର ପତାକା ଉତ୍ତୋଳନ କରିଥିଲେ ।

Leave A Reply

Your email address will not be published.